ହେଡଲାଇନସ୍:

ସମସ୍ତ ଯୋଗ୍ୟ ହିଁତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ୩ ଦିନିଆ ବିକ୍ଷୋଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ୧୦୦୦ କୋଟି ଟଙ୍କାର ଦୁର୍ନୀତିି : ବିଜେପି 

ଭୁବନେଶ୍ୱର, :୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତିଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତହେଉଛନ୍ତି । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ ବାସଗୃହ ଆବଂଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଏକ ମହାଦୁର୍ନୀତିର ପର୍ଦ୍ଧାଫାଶ ହୋଇଛି । ରିପୋର୍ଟ ଅନୁଯାୟୀ ୧ ଲକ୍ଷରୁ ଉର୍ଧ୍ଵ  ଘର ବଂଟନରେ ଅନିୟମିତତା ହେବା ସହ ପାଖାପାଖି ୧୦୦୦ କୋଟି ଟଙ୍କାର ବାଟମାରଣା ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତିରେ, ଗୋଟିଏ ଗୋଟିଏ ପରିବାରରେ ଏକାଧିକ, ଅଯଥା ଅନୁକଂପା ପ୍ରଦର୍ଶନ, ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ୟାଗିଂ କରାଯାଇ ବାସଗୃହ ଆବଂଟନ କରାଯାଇଛି । ଏପରିକି ଏ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ୱେବସାଇଟରେ ନିର୍ମିତ ଘରର ଡମି/ନକଲି ଏଂଟ୍ରି କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ ଷ୍ଟିକର ଲଗାଯାଇଛି । ପିଏମ ଆବାସ ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତନ କରାଯାଇଛି । 

୨୦୧୯ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ଅନିୟମିତତା ବିରୁଦ୍ଧରେ ଲଢେଇ ଚରମସୀମାରେ ପହଂଚିଥିଲା । । ୨୦୨୦ ଡିସେମ୍ବରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଚିଠି, ଦଳର ସାଂସଦ ମାନଙ୍କର କେନ୍ଦ୍ରକୃଷି ମନ୍ତ୍ରୀଙ୍କ ପାଖରେ ଅଭିଯୋଗ, ବିରୋଦୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିଠି, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପଦାନ କରିବା ସହ ଆବାସ ଯୋଜାନରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିଥିଲା । 

 ୮,୧୭,୦୦୦ ବଂଟନ ଘରର ଦାୟିତ୍ୱ କେନ୍ଦ୍ର ସରକାର ନେଇଛନ୍ତି ଏହାର କାର୍ଯ୍ୟନ୍ୱୟନ କରିବା ରାଜ୍ୟ ସରକାରଙ୍କ ଦାୟୀତ୍ୱ । ତେବେ ରାଜ୍ୟରେ ୯ଟି ଜିଲ୍ଲାରେ ଶୂନ ଏବଂ ୪ଟି ଜିଲ୍ଲାରେ ନଗଣ୍ୟ କାହିଁକି ? ରାଜ୍ୟ ସରକାରଙ୍କ ଏଭଳି ପାତର ଅନ୍ତର ନୀତି ବାସହୀନ ଗରୀବଙ୍କ ପ୍ରତି ଉପହାସ ।

ରାଜ୍ୟର ପ୍ରତ୍ୟେକ ବାସଗୃହହୀନ ଗରୀବଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । ମାତ୍ର ରାଜ୍ୟରେ ଶାସକ ବିଜେଡିର ଗରୀବମାରଣ ନୀତି ଏବଂ ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଯୋଗ୍ୟ ହିତାଧିକାରୀ ବାସଗୃହ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ବାସଗୃହ ପାଇବାରୁ ବଂଚିତ ନହୁଅନ୍ତି, ସେଥି ପାଇଁ ରାଜ୍ୟ ବିଜେପି ତରଫରୁ ଆଜିଠୁ ୩ ଦିନ ଧରି ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ପ୍ରଦର୍ଶନ କରାଯାଇ ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ବିଡିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ପୂର୍ବତନ ମନ୍ତ୍ରୀ କେ.ଭି.ସିଂହଦେଓ, କଂଟାବାଂଜିରେ ସାଂସଦ ସଂଗୀତା ସିଂହଦେଓ, ଲୋଇସିଙ୍ଗାରେ ବିଧାୟକ ଡ.ମୁକେଶ ମହାଲିଙ୍ଗ;ସମ୍ବଲପୁର ଜିଲ୍ଲା ଜମନକିରାରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଧନକଉଡାରେ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ; ତାଳଚେରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ; ଝାରସୁଗୁଡା ଜିଲ୍ଲା କିର୍ମିରା ଓ ଲଇକେରାରେ ବିଧାୟକ ଶଂକର ଓରାମ ଏବଂ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ; ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲୀ ଓ ଲେଫ୍ରିପଡାରେ ବିଧାୟକ ଭବାନୀ ଭୋଇ ଏବଂ ବିଧାୟିକା କୁସୁମ ଟେଟେ; ଗଜପତି ଜିଲ୍ଲା ଘୁମାରେ ବିଧାୟକ କେ.ନାରାୟଣ ରାଓ ଏବଂ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର;ଭଦ୍ରକ ଜିଲ୍ଲାର ଭଦ୍ରକ ଓ ଚାନ୍ଦବାଲି; ଜଗତସିଂହପୁର ଜିଲ୍ଲାର ତିର୍ତୋଲ; ବରଗଡ ଜିଲ୍ଲାର ଭଟଲି; ସୋନପୁର ଜିଲ୍ଲାର ବିନିକା ବ୍ଲକ ସମେତ ପ୍ରମୁଖ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରେ ସ୍ମାରକ ପତ୍ର ବିଡିଓ ଜରିଆରେ ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ । ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନେ୍ଦାଳନ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ  ବିଜେପି ପକ୍ଷରୁ ନିଆଯିବ ବୋଲି ପାର୍ଟୀ ତରଫରୁ ସ୍ପଷ୍ଟ ରୂପେ ଘୋଷଣା କରାଯାଇଛି ।

 

 

0
0
0
s2sdefault