ହେଡଲାଇନସ୍:

ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ୧୧ରେ, ଯୋଗ ଦେବେ ଅରୁଣ-ଅଚ୍ୟୁତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

06-07-18-baripada.jpg - 35.09 kB

ବାରିପଦାରୁ  ଦିଲ୍ଲୀପ  ମହାନ୍ତି

 ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜଦ ବିପକ୍ଷରେ ଯାଇଥିଲା । ଏହାକୁ ନେଇ ବିଜଦ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ଚିନ୍ତିତ ହୋଇପଡ଼ିଥିଲେ । ଜିଲ୍ଲାରେ ବିଜେଡି ଦୁର୍ଗ ରକ୍ଷା କରିବା ନିମନ୍ତେ ବିଭିନ୍ନ ରଣକୌଶଳ ଆପଣେଇବାରେ ଲାଗିଛନ୍ତି । ତୃଣମୂଳସ୍ତରରୁ ବିଜଦର ସଙ୍ଗଠନକୁ ଏକ ଅଭେଦ୍ୟ ପ୍ରାଚୀର ଭାବେ ଗଢ଼ିତୋଳିବା ନିମନ୍ତେ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ତାକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଆଉ ଜିଲ୍ଲା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ କୌଣସି ଉଦ୍ୟମକୁ ହାତଛଡା କରୁନାହାନ୍ତି | ଆଉ ଏବେ ଦାଇତ୍ୱ ଅତିରିକ୍ତ ଭାବେ ଦିଆଯାଇଛି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୟୁରଭଞ୍ଜର ବିଜେଡି ସହ ପ୍ରଭାରୀ ଭାବେ | ଯାହାକୁ ନେଇ ଆସନ୍ତା ଜୁଲାଇ ୧୧ ରବିବାର ବାରିପଦାସ୍ଥିତ ବାସୁଦେବ ବିବାହ ମଣ୍ଡପ ପରିସରରେ ଆୟୋଜିତ ହେବାକୁ ଯାଉଛି ବାରିପଦା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକାରିଣୀ ବୈଠକ । ଏଥିରେ ଦଳର ଛାମୁଆ ସଙ୍ଗଠନ ବିଜେଡି, ଯୁବ , ମହିଳା , ଛାତ୍ର ସହିତ ଯୁବ ବାହିନୀର ସମସ୍ତ ସଦସ୍ୟମାନେ ଯୋଗ ଦେବେ ଏବଂ ବୈଠକରେ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ ସାହୁ ଓ ସହ-ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ  ଡ଼ଃ ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଶୁଣାଇବେ । ଯଦିଓ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜଦର ସ୍ଥିତି ଅଧିକ ମଜବୁତ ରହିଛି, ତଥାପି ଜିଲ୍ଲା ସଦର ମହକୁମା ବାରିପଦା ନିର୍ବାଚନ ମଣ୍ଡଳୀ ରାଜନୀତି କ୍ଷେତ୍ରରେ ଅଧିକ ଗୁରୁତ୍ୱ ବହନ କରିଥାଏ । ସଦର ମହକୁମାର ହାୱା ଜିଲ୍ଲା ଉପରେ କେତେକାଂଶରେ ପ୍ରଭାବ ବିସ୍ତାର କରାଇଥାଏ । ତେଣୁ ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳ ତାର ସାଙ୍ଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ନିତ କରାଇଥିବା ସମୟରେ ବିଜଦର ଜୁଲାଇ ୧୧ ରବିବାର ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି । 

 

0
0
0
s2sdefault