ହେଡଲାଇନସ୍:

ପଂଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର: ଗୋଲକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବା ପ୍ରସଙ୍ଗ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା  ମଣ୍ଡନ କରିଛି । ଏହା ଏକ ଭଲ ପଦକ୍ଷେପ  । କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି । ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି  ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କଟାକ୍ଷ କରିଛନ୍ତି । 

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର । ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଉଛନ୍ତି ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ପଂଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ।

କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି । ଗୋଟିଏ ପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧୀ ଯୋଜନାର ପ୍ରତ୍ୟେକ କିସ୍ତିରେ ହିତାଧିକାରୀ ତାଲିକାରୁ ଓଡିଆ ଚାଷୀଙ୍କ ନାଁକୁ କାଟୁଛନ୍ତି । ଯଦି କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ବଢୁଛି ତେବେ ପିଏମ କିଷାନ ସମ୍ମାନ ନିଧୀ ଯୋଜନାରେ ଚାଷୀଙ୍କ ନାଁ ଯୋଡୁ ନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । 

କାଳିଆ ଯୋଜନାର ଟଙ୍କାକୁ ଦଳୀୟ ଭିର୍ତିରେ ବଂଟନ କରାଯାଉଛି । ପ୍ରକୃତ ଯୋଗ୍ୟ ଚାଷୀ କାଳିଆ ଟଙ୍କା ପାଇବାରୁ ବଂଚିତ ରହୁଛି । ୫-ଟି କଥା କହୁଥିବା ସରକାରଙ୍କର ଟ୍ରାନ୍ସପରେନ୍ସି ନାହିଁ । କେବଳ ବଡ ବଡ ବିଜ୍ଞାପନରେ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଯଦି ବାସ୍ତବରେ ରାଜ୍ୟ ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କାଳିଆ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ଲଗାନ୍ତୁ । କାଳିଆ ହିତାଧିକାରୀ ବିଜେଡି କର୍ମୀ ନା ପ୍ରକୃତ ଚାଷୀ ତାଲିକାରୁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।  

ରାଜ୍ୟ ସରକାର ଏଠି ଚାଷୀଙ୍କ ବିକାଶ ବଦଳରେ ଚାଷୀ ମାରଣ ନୀତି ଆପଣାଇଛନ୍ତି । ଏବେ ବି ବିଭିନ୍ନ ଜିଲ୍ଲାର ମଣ୍ଡିମାନଙ୍କରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି । ଟୋକନ ଅବବ୍ୟସ୍ଥା ଯୋଗୁଁ ଚାଷୀମାନେ ସେମାନଙ୍କର ଧାନ ବିକ୍ରି କରିପାରୁନାହାଁନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏମଏସପି ବୃଦ୍ଧି କରିବା, ଆବଶ୍ୟକଠାରୁ ଅଧିକ ପରିମାଣରେ ସାର ଓ କିଟନାଶକ ଯୋଗଉଥିବାବେଳେ ରାଜ୍ୟ ସରକାର ସେଗୁଡିକୁ ଚାଷୀଙ୍କ ପାଖରେ ପହଂଚାଇ ପାରୁନାହାଁନ୍ତି । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଏମଏସପି ଅନୁସାରେ ମିଲରମାନେ ରାଜ୍ୟରେ ଧାନ କିଣୁନାହାଁନ୍ତି । ଏହା ପରେ ବି ରାଜ୍ୟ ସରକାର ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

 

 

0
0
0
s2sdefault