ହେଡଲାଇନସ୍:

 ରାଧାମୋହନଙ୍କୁ ଧର୍ମେନ୍ଦ୍ରଙ୍କ  ପତ୍ର : ରାଜ୍ୟର ସବୁ  ନିୟନ୍ତ୍ରିତ ବଜାର କମିଟୀକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡାଯାଉ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-07-18-dharmedra.jpg - 70.35 kB

ନୂଆଦିଲ୍ଲୀ/ଭୁବନେଶ୍ୱର:(ଚକ୍ରଧର ମାଝି):  ରାଜ୍ୟରେ ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହ ଯୋଡି ହୋଇଥିବା ବେଳେ ଓଡିଶା ଷ୍ଟେଟ ଏଗ୍ରିକଲଚରାଲ  ମାର୍କେଟିଂ ବୋର୍ଡ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହା ଦ୍ୱାରା ·ଷୀମାନଙ୍କୁ ଲାଭ ହେବା ସହ ସେମାନଙ୍କର ଆୟ ବଢି ପାରିବ ।  ଶ୍ରୀ ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ  ପତ୍ର ଲେଖୀ ଏହି ଅନୁରୋଧ କରିଛନ୍ତି । 

ଶ୍ରୀ ପ୍ରଧାନ ଏହି ପତ୍ରରେ ଭୁବନେଶ୍ୱରରେ ନିକଟରେ ଅନୁଷ୍ଠିତ  ହୋଇଥିବା ଏଗ୍ରି-ବିକାଶ ୨୦୧୮ରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଦେଇଥିବା ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ  ରାଜ୍ୟରେ ଥିବା ଅଧିକାଂଶ ଆରଏମସିରେ ଆବଶ୍ୟକୀୟ ସୁବିଧା ଓ ଭିତ୍ତିଭୂମିର ଅଭାବ ରହିଛି । ଏହି ଆରଏମସି ଗୁଡିକୁ ଇ- ନାମ ପ୍ଲାଟଫର୍ମ ସହ ଯୋଡିେଲେ ଭିତ୍ତିଭୂମିଓ ସୁବିଧା ମିଳିବା ସହ ଚାଷୀ ମାନଙ୍କର ସମସ୍ୟା ଦୂର ହୋଇ ପାରିବ  । 

ଏଗ୍ରି ବିକାଶ -୨୦୧୮ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମ୍ମିଳନୀରେ ଏକ ହଜାରରୁ ଉର୍ଧ୍ଵ ଚାଷୀ ,କୃଷି ଉଦ୍ୟମୀ, କୃଷି ଶିକ୍ଷାବିତ, କୃଷି ଛାତ୍ର ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ- ନାମ ପ୍ଲାଟଫର୍ମର ସଫଳତା ସମ୍ପର୍କରେ କହିଥିଲେ । ଏହା ଦ୍ୱାରା କିପରି ବର୍ତ୍ତମାନର କୃଷି ଉତ୍ପାଦ  ମାର୍କେଟିଂ କମିଟିକୁ କୃଷକ ଓ କୃଷକ ଉତ୍ପାଦକ  ସଂଗଠନ ମାନଙ୍କ ସହ ଯୋଡା ଯାଇ  କୃଷକ ମାନଙ୍କ ପାଇଁ ବଜାର ସୃଷ୍ଟି କରା ଯାଇ ପାରୁଛି  । ସେ ସମ୍ପର୍କରେ ସେ ଏହି ସମ୍ମିଳନୀରେ କହିଥିଲେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । 

ଓଡିଶାରେ ୬୦ରୁ ୭୦ ପ୍ରତିଶତ ଲୋକ ଚାଷ ଓ ଏହା ସହ ଜଡିତ ଅନ୍ୟ ଆନୁଷଙ୍ଗିକ କାମ ଦ୍ୱାରା ନିଜର ଜୀବିକା ନିର୍ବାହ କରିଥାନ୍ତି । ତେବେ କୃଷି ଉତ୍ପାଦର ବିପଣନ ଓ ପ୍ରକ୍ରିୟାକରଣରେ ରାଜ୍ୟର  ଚାଷୀମାନେ ପଛରେ ଥିବା କାରଣରୁ କୃଷି କ୍ଷେତ୍ରରେ  ପ୍ରତି ବ୍ୟକ୍ତିି ଆୟ ଖୁବ କମ ରହିଛି ।  ଏହି ପରିପ୍ରେକ୍ଷୀରେ କୃଷକ ଓ କୃଷି ସମ୍ପର୍କିତ ସଂଗଠନ ଗୁଡିକୁ ଇ- ନାମ ସହ ଯୋଡିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଚାଷୀ ମାନେ ସେମାନଙ୍କର ଉତ୍ପାଦର ସଠିକ ମୂଲ୍ୟ ପାଇ ପାରିବେ ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବାର ଧାର୍ଯ୍ୟ  ଲକ୍ଷ୍ୟକୁ ହାସଲ କରାଯାଇପାରିବ  ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । 

ରାଜ୍ୟର ଏହି ବଜାର ଗୁଡିକୁ ଇ- ନାମ ପ୍ଲାଟଫର୍ମ ସହ ଯୋଡିବା ପାଇଁ ସହଯୋଗ କରିବା ପାଇଁ ସେ ଏହି ସମ୍ମିଳନୀରେ କହିଥିବା ଏହି ପତ୍ରରେ ଦର୍ଶାଇଛନ୍ତି । ତେଣୁ ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

0
0
0
s2sdefault