ହେଡଲାଇନସ୍:

ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-07-18-BJP-Kishan-Morcha.jpg - 91.42 kB

ଭୁବନେଶ୍ୱର, ତା.୦୪/୦୭: କେନ୍ଦ୍ର କ୍ୟାବିନେଟ୍ରେ ଧାନ ସମେତ ଆଉ ୧୪ଟି ଖାଦ୍ୟ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତି ଐତିହାସିକ ଅଟେ । ସହାୟକ ମୂଲ୍ୟକୁ ଉପôାଦନ ମୂଲ୍ୟର ଦେଢ ଗୁଣ କରିବାର ପ୍ରତିଶ୍ରୁତି ପାଳନ କରିଥିବାରୁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୦ ଟଙ୍କା ପର୍ଯ୍ୟନ୍ତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଭାରତ ଇତିହାସରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣାର ସର୍ବକାଳୀନ ରେକର୍ଡ । ମୋଦି ସରକାରଙ୍କର ଚାଷୀଙ୍କୁ ସହଯୋଗର ହାତ ବଢାଇବା ପାଇଁ ଧାନ ସମେତ ଡାଲି ଓ ତୈଳ ବୀଜ ଉପରେ ସହାୟକ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରି ଉତ୍ପାଦନ ମୂଲ୍ୟ ଉପରେ ୧.୫ଗୁଣ ବୃଦ୍ଧି କେନ୍ଦ୍ର ସରକାରଙ୍କର ଏକ ବିରାଟ ପଦକ୍ଷେପ ଓ ଏହା ଚାଷୀ ମାନଙ୍କୁ ବିଶେଷ ଭାବେ ସହାୟକ ହେବ । ଧାନର ଉତ୍ପାଦନ  ମୂଲ୍ୟ ୧୧୬୬ ଟଙ୍କା ନିର୍ଦ୍ଧାରଣ ହୋଇଥିବା ବେଳେ ବିକ୍ରୀର ସହାୟକ ମୂଲ୍ୟ ୧୭୫୦ ଟଙ୍କା ଏବଂ ୧୭୯୦ଟଙ୍କା ହେବା ଫଳରେ ଓଡ଼ିଆ ଚାଷୀଙ୍କୁ ବଂଚିବାର ରାହା ମିଳିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ଅପରପକ୍ଷରେ ରାଜ୍ୟର ଶାସକ ବିଜେଡି ଚାଷୀ ମାନଙ୍କୁ ସହାୟତା ପ୍ରଦାନ ବଦଳରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । 

ନିର୍ଦ୍ଧାରିତ ନୂତନ ସହାୟକ ମୂଲ୍ୟ ଅନୁଯାୟୀ ଆଗାମୀ ଖରିଫ ସିଜିନରେ ଓଡ଼ିଶାର ପ୍ରତିଟି ମଣ୍ଡିରେ ଠିକ୍ ଢ଼ଙ୍ଗରେ କେମିତି ଚାଷୀ ଧାନ ବିକ୍ରୀ ରକିବାର ସୁଯୋଗ ପାଇ ପାରିବେ ଓ ଅଭାବୀ ବିକ୍ରୀ ନହେବ, ସେକଥା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଜେପି ଚେତାବନୀ ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାହ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ଐତିହାସିକ ନିଷ୍ପତିକୁ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଖୁସିରେ ବାଜା ବଜାଇ ନାଚ ଗୀତ କରି ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କୃଷି ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault