ହେଡଲାଇନସ୍:

ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ : ବିଜେପି- ବିଜେଡି ମୁହାଁମୁହିଁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

      

 କେନ୍ଦ୍ରକୁ କୃଷି ମନ୍ତ୍ରୀଙ୍କ ଟାର୍ଗେଟ୍ କଲେ ମହାରଥୀ 

‘ମିଛୁଆଙ୍କୁ କୈାଣସି ଉତର ନାହିଁ’ : ବିଜେପି 

ଭୁବବେଶ୍ୱର/ ଚକ୍ରଧର ମାଝି : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିିକରଣ ମନ୍ତ୍ରୀ  ପ୍ରଦୀପ ମହାରଥୀ । ସେ କହିଛନ୍ତି ଯେ  ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ସରକାର ଧାନର ଏମଏସପି ଧାର୍ଯ୍ୟ  କରିବା କଥା । ମଇ ମାସରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ  ପିଛା ୨୯୩୦ ଟଙ୍କା ପାଇଁ ଦାବି କରିଛୁ । ମାତ୍ର ଜୁନ୍ ଯାଇ ଜୁଲାଇ ହେଲାଣି, କେନ୍ଦ୍ର ପକ୍ଷରୁ  କୌଣସି ସୂଚନା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି  । ବିଜେପି ସଭାପତି ଅମିତ୍ ଶାହା ଆସି ଓଡିଶାରେ ବୈଠକ କରୁଛନ୍ତି । କିନ୍ତୁ ଏମଏସ୍ପି ସମ୍ପର୍କରେ କିଛି କହୁ ନାହାନ୍ତି ବୋଲି ସେ କହିଛନ୍ତି  । ଅନ୍ୟପକ୍ଷରେ ରାଜ୍ୟ କୃଷି ବିଭାଗ ସଚିବ ଧାନର ଏମଏସ୍ପି ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ ଚିଠି ଲେଛନ୍ତି । ସାଧାରଣ ଧାନ କ୍ୱିଣ୍ଟାଲ  ପ୍ରତି ୨୯୩୦ ଟଙ୍କା ଓ ଏଗ୍ରେଡ୍ ଧାନ କ୍ୱିଣ୍ଟାଲ  ପ୍ରତି ୨୯୭୦ ଟଙ୍କା ପ୍ରଦାନ କରିବାକୁ ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି  । 

ହେଲେ ଏହାର ପାଲଟା ଜବାବ ଦେଇଛି ବିଜେପି | ବିଜେପି ମୁଖପାତ୍ର ଗୋଲୋକ ମହାପାତ୍ର କହିଛନ୍ତି ଯେ,  ‘ମିଛୁଆଙ୍କୁ କୈାଣସି ଉତର ନାହିଁ’  କୃଷିଜାତ ଦ୍ରବ୍ୟର ଉତ୍ପାଦନ  ମୂଲ୍ୟ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କୈାଣସି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି । ନିଜର ଅପାରଗତା ଏବଂ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟରେ ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣଫେଲ  ମାରିଛି । ବିହନ ଓ ସାର କିଣାରେ ବ୍ୟାପକ ଦୁର୍ନୀତି ଆଜି ସମଗ୍ର ଚାଷୀସମାଜ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଜଳସେଚନ ପାଇଁ ଚାଷୀଙ୍କୁ ବିଜୁଳି ଯୋଗାଇବାରେ ବି‘ଳ ହୋଇଥିବା ଅପାରଗ ରାଜ୍ୟ ସରକାରଙ୍କ କାରଣରୁ ଖଇନୁ ବଗର୍ତୀ ଭଳି ଅନେକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଚାଷୀର ଉତ୍ପାଦିତ  ଶସ୍ୟକୁ ବିକ୍ରି ପାଇଁ ମଣ୍ଡିର ଅଭାବ କାରଣରୁ ଆଜି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତିି । ମଣ୍ଡିରେ “କଟ୍ନି ଛଟନି”, ମିଲରମାନଙ୍କ ଦାଦାଗିରି ଏବଂ ପ୍ରଶାସନର ନୀରବତା, ରାଜ୍ୟ ସରକାରଙ୍କ ଯୋଗାଣ ଏବଂ ସମବାୟ ବିଭାଗ ମ୍ମରେ ସମନ୍ୱୟ ଅଭାବ, ଶେଷରେ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ଅଧିକାରୀମାନଙ୍କ ଦୈାରାତ୍ମରେ ପେଷି ହୋଇ ହନ୍ତସନ୍ତ ହେଉଥିବା ଚାଷୀମାନେ ଶେଷରେ ବା୍ମ ହୋଇ ନିଜ ଉତ୍ପାଦିତ  ଧାନକୁ କ୍ୱିଂଟାଲ ପ୍ରତି ୭୦୦-୮୦୦ଟଙ୍କାରେ ବାହାର ବଜାରରେ ଅଭାବୀ ବିକ୍ରି କରୁଛି । ଏହା ସତ୍ୱେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ସହ କଡ ଶବ୍ଦରେ ସମାଲୋଚନା କରିଛନ୍ତି, ନିଜ ଦୋଷକୁ ଲୁଚାଇବା ପାଇଁ ରାଜ୍ୟ ସରକାର ପୁଣି ଥରେ ଚିରାଚରିତ ଭାବେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଆହୁରି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀ ମହାପାତ୍ର | ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ସୋହେଲାଠାରେ ଧାନ କ୍ୱିଂଟାଲ ପ୍ରତି ୧୦୦ଟଙ୍କା ବୋନସ ଘୋଷଣା କରିବା ବର୍ତମାନ ମ୍ମ ପ୍ରହେଳିକାରେ ପରିଣତ ହୋଇରହିଛି  । ସଚିବାଳୟରେ ବସି ରହି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀପରିଷଦ କେବଳ ଭାଷଣବାଜି ଜରିଆରେ ରାଜ୍ୟର ଚାଷୀକୁଳଙ୍କୁ ବିଭ୍ରାନ୍ତ କରୁଛନ୍ତି । ସରଜମିନ୍କୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରି ଚାଷୀକୁଳର ହିତ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

0
0
0
s2sdefault