ହେଡଲାଇନସ୍:

୨୦୧୯  ପୂର୍ବରୁ ଆରମ୍ଭ ହେଇଗଲାଣି ଆରୋପ ପ୍ରତ୍ୟାରୋପ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ପାଇକମାଲ/Gouranga Dash  :-  ଆଉ ମାତ୍ର କିଛି ମାସ ରହିଲା ସାଧାରଣ ନିର୍ବାଚନ କୁ । ନିଜର ଦକ୍ଷତା ଓ ଅନ୍ୟ ପାର୍ଟି ର ଅପାରଗତା ତଥା ନିଜପ୍ରତି ଜନସାଧାରଣ ଙ୍କର ସହାନୁଭୂତି ଓ ସମବେଦନା ହାସଲ କରିବା ପାଇଁ ଅଂଚଳରେ ରାଜନୈତିକ ଦଳ ଆରମ୍ଭ କରିଦେଇଥିବା ଅନୁମାନ କରାଯାଉଛି।   

 ଗତ 29/6/2019 ତାରିଖ ଦିନ ପାଇକମାଲ ବ୍ଲକ ର ଟେମରି ଗ୍ରାମ ପଞ୍ଚାୟତ ର ମହିଳା ସରପଞ୍ଚ ଶ୍ରୀମତି ନିରୂପା ସିଂ ବ୍ୟକ୍ତିଗତ ଭାବରେ ପାଇକମାଲ ଥାନାରେ ହଜାର ହେଇ ଲିଖିତ ଅଭିଯୋଗ କରିଥିଲେ ଯେ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଲତାଫ  ମହମ୍ମଦ ତାଙ୍କର 2 ଜଣ ସହଯୋଗୀଙ୍କର ସହିତ ମିଶି ଶ୍ରୀମତି ସିଂ ଙ୍କୁ ବୁଲେଟ ଚଢାଇ ମାରିଦେବେ କୁ ଉଦ୍ୟମ କରିଥିଲେ। । ଶ୍ରୀମତି ସିଂ ଙ୍କର ଅଭିଯୋଗ ଅନୁସାରେ ପାଇକମାଲ ଥାନାରେ କେଶ ନ 91/ dt 29 06 2018 ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ଗତ କାଲି 02 07 2018 ଦିନ bjp ଦଳ ତରଫରୁ ପଦ୍ମପୁର SDPO ଶ୍ରୀ ଲାଷ୍ମୀ ନାରାୟଣ ପଣ୍ଡା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଅଲତାଫ  ମହମ୍ମଦ ଙ୍କୁ ଗିରଫ କରିବା ପାଇଁ ଦାବି କରା ଯାଇଛି। ଏହି କ୍ରମରେ ଆଜି ପାଇକମାଲ ବ୍ଲକ ର ପ୍ରାୟ 30 ଜଣ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇକମାଲ ସରପଞ୍ଚ ଧ୍ଵବଳେଶ୍ୱ ସାହୁ ଙ୍କର ନେତୃତ୍ୱରେ ପଦ୍ମପୁର ଉପ ଜିଲ୍ଲାପାଳ ଓ SDPO ଙ୍କୁ ଭେଟି ଶ୍ରୀମତି ସିଂ   ଅଳତାଫ ଙ୍କର ବିରୋଧ ରେ କରିଥିବା ଅଭିଯୋଗ ସମ୍ପୂର୍ଣ ଭାବରେ ଭିତ୍ତିହୀନ ଓ କପୋଲକଳ୍ପିତ ବୋଲି କହିବା ସହିତ ରାଜନୈତିକ ଉଦେଶ୍ୟ ରଖି ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ଙ୍କୁ ବଦନାମ କରିବା ପାଇଁ ଶ୍ରୀମତି ସିଂ ଏହି ଭଳି ଅଭିଯୋଗ କରିଛନ୍ତି ବୋଲି କହିଥିଲେ । ଏହି ଅଭିଯୋଗ ର ନିରପେକ୍ଷ ତଦନ୍ତ କରିବା ପାଇଁ ଜନ ପ୍ରତିନିଧିମାନେ ଉପଜିଲ୍ଲାପାଳ ତଥା SDPO ଙ୍କୁ ଲିଖିତ ନିବେଦନ କରିଛନ୍ତି।  ସମାନ କଥା ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଳତାଫ ମହମ୍ମଦ ମଧ୍ୟ କହିଛନ୍ତି ଯେ ତାଙ୍କର ଉପରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ସବୁ ଘଟଣାର ନିରପେକ୍ଷ ତଦନ୍ତ ହେବ ଦରକାର।   

0
0
0
s2sdefault