ହେଡଲାଇନସ୍:

ପାଇକମାଲ ବ୍ଲକ ଅଧ୍ୟକ୍ଷଙ୍କ ଗିରଫ୍ ଦାବିରେ ବିଜେପିର ଦାବିପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-07-18-nilaw.jpg - 81.42 kB

ପଦ୍ମପୁରରୁ ନୀଳ ଦୀପ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଢ ପାଇକମାଲ ବ୍ଲକ ର ଅଧ୍ୟକ୍ଷ ଅଲତାପ ମହମ୍ମଦଙ୍କ ବିରୋଧରେ ପାଇକମାଲ ବ୍ଲକ ଟେମରୀ ପଂଚାୟତର ସରପଂଚ  ନିରୁପମା ସାହୁ ଦେଇଥିବା ହତ୍ୟ ଉଦ୍ୟମ  ଏତଲା କୁ ସମର୍ଥନ କରି ପଦ୍ମପୁର ଭାରତୀୟ ଜନତା ପାର୍ଟିର୍ ତରଫରୁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଶିଘ୍ର କାର୍ଯାନୁଷ୍ଠାନ  ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ଦେଇଛନ୍ତି । ଏକ୍ତ ଦାବି ପତ୍ର ଅନୁଯାୟି ପାଇକମାଲ ବ୍ଲକର ଟେମରୀ ଗ୍ରାମରୁ ଖୁର୍ଷପାଲି ଗ୍ରାମକୁ ରାସ୍ତା କାମପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଟଙ୍କା ୧୦ ଲକ୍ଷ ଆସିଥିଲା । ଉକ୍ତ କାର୍ଯ୍ୟକୁ ବ୍ଲକ ଅଧ୍ୟକ୍ଷ ନିଜେ କରୁଥିବା ସତ୍ୱେ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର କାମ ହୋଇଥିବାରୁ ସରପଂଚ ଶ୍ରୀମତୀ ସିଂ ପାଇକମାଲ ବି.ଡି.ଓ. ତଥା ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ଆସିଷ୍ଟାଣ୍ଡ ଇଞ୍ଜିନିୟର  ନାରୟଣ କସ୍ୟାପ ହୋଇଥିବା କାମର ତଦାରଖ ପାଇଁ ଯାଇଥିଲେ । ଉକ୍ତ ସମୟରେ ଉକ୍ଷିପ୍ତ ହୋଇ ପଇକମାଲ ବ୍ଲକ ଅଧ୍ୟକ୍ଷ ଦୃତ ବେଗରେ ଗାଡ଼ି ନେଇ ମାଡ଼ି ଆସିଥିଲେ ଫଳରେ ଦୁର୍ଘଟଣାର ଭୟ ପାଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଶ୍ରୀମତୀ ସିଂ ରାସ୍ତା କଡ଼ କୁ ଓଲ୍ହାଇ ଆସିଥିଲେ । ପରେ ପାଇକମାଲ ଥାନାରେ ଏତଲା ଦେବାରୁ ଅଲତାପ ମହମ୍ମଦଙ୍କ ବିରୁଦ୍ଧରେ ପାଇକମାଲ ପୋଲିସ ଧାରା ୨୯୪ ଏବଂ ଧାରା ୫୦୬ ଭଳି ଦୁଇଟି ସଂଗିନ ଦଫା ଲଗାଇଥିଲେ ମଧ୍ୟ କିଛି କାର୍ଯାନୁଷ୍ଠାନ  ଗ୍ରହଣ ନ କରିଥିବାରୁ ଅପରାଧୀ ମାନଙ୍କ ଶିଘ୍ର ଗିରଫ ଦାବି ନେଇ ପଦ୍ମପୁର ଭାରତୀୟ ଜନତା ପାର୍ଟି  ଉପଖଣ୍ଡ ପୋଲିସ ଅଧିକାରୀ  ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ଦାବି ଜଣାଇଥିଲା । ତଥା ଅପରାଧୀ ମାନଙ୍କ ବିରୁଦ୍ଧରେ ଶିଘ୍ର କାର୍ଯାନୁଷ୍ଠାନ ଗ୍ରହଣ ନକରା ଗଲେ ଏହି ବିଷୟକୁ ନେଇ ତିବ୍ର ଆନ୍ଦୋଳନ  ହେବ ବୋଲି ପ୍ରକାଶ କରିଥିଲେ । ଉକ୍ତ ସମୟରେ ପଦ୍ମପୁର ଭାରତୀୟ ଜନତା ପାର୍ଟିର ନାରୀ ନେତ୍ରୀ  ଜ୍ୟୋତ୍ସ୍ନାମୟୀ କର,  ନଳିନି ସାହୁ, ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତୀ ପ୍ରିତେଶ କୁମାର ବହିଦାର, ପଦ୍ମପୁର ମଣ୍ଡଳ ସଭାପତୀ  ସୁନିଲ ଅଗ୍ରୱାଲ, ନଗର ଯୁବମୋର୍ଚ୍ଚା ସଭାପତୀ ପ୍ରମୋଦ ମେହେର, ସେବକ ମେହେର, ଆଦିତ୍ୟ ରଥ, ହିତେଶ ଅଗ୍ରୱାଲ, ଅରବିନ୍ଦ ପଟ୍ଟନାୟକ, ନରେଶ ସୁନ୍ଦର ସାହୁ, ସିଦ୍ଧେଶ୍ୱର  ମହାରଣା, ରୁଦ୍ରମଣି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault