ହେଡଲାଇନସ୍:

ତୁଳସୀକ୍ଷେତ୍ର କେନ୍ଦ୍ରାପଡା ରଥଯାତ୍ରା ପାଇଁ ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ କରନ୍ତୁ: ବୈଜୟନ୍ତ ପଣ୍ଡା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ତୁଳସୀକ୍ଷେତ୍ରରେ ସିଦ୍ଧବଳଦେବଜୀଉଙ୍କ ପ୍ରସିଦ୍ଧ ରଥ ଯାତ୍ରା କରିବା ପାଇଁ ରାଜ୍ୟ ସରକାର ନିଜ ଆଡୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି | 

ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସହ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ସିଦ୍ଧବଳଦେବଜୀଉଙ୍କ ରଥ ଯାତ୍ରାର ଅନେକ ଧାର୍ମିକ ସାମଞ୍ଜସ୍ୟ ରହିବା ସହ ନୀତିକାନ୍ତିରେ ମଧ୍ୟ ଅନେକ ସମାନତା ଓ ସଂଯୋଗ ବହୁ ପ୍ରାଚୀନ । ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଶ୍ରୀକ୍ଷେତ୍ର ରଥ ଯାତ୍ରା ଭଳି ଏହା ମଧ୍ୟ ବହୁ ପୁରାତନ ଓ ପ୍ରାଚୀନ ପରମ୍ପରା| ଏହି ରଥଯାତ୍ରା ସହିତ ଅଗଣିତ ଜନସାଧାରଣ ବିଶେଷ କରି କେନ୍ଦ୍ରାପଡାବାସୀଙ୍କ ଧାର୍ମିକ ଭାବନା ଜଡିତ ଥିବା କାରଣେ ଏହି ବହୁ ପୁରାତନ ପରମ୍ପରା ଓ ଜନସାଧାରଣଙ୍କ ଭାବାବେଗ ସହ ବୃହତ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ସଂପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଭିଡ ନିୟମାବଳୀ ଓ କଟକଣାକୁ ପ୍ରାଧାନ୍ୟ ଦେଇ ସିଦ୍ଧବଳଦେବଜୀଉଙ୍କ ରଥ ଯାତ୍ରା କରାଇବାପାଇଁ ରାଜ୍ୟ ସରକାର ନିଜର ଆନ୍ତରିକତା ପ୍ରକାଶ କରିବା ସହ ଏ ଦିଗରେ ପ୍ରଚେଷ୍ଟା କରିବା ଉଚିତ ହେବ  ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି |

0
0
0
s2sdefault