ହେଡଲାଇନସ୍:

ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବାକୁ ଦିଲିପ  ଦୋହରାଇଲେ ଦାବି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଲଣ୍ଡନ ମହିଳା ବିଶ୍ୱକପ୍ ହକି ପାଇଁ ସୁନ୍ଦରଗଡ଼ର ୪ କ୍ରୀଡ଼ାବିତଙ୍କୁ  ଦିଲିପ ରାୟଙ୍କ ଅଭିନନ୍ଦନ

ଭୁବନେଶ୍ୱର/ରାଉରକେଲା, (ସୁଶାନ୍ତ ବେହେରା): ଲଣ୍ଡନରେ ଅନୁଷ୍ଠିତ  ହେବାକୁ ଯାଉଥିବା ମହିଳା ବିଶ୍ୱକପ୍ ହକି ପ୍ରତିଯୋଗିତା ଲାଗି ଗଠିତ ୧୮ ଜଣିଅ । ଭାରତୀୟ ଦଳରେ ସୁନ୍ଦରଗଡ଼ର ୪ ଜଣ ପ୍ରତିଭା ହକି ଖେଳାଳି ସ୍ଥାନ ପାଇଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲିପ ରାୟ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏହି ବିଶ୍ୱକପ୍ରେ ସୁନ୍ଦରଗଡ଼ର ଖେଳାଳିମାନେ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି । ହକିକୁ ଦେଶବାସୀ ଭାରତର ଜାତୀୟ ଖେଳ ଭାବେ ଗ୍ରହଣ କରିନେଇଥିବା ଏବଂ ପାଠ୍ୟପୁସ୍ତକ ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏ ସଂକ୍ରାନ୍ତରେ ପ୍ରଶ୍ନ ଆସୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ହକିକୁ ଜାତୀୟ ଖେଳ ଭାବେ ତୁରନ୍ତ ଘୋଷଣା କରିବାକୁ ମଧ୍ୟ ଶ୍ରୀ ରାୟ ପ୍ରସ୍ତାବ ଦେଇଛନ୍ତି । 

ଏହି ମହିଳା ବିଶ୍ୱକପ୍ ହକି ଲାଗି ଭାରତୀୟ ଦଳରେ ଯେଉଁ ୪ ଜଣ ସ୍ୱନାମଧନ୍ୟା ଓଡ଼ିଆ କ୍ରୀଡ଼ାବିତ୍ ସ୍ଥାନ ପାଇଛନ୍ତି ସେମାନେ ହେଲେ ଦୀପ୍ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଓ ଲିଲିମା ମିଞ୍ଜ୍ । ଏହି ୪ ଜଣ ଯାକ ସୁନ୍ଦରଗଡ଼ ଜିଲ୍ଲାର । ଅତୀତରେ ଏହି କ୍ରୀଡ଼ାବିତ୍ମାନେ ରାଜ୍ୟ ଓ ଜାତୀୟ ଦଳରେ ବହୁ ହକି ମ୍ୟାଚ୍ ଖେଳି ସାଫଲ୍ୟ ଅର୍ଜନ କରିଛନ୍ତି । ଏହି ୪ ଜଣ ପୂର୍ବରୁ ରିଓ ଅଲମ୍ପିrରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଏଥର ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଅଗଣିତ ଦେଶବାସୀ ଓ କ୍ରୀଡ଼ାପ୍ରେମୀ ଆଶା ରଖିଥିବା ବେଳେ ଶ୍ରୀ ରାୟ ମଧ୍ୟ ଏହି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 

ଏବେ ଜାତୀୟ ଓ ରାଜ୍ୟ ସ୍ତରର ମହିଳା ଓ ପୁରୁଷ ହକି ଟିମ୍ରେ ଓଡ଼ିଶାର ୨୦ ଜଣ ଖେଳାଳି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣ ସୁନ୍ଦରଗଡ଼ ଓ ୨ ଜଣ ପଡେ଼ାଶୀ ଦେଓଗଡ଼ ଜିଲ୍ଲାର । ଏହି ଅବସରରେ ବିଧାୟକ ଶ୍ରୀ ରାୟ ରାଉରକେଲାରେ ଜାତୀୟ ଓ ଅନ୍ତର୍ଜାତୀୟ ହକି ମ୍ୟାଚ୍ମାନ କର୍ତ୍ତୃପକ୍ଷ ଆୟୋଜନ କରିବାକୁ ଦାବି କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହକିର ଏନ୍ତୁଡ଼ିଶାଳ ହୋଇଥିବାରୁ ରାଉରକେଲା ଏଭଳି ମ୍ୟାଚ୍ କରାଗଲେ କ୍ରୀଡ଼ାବିତ୍ମାନେ ଅଧିକ ଉତ୍ସାହିତ ହେବେ ବୋଲି ସେ କହିଛନ୍ତି । ଏଥିସହିତ ରାଜ୍ୟ ଓ ଜାତୀୟ ଦଳରେ ସାମିଲ ହୋଇଥିବା ସମସ୍ତ ହକି ଖେଳାଳିଙ୍କୁ ସରକାର ଅନୁ୍ୟନ ପ୍ରଥମ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦେବା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲ ଓ କଲେଜରେ ତାଲିମପ୍ରାପ୍ତ ହକି ଶିକ୍ଷକ ନିଯୁକ୍ତ କରିବା ଓ ଷ୍ଟାଡିୟମ୍ଗୁଡ଼ିକର ଆନ୍ତର୍ଜାତିକ ସ୍ତରର ବିକାଶ କରିବା ଲାଗି ଶ୍ରୀ ରାୟ ଦାବି କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରୁ ଏଯାବତ୍ ୫୩ ଜଣ ହକି ଖେଳାଳି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଲେଣି ଏବଂ ସେମାନଙ୍କ ମଧ୍ୟରୁ ୫୨ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର । ଏହି ହକି ଖେଳାଳିଙ୍କ ମଧ୍ୟରୁ ୨ ଜଣ ପଦ୍ମଶ୍ରୀ ସମ୍ମାନ ପାଇଥିବା ବେଳେ ଆଉ କେତେଜଣ ମଧ୍ୟ ଜାତୀୟ ହକି ଦଳର ନେତୃତ୍ୱ ନେଇଛନ୍ତି । 

 

 

 

0
0
0
s2sdefault