ହେଡଲାଇନସ୍:

ବିଜେପି  କର୍ମୀ ମାନଙ୍କର ବିଜେଡି ରେ ଯୋଗଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-06-18-gouranga.jpg - 78.88 kB 

ପାଇକମାଲ/ Gouranga Dash -   ଆଜି ପାଇକମାଲ ବ୍ଲକ ର କେଛୋଡାଦାର ପଞ୍ଚାୟତ ର ହୀରାପୁର ଗ୍ରାମ ର  ଶତାଧିକ ବିଜେପି  କର୍ମୀ ବଜେପି ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି। ବିଜୁ ଜନତା ଦଳର ବରଗଡ଼ ଜିଲ୍ଲା ସଭାପତି ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ  ଵିଜୟ ରଞ୍ଜନ ସିଂ ବାରିହା ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ  ଅଲତାଫ ମହମ୍ମଦ ପାଇକମାଲ ସରପଂଚ ଧବଳେଶ୍ବର ସାହୁ ଙ୍କର ଉପସ୍ଥିତି ରେ ସମସ୍ତ ନୂତନ କର୍ମୀ ମାନଙ୍କୁ ବିଜୁ ଜନତା ଦଳରେ ସ୍ୱାଗତ କରା ଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ  ଓ ଜିଲ୍ଲା ସଭାପତି ବିଜୟ ରଞ୍ଜନ ସିଂ ବାରିହା ଙ୍କର ବଲିଷ୍ଠ ନେତୃତ୍ବରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ନୁତନ ଭାବରେ ଆଜି ସାମିଲ ହୋଇଥିବା ସଭ୍ୟ ମାନେ ପ୍ରକାଶ କରିଛନ୍ତି। ସମସ୍ତେ ସ୍ଥାନୀୟ ନେତୃ ମଣ୍ଡଳୀ ସହିତ ମିଶି ଆଗାମୀ ଦିନରେ ଦଳ କୁ ମଜବୁତ କରିବେ ବୋଲି କହିଛନ୍ତି। ହୀରାପୁର ଗୋଟିଏ ବଡ ଗ୍ରାମ ହୋଇଥିବାରୁ ନୂତନ କର୍ମୀ ମାନଙ୍କର ଯୋଗଦାନ ଆଗାମୀ ଦିନରେ ଦଳକୁ ମଜବୁତ କରିବ ବୋଲି ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ  ଅଲତାଫ ମହମ୍ମଦ  ଜଣାଇଥିଲେ।

0
0
0
s2sdefault