ହେଡଲାଇନସ୍:

କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା, ଫାଟ ଜଳଜଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପୁଣି ଥରେ ପୂର୍ବସ୍ଥିତିକୁ ଫେରି ଆସିବ : ହେମନ୍ତ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ କଂଗ୍ରେସ ଜିଲ୍ଲା କଂଗ୍ରେସ, ମହିଳା ଓ ଯୁବ କଂଗ୍ରେସ ପକ୍ଷରୁ ବାରିପଦାସ୍ଥିତ ସାଇବିନାୟକ ବିବାହ ମଣ୍ଡପ ପରିସରରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ଉକ୍ତ ସଭାରେ ନବ ନିଯୁକ୍ତ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ସହିତ ଜିଲ୍ଲା କାର୍ଯ୍ୟକାରୀ ସଭାପତିମାନଙ୍କୁପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମୟରେ ମଞ୍ଚାସୀନ ଥିଲେ ପୂର୍ବତନ ଏମପି ସୁଶୀଳା ତିରିଆ, ବିଜେଡ଼ିରୁ ଘର ବାହୁଡ଼ିଥିବା ତଥା ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝି, ଯୁବ କଂଗ୍ରେସ ସଭାପତି ରାକେଶ ସିଂ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଯୁଗେଶ ଅଗ୍ରୱାଲା, ଅଶୋକ ଅଧିକାରୀ ଓ ଅଜୟ ମହାପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସାହୁ, ବରିÂ ନେତା ବିଜନ ଦାସ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଓ ଭୂବନ ସାହୁ, ମହିଳା ନେତ୍ରୀ ସସ୍ମୀତା ଘୋଷାଲ, ପୂର୍ବତନ ଓବିସି ସେଲ ଅଧ୍ୟକ୍ଷ ଅଜିତ ଜେନା, ପୂର୍ବତନ ମହିଳା କଂଗ୍ରେସ ସଭାପତି ପ୍ରତିଭା ମିଶ୍ର, ମାଧବୀ ସେନାପତି, ଅରବିନ୍ଦ ଦାସ  ପ୍ରମୁଖ । ଏଥି ସହିତ ଛାତ୍ର ନେତା ବିକାଶ ମହାଭୋଇ, ଆଶିଷ ବାରିକ, ବିଶ୍ୱଜିତ ଟୁଡ଼ୁ, ମହେନ୍ଦ୍ର ନାୟକ, କବୀର ଦାସ, ପ୍ରଦୀପ ଦାସ, ଦୁର୍ଗା ଟୁଡ଼ୁ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଂଗ୍ରେସର ବହୁ ନେତା ଓ କର୍ମୀ ସଭାରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ନବ ନିଯୁକ୍ତ ସଭାପତି ଶ୍ରୀଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା ମିଶ୍ରଣ ପର୍ବ । ଏଥିରେ ବିଜେଡ଼ି, ବିଜେପି ଓ ଜେଏମଏମ ତ୍ୟାଗ କରି ବହୁ ନେତା ଓ କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ବାଲକ ମାର୍ଣ୍ଡି (ସରପଞ୍ଚ ଚିତ୍ରଡ଼ା), ଭାଦାଉ ମାଝି(ଜେଏମଏମ), ଧନୁରାମ ହେମ୍ବ୍ରମ ଓ ସୁନାରାମ ବେଶ୍ରା(ବିଜେଡ଼ି), ସେକ ସାରବୁଦ୍ଧିନ, ସେକ ମୁସ୍ତାକ, ସେକ ରହିମ ପ୍ରମୁଖ ରହିଛନ୍ତି ।  ଶେଷରେ ଜିଲ୍ଲା ସଭାପତି ଶ୍ରୀଦାସ  ଗଣମାଧ୍ୟମକୁ ସାକ୍ଷାତକାର ମାଧ୍ୟମରେ ଦେଇଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପୁଣି ଥରେ ପୂର୍ବସ୍ଥିତିକୁ ଫେରି ଆସିବ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀଗୁଡ଼ିକରେ କଂଗ୍ରେସ ପୁଣିଥରେ ଆଧିପତ୍ୟ ବିସ୍ତାର କରି ପତନ ହୋଇଥିବା ଗଡ଼କୁ ଦଖଲକୁ ନେବ ବୋଲି କହିଥିଲେ ।  ସେହିପରି ଶ୍ରୀଦାସ ତାଙ୍କ ସାକ୍ଷାତକାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାର ଦେଶକୁ ବିନାଶର ରାସ୍ତା ଦେଖାଇ ଦେଇଛନ୍ତି । କେବଳ ଦେଶବାସୀଙ୍କୁ ମିଥ୍ୟା ଭାଷଣ ଓ ବାହୁସ୍ଫୁଟ ମାରି ଚାଲିଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜଦ ସରକାରର ୧୮ ବର୍ଷର ଶାସନରେ ଓଡ଼ିଶାରେ କୌଣସି ବିକାଶର ଛାପ ପଡ଼ିପାରି ନାହିଁ । ରାଜ୍ୟରେ ଗରିବୀ ବୃଦ୍ଧି ପାଇଛି । କେବଳ କଂଗ୍ରେସ କଂଗ୍ରେସ ସରକାର ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେଇପାରିବ । ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ଦିଗଦର୍ଶନରେ ଏକ ଶୃଙ୍ଖଳିତ ଦଳ ଭାବେ କାର୍ଯ୍ୟକରିବ । ଓଡ଼ିଶାରେ ପୁଣିଥରେ କଂଗ୍ରେସ ଉଠିବ , ଓଡ଼ିଶା ହସିବ ବୋଲି ନବ ନିଯୁକ୍ତ ଜିଲ୍ଲା ସଭାପତି ଶ୍ରୀଦାସ କହିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ କଂଗ୍ରେସ ମଧ୍ୟରେ ରହିଥିବା ଅନ୍ତଦ୍ୱର୍ନ୍ଦ ଜଳଜଳ ହୋଇ ଦେଖାଦେଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦୀନକୃଷ୍ଣ ଓ କୈଳାଶ ଅଗ୍ରୱାଲା, ମହିଳା ନେତ୍ରୀ ରଞ୍ଜିତା ସଞ୍ଚିତା ଯୋଶୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ଗିରି, ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦାଃ, ଜିଲ୍ଲା ଏସସି ସେଲ ସଭାପତି ଶୋଭାକର ମୁଖୀ, ଉଦଳା ନିର୍ବାଚନ ମଣ୍ଡଳୀର ୨୦୧୪ ବିଧାନସଭା ପ୍ରାର୍ଥୀ ଦୁଖୀରାମ ମୁର୍ମୁ ଓ ମୋରଡ଼ା ପ୍ରାର୍ଥୀ ପ୍ରଭାସକର ମହାପାତ୍ର, ଏମପି ପ୍ରାର୍ଥୀ ଶ୍ୟାମସୂନ୍ଦର ହାଁସଦାଃ,  ପ୍ରକାଶ କରମହାପାତ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ଲକ ସଭାପତି ପ୍ରମୁଖଙ୍କ ଉପସ୍ଥିତି ଦେଖିବାକୁ ମିଳି ନ ଥିବା ସମୟରେ ମୁନା ରଥ, ପ୍ରଦୀପ  ମିଶ୍ର, ବିଜୟ ସିଂ ପ୍ରମୁଖ ବହୁ ନେତା ମଞ୍ଚ ଉପରକୁ ନ ଯାଇ ତଳେ ବସିଥିବାର ଦେଖିବାକୁ ମିଳିଥିଲା । 

 

0
0
0
s2sdefault