ହେଡଲାଇନସ୍:

ବେଳ ଥାଉ ଵଦ୍ଧ ବାନ୍ଧରେ କୁମାର ବେଳ ଥାଉ ଵଦ୍ଧ ବାନ୍ଧ.....

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ ପରିବାର ଷ୍ଟାଇଲ ବଦଳାଇଲେ , ସାମୁହିକ ବିକାଶ ପାଇଁ ସମସ୍ତଙ୍କୁ ଏକାଠି କଲେ 

ବଲାଙ୍ଗୀରରୁ ଜିଲ୍ଲା ପ୍ରତିନିଧି ନିରୋଜ ମିଶ୍ର : ବଦଳୁଛି ରାଜନୀତିର ତରିକା |  ବିଭିନ୍ନ ବର୍ଗର ଲୋକଙ୍କୁ ସାଙ୍ଗରେ ଆଉ ବିଶ୍ୱାସକୁ ନନେଲେ ଲୋକମାନେ ଝାଳୁଆ ପୋଷାକ କାଢି ଫିଙ୍ଗିଦେଲା ପରି କେତେବେଳେ ଫିଙ୍ଗିଦେବେ | ଆଉ ରାଜନୀତି ଭିତରେ ବଲାଙ୍ଗୀର ରାଜନୀତି ଭିନ୍ନ | ରାଜା ବନାମ ମିଶ୍ର ରାଜନୀତି ଭିତରେ ସୀମିତ ଥିବା ବଲାଙ୍ଗିରର ରାଜନୀତି ଏବେ ଭିନ୍ନ ମୋଡ ନେଲାଣି |  ନରସିଂହଙ୍କ ସତୀର ଚାଲ ସାଙ୍ଗକୁ ଜୋରଦାରୀଆ ଆଙ୍ଗୁଠି ପୁରାଇବା ଆରମ୍ଭ  କଲାଣି ବିଜେପି |  ତେଣୁ ବେଳ ଥାଉ ବନ୍ଧ ନାଵାନ୍ଧିଲେ କେତେବେଳେ ଉଜାଣି ବହି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି | ଏହାକୁ ଠିକ ବୁଝିଛନ୍ତି ଅଭିଜ୍ଞ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ | ଯାହା ବହୁଦିନରୁ ଆରମ୍ଭ ହେବାର ଥିଲା ତାହା ବିଳମ୍ବରେ ହେଲେ ବି ଆରମ୍ଭ କରିଛନ୍ତି ଅନଙ୍ଗ, କାରଣ ସେ ଜାଣିଛନ୍ତି ୧୯ ଲଢେଇ ଟିକେ ତାଗଡା ହେବା ନିଶ୍ଚିତ | ଆଉ ବଲାଙ୍ଗୀର ବିଧାନସଭା ରାଜନୀତିରେ ଅତ୍ୟନ୍ତ ଭାବେ ସକ୍ରିୟ ଥିବା ତଥା ଲୋକଙ୍କ ସୁଖ ଦୁଃଖ ସହ ସାମିଲ ହୋଇ କାର୍ଯ୍ୟ ଆରମ୍ଭ କରିଥିବା  ସାନପୁଅ ତଥା ଉଦୀୟମାନ ଯୁବ ନେତା ଅରକେଶ ସିଂହଦେଓଙ୍କୁ ଉତାରିବାକୁ  ହେଲେ ଦଳମତ ନିର୍ବିଶେଷରେ ସମସ୍ତଙ୍କ  ସହଯୋଗ ଦରକାର | ଆଉ ବଲାଙ୍ଗିରର ବିକାଶ ମୁଦ୍ଦାକୁ ନେଇ ଆଗେଇବା ଆଉ ଲଢେଇ କରିବା ଦରକାର ବୋଲି ଅନୁଭବ କରି  ରାଜନୀତିରୁ ଉର୍ଧ୍ବକୁ ଉଠି ଜିଲ୍ଲାର ବିଭିନ୍ନ ସଂଗଠନ, ବୁଦ୍ଧିଜୀବି ଏବଂ ରାଜନୈତିକ ଦଳର ପ୍ରତିଦିଧି ମାନଙ୍କର ଏକ ସମ୍ମିଳନୀ ଡାକିଥିଲେ | ହଜାହାକି ବେଶ ଫଳପ୍ରଦ ଭାବେ ସମ୍ପନ୍ନ ହୋଇଥିଲା ଢ ଏହା ଅନଙ୍ଗଙ୍କୁ ସମୟୋପଯୋଗୀ ରାଜନୈତିକ ପଦକ୍ଷେପ ହୋଇପାରେ, ହେଲେ ସମୟର ଆବଶ୍ୟକତା ତଥା ବଲାଙ୍ଗିରର ସାମୁହିକ ବିକାଶ ପାଇଁ ଅନେକ ବ୍ୟକ୍ତି ଓ ସଂଗଠନ ଏକାଠି ହୋଇଥିଲେ ଦଳମତ ନିର୍ବିଶେଷରେ |

 ବଲାଙ୍ଗିର ଜିଲ୍ଲାର ସାମୁହିକ ବିକାଶକୁ ସଂଗଠିତ ଭାବରେ ଆଗେଇ ନେବା ପାଇଁ  ଜିଲ୍ଲାର ଜନସାଧାରଣ କିପରି ସାମୁହିକ ଭାବେ ଯୋଗଦାନ କରିପାରିବେ ତାର ଉପାୟ ନିଶ୍ଚିତ କରିବା ପାଇଁ ଯୁବନେତା  ଅର୍କେଶ ନାୟାରଣ ସିଂ ଦେଓଙ୍କ  ପ୍ରଚେଷ୍ଟାରେ  ଜିଲ୍ଲାର ବିଭିନ୍ନ ସଂଗଠନ, ବୁଦ୍ଧିଜୀବି ଏବଂ ରାଜନୈତିକ ଦଳର ପ୍ରତିଦିଧି ମାନଙ୍କୁ ନେଇ ଏକ ଆଲୋଚନା ସଭା ସ୍ଥାନିୟ ସର୍କିଟ ହାଉସ୍ ଠାରେ ଆୟୋଜିତ ହୋଇଥିଲା  । ଏହି ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂ ଦେଓ ଏବଂ ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂ ଦେଓ ଉପସ୍ଥିତ ଥିଲେ । ଦଳମତ ନିର୍ବିଶେଷରେ ତଥା ଆଦର୍ଶଗତ ପାର୍ଥକ୍ୟକୁ ଗୁରୁତ୍ୱ ନ ଦେଇ ଜିଲ୍ଲାର ସାମୁହିକ ବିକାଶ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ କେଉଁ କେଉଁ ପଦକ୍ଷେପର ଆବଶ୍ୟକତା ରହିଛି ସେ ବିଷୟରେ ଆଲୋଚନା ହୋଇଥିଲା । ନାଗରିକ କମିଟିର ସଭାପତି ଭବାନି ଶଙ୍କର ଶତପଥି ଏବଂ ସିଭିଲ ସୋସାଇଟିର ସଭାପତି ନିଳମଣି ମିଶ୍ର ରାଜେନ୍ଦ୍ର କଲେଜକୁ ୟୁନିଭରସିଟିର ମାନ୍ୟତା ପ୍ରଦାନ ପାଇଁ  ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପ୍ରସ୍ତାବ ଦେଇଥିଲା ଏବଂ ଏହା ହେଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ  ହୋଇ ପାରିବ ବୋଲି ମତ ଦେଇଥିଲେ ଢ ଏହାର ଉତ୍ତରରେ ଅର୍କେଶ ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବିଟି ଉପସ୍ଥାପନ କରାଯାଇଛି ବୋଲି କହିଥିଲେ ଏବଂ ଆବଶ୍ୟକୀୟ  ଭିତ୍ତିଭୁମି ପାଇଁ ବର୍ତ୍ତମାନ ଚାଲିଥିବା କା୍ର୍ୟ୍ୟ ବିଷୟରେ ମଧ୍ୟ ଅବଗତ କରାଇଥିଲେ ।  ନାଗରିକ କମିଟିର ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ, ସମାଜସେବୀ ଶ୍ରୀକର ମିଶ୍ର ଏବଂ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ସଭାପତି ଅଶୋକ ମହାନ୍ତି କହିଥିଲେ ଯେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ୍ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା ରହିଥିବାରୁ ଏହାକୁ ବଲାଙ୍ଗିରରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ କାହିଁକି ହୋଇ ପାରୁ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଅନଙ୍ଗ ଏକ କମିଟି ଗଠନ କରିବା ପାଇଁ ସେମାନଙ୍କୁ କହିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିବାରେ ସାହାଯ୍ୟ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଅଶୋକ ମହାନ୍ତ, ନିଳମଣି ମିଶ୍ର ଓ ଶୀକର ମିଶ୍ର   ଆର.ଡି.ସି. ର ଏକ କାର୍ଯ୍ୟାଳୟ ପାଇଁ ପ୍ରସ୍ଥାବ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରି କରିବା ପାଇଁ ସାଂସଦ କଲିକେଶ ନାୟାରଣ ସିଂ ଦେଓ  ଆବଶ୍ୟକ  ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ଜିଲ୍ଲା  ସଂକୀର୍ତନ  ସଂଘ ସଭାପତି କିଶୋର କୁମାର ମିଶ୍ର ବଲାଙ୍ଗିରରୁ ଆହ୍ଲାବାଦକୁ ଏକ ସିଧାସଳଖ ଟ୍ରେନ ଏବଂ ଷ୍ଟେସନରେ  ଡିସ୍ ପ୍ଲେ ବୋର୍ଡ କାର୍ଯ୍ୟକ୍ଷମ ଦାବୀ ଉଠାଇଥିଲେ ।   ଏହାର ଉତ୍ତରରେ ଅନଙ୍ଗ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋୟଲଙ୍କ ସହ କଥା ହୋଇ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ । ବରିଶହ  ଆଇନଜୀବି ଜୟରାମ ମିଶ୍ର, ବିଜୟ ତ୍ରୀପାଠି, ମୋହନଲାଲ ଜୈନ ଏବଂ  ବଲାଙ୍ଗିର ଆକ୍ସନ୍ କମିଟି ର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ସମେତ ଅନେକ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ବାଇପାସ୍ ପାଇଁ ଉଦ୍ଧିଷ୍ଟ ଜମିର ମୁଲ୍ୟାୟନ ଉପରେ ଜାଲିଆତି ହୋଇଥିବା କଥା କହିଥିଲେ ଏବଂ କେତେକ ନ୍ୟସ୍ତ ସ୍ୱର୍ଥ ବ୍ୟକ୍ତି ଏବଂ ସରକାରୀ ଅଧିକାରୀ ଏଥିରେ ସଂଶ୍ଳିଷ୍ଟ  ଥିବା କଥା ମଧ୍ୟ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯଦ୍ୱାରା ଏହି ପ୍ରସ୍ତାବକୁ କେନ୍ଦ୍ର ଫେରାଇ ଦେଇଥିବା କହିଥିଲେ ।  ଗୋପାଲଜୀ ଆହୁରି ମଧ୍ୟ  ବାଇପାସ୍ ରୋଡ ଜମି ମୁଲ୍ୟାୟନରେ ଚଞ୍ଚକତା ବିଷୟରେ ଅନେକ ପ୍ରଶ୍ନ ଉଠାଇଥିଲେ ।   ଏହାକୁ ଶଂସୋଧନ କରି  ପରବର୍ତ୍ତି ପଦେକ୍ଷପ ନେବା ପାଇଁ ଦାବୀ ଉଠାଇଥିଲେ ।  ପ୍ରକାଶ ଥାଉକି ଏ ଗତ ଫେବୃୟାରି ମାସରେ କଲିକେଶ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରିଙ୍କୁ ଭେଟି ବାଇପାସ୍ ରାସ୍ତା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହାର ସମାଧାନ ପାଇଁ ସେ ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ହୋଇ ତୁରନ୍ତ ଅଧପନ୍ତରିଆ କାର୍ଯ୍ୟକୁ  ଆରମ୍ଭ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ଆହୁରି ମଧ୍ୟ ଲୋୟର ସୁକତେଲ କଥା ସେ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ସଂଲଗ୍ନ ଗ୍ରାମ ପରିଧିଆପାଲି, ଖୁଟପାଲି ଏବଂ କେସିଣ୍ଡା ର ଉପଭୋକ୍ତା ମାନେ ସେମାନଙ୍କର ଉପଯୁକ୍ତ କ୍ଷତିପୁରଣ  ପାଉଣା ପାଇ ନ ଥିବା ହେତୁ ସ୍ଥାନାନ୍ତରିଣ କାର୍ଯ୍ୟରେ ବିଳମ୍ବ ହେଉଛି । ସେମାନେ କିଭଳି ତାଙ୍କର ପାଉଣା ପାଇବେ ଏବଂ ପ୍ରକଳ୍ପ କାମକୁ କିପରି ଶିଘ୍ର ସମାପ୍ତ କରିହେବ ସେ ଦିଗରେ ପଦକ୍ଷେପ ନେବା ପାଇଁ  ଗୋପାଳଜୀ ଦାବି ଉପସ୍ଥାପନ କରିଥିଲେ । ବିଜୟ ତ୍ରିପାଠି ଏକ ସମନ୍ୱୟ କମିଟି ଗଠନ କରି ବଲାଙ୍ଗିରରେ ବୃକ୍ଷରୋପଣ ଏବଂ ପୁଷ୍କରିଣୀମାନଙ୍କର ପଙ୍କୋଦ୍ଧାର ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ଏହାକୁ ଅନଙ୍ଗ ସ୍ୱାଗତ କରି  ସହରକୁ ଗ୍ରୀନ ବଲାଙ୍ଗିର ରେ ପରିଣତ କରିବା ପାଇଁ  ବୃକ୍ଷ ରୋପଣ ଏକାନ୍ତ ଆବଶ୍ୟକ ଓ ଏଥି ପାଇଁ ସେ ନିଜେ ଅନ୍ୟମାନଙ୍କ ସହିତ ମିଶି କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ ।  ଖୁବ ଶିଘ୍ର ବଲାଙ୍ଗିର ସହରର ପାଟଣା ଛକ ଠାରେ କ୍ଳକ୍ ଟାୱାର ଓ ପାର୍କିଂ ସ୍ପେସ୍ ନିର୍ମାଣ ହେବ ବୋଲି କହିଥିଲେ । ମହାରାଣୀ ସାଗରେ ଆଡିର ନିର୍ମାଣ ପାଇଁ ୭୦ ଲକ୍ଷ ଟଙ୍କା ଦିଆଯାଇଥିବା କଥା ଭବାନି ଶତପଥି ଉପସ୍ଥାପନ କରିଥିଲେ ଏବଂ ଏହା ଯଥାଶିଘ୍ର ଆରମ୍ଭ ହୋଇ ସମାପ୍ତ ହେଲେ ଜନ ସାଧାରଣ ଉପକୃତ ହେବେ ବୋଲି ଦର୍ଶାଇଥିଲେ । ମ୍ୟୁନିସିପାଲିଟି  ଏ ଦିଗରେ ପଦକ୍ଷେପ ତୁରନ୍ତ ନେବ ବୋଲି ସାଂସଦ କହିଥିଲେ । ବିଂ ହ୍ୟୁମେନ୍ ଫାଉଣ୍ଡ୍ଡେସନ୍ ର ସୋମନାଥ ମିଶ୍ର ମାନସିକ ରୋଗୀମାନଙ୍କ ପାଇଁ ଏକ ଡେଷ୍ଟିଚ୍ୟୁଟ  ହୋମ୍ ପାଇଁ ଦାବି ଜଣାଇଥିଲେ । ଅଶୋକ ବହିଦାର ଜିଲ୍ଲାରେ ସରକାରୀ ଚାକିରୀ କ୍ଷେତ୍ରରେ ଜିଲ୍ଲାର ଯୁବକ ଯୁବତି ମାନଙ୍କୁ ଅଗ୍ରାଧରକାର ଦେବା ପାଇଁ ଦାବି କରିଥିଲେ । ରାମ ପୁରୋହିତ ବଲାଙ୍ଗିର ସହରର ନାଳ ନର୍ଦ୍ଧର୍ମା ସଫେଇ କାର୍ଯ୍ୟ ଉପରେ ଗୁରୁତ୍ୱରୋପ କରିଥିଲେ । କୋଶଳି ଏକତା ମଞ୍ଚର ମୂଖ୍ୟ ପ୍ରମୋଦ ମିଶ୍ର ଏକ ସମନ୍ୱୟ କମିଟିର ଏକାନ୍ତ ଆବଶ୍ୟକ ବୋଲି କହିଥିବା ବେଳେ ବଲାଙ୍ଗିର  ଉନ୍ନତି ପାଇଁ ଦଳମତ  ନିର୍ବିଶେଷରେ ସମସ୍ତେ ଆଗଭର ହେବା ପାଇଁ କହିଥିଲେ ଏବଂ ଏଥି ପାଇଁ ସେ ସବୁବେଳେ ସମୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।  ଆଗାମୀ  ଦିନରେ ଏଭଳି ସଭାର ଏକାନ୍ତ ଆବଶ୍ୟକତା ରହିଛି ବୋଲି ଯୁବ ନେତା ଅର୍କେଶ କହିଥିଲେ ଏବଂ ଜିଲ୍ଲାର ଉନ୍ନତି ପାଇଁ ସେ, ତାଙ୍କ ବାପା ଓ ବଡ ଭାଇ ସବୁ ବେଳେ ସମୟ ଦେବେ ବୋଲି କହିଥିଲେ । ଏହି ସଭାରେ ବଲାଙ୍ଗିର ସିଟିଜନ କମିଟିର ସଭାପତି ସଂପାଦକ, ବଲାଙ୍ଗିର ର ଅବସର ପ୍ରାପ୍ତ କର୍ମିଚାରୀ ସଂଘ, ରେଳ ପ୍ରତିନିଧି, ବି ହ୍ୟୁମେନ ଫାଉଣ୍ଡଡେସନ୍, ମାରବାଡି ୟୁବା ମଞ୍ଚ, ସିନ୍ଧି ସମାଜ, ଗୁଜରାଟି ସମାଜ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ , କୋଶଳ ଏକତା ମଞ୍ଚ, ଚେମ୍ବର ଅଫ୍ କର୍ମସ୍, ପୂର୍ବତନ ସୈନିକ ସଂଘ, ମାଁ ମାହେଶ୍ୱରୀ ସଂଗଠନ, ଶୁଶ୍ରୀ ଇନଷ୍ଟିଚୁ୍ୟଟ୍, ବେସରକାରୀ ବସ୍ ମାଲିକ ସଙ୍ଗ, ଜିଲ୍ଲା ଓକିଲ ସଂଘ ତଥା ଅନେକ ଅଗ୍ରଣୀ ସଂଗଠନ ତରଫରୁ ଶ୍ରୀ ଶ୍ରୀକର ମିଶ୍ର, ଗଜେନ୍ଦ୍ର ଭମର, ବିଶ୍ୱଜିତ ନାୟକ, ଗୋପାଳ କୃଷ୍ଣ ଆଚାର୍ଯ୍ୟ, ସାନ୍ତନୁ କୁମାର ଭୋଇ, ପ୍ରତାପ ରଥ, ଜୟରାମ ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ଗୋପାଲଜୀ ପାଣିଗ୍ରାହୀ, ଗୋପବନ୍ଧୁ ପୁରୋହିତ, କପିଳେଶ୍ୱର ଖମାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଅର୍ନ୍ତୟାମି ପୁରୋହିତ, ବିରଞ୍ଚ୍ନ ହୋତା, ବିଶ୍ୱନାଥ ମିଶ୍ର, ଅଶୋକ କୁମାର ଚାନ୍ଦ, ମଦ୍ମ ଚରଣ ଆଚାର୍ଯ୍ୟ, ପର୍ଶୁରାମ ନାଏକ, ସୁଦରଶନ  ମିଶ୍ର, ସଞ୍ଜିବ କୁମାର ନାଥ, ଅଶୋକ କୁମାର ମହାନ୍ତି, ଅମୃତ ଲାଲ ପଟେଲ, ଶିବ ଶଙ୍କର ପଟେଲ, ଗୋପାଲ ପ୍ରଧାନ, ପ୍ରଶାନ୍ତ ସତପଥି, ମନିସ ମିଶ୍ର, ସଞ୍ଜୟ କୁମାର ଚୌଧୁରୀ, ପ୍ରମୋଦ କୁମାର ମିଶ୍ର, ମନମୋହନ ରଥ, ନୁତନ ସେଠ୍, ନିଳାଦ୍ରୀ ସିଂ, ଅମିୟ କୁମାର ମହାନ୍ତି, ଆଶିଷ ଚୌଧୁରୀ, ରାଜେଶ କୁମାର ଅଗ୍ରୱାଲ, ରୁପ କୁମାର ଅଗ୍ରୱାଲ, ରାମ ଚନ୍ଦ୍ର ପୁରୋହିତ, ନିରୋଜ କୁମାର ବକ୍ସି, ଶିବାନନ୍ଦ ସାହାଣୀ, ଅଙ୍କୁଶ କୁମାର ପାଣ୍ଡିଆ, କିଶୋର କୁମାର ମିଶ୍ର, ଅବିନାଶ ରାଉତ ପ୍ରମୁଖ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ । ଏହି ସଭାରେ ଯୋଗ ଦେଇଥିବା ସମସ୍ତେ ସଚେତନ ନାଗରିକ ମାଙ୍କ ସୁଚିନ୍ତିତ ମତାମତ ପାଇଁ ଶ୍ରମିକ ନେତା ଲଳିତ ନାୟକ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault