ଦିଲ୍ଲୀ ବିଜେପି ରିଲିଫ ଅଭିଯାନ ଦାୟିତ୍ୱରେ ବୈଜୟନ୍ତ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ଭୁବନେଶ୍ୱର : ଦିଲ୍ଲୀରେ କୋଭିଡ ପରିସ୍ଥିତିକୁ  ନେଇ ଲୋକଙ୍କୁ ସାହାଯ୍ୟ ଲକ୍ଷ୍ୟରେ ବିଜେପି ପକ୍ଷରୁ 'ମେରା ବୁଥ କରୋନା ମୁକ୍ତ' ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରମୁଖ ତଦାରଖ ଦାୟିତ୍ୱରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା। କୋଭିଡ ଦ୍ଵିତୀୟ ଲହରର ଦୃଢ ମୁକାବିଲା ପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟକର୍ତ୍ତାମାନେ ନିରନ୍ତର କାର୍ଯ୍ୟରତ ରହିଛନ୍ତି ଏବଂ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ବୋଲି ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ନିକଟରେ ଶ୍ରୀଯୁକ୍ତ ପଣ୍ଡାଙ୍କ ନେତୃତ୍ବରେ ଦିଲ୍ଲୀ ବିଜେପି ନେତୃବୃନ୍ଦଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ହୋମ୍ କ୍ବାରେଣ୍ଟାଇନରେ ଥିବା କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବା ତଥା ସେମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

 ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ବିଜେପି ପକ୍ଷରୁ ଶ୍ରୀଯୁକ୍ତ ପଣ୍ଡାଙ୍କ ତଦାରଖରେ ଆରମ୍ଭ ହୋଇଛି 'ମେର ବୁଥ କରୋନା ମୁକ୍ତ' ଅଭିଯାନ। ଏଥିରେ ହୋମ୍ କ୍ବାରେଣ୍ଟାଇନରେ ଥିବା କରୋନା ସଂକ୍ରମିତଙ୍କୁ ଔଷଧ, ଅକ୍ସିମିଟର, ମାସ୍କ ଏବଂ ମୋଦି କିଟ୍ ମାଧ୍ୟମରେ ଚାଉଳ, ଅଟା, ଡାଲି, , ତେଲ ଓ ପରିବା ଆଦି ସଙ୍ଗେ ମସଲା ଇତ୍ୟାଦି ଯୋଗାଇ ଦିଆଯିବ। ଏଥିସହ ପୁରା ସଂକ୍ରମିତ  ଅଞ୍ଚଳକୁ ପରିଷ୍କାର ଓ ସାନିଟାଇଜ କରାଯିବାର ବେବସ୍ଥା ଓ  ଏପରିକି ଆବଶ୍ଯକ ହେଲେ ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ମଧ୍ଯ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। 

ବିଜେପି ସାଂସଦ ଗୌତମ ଗମ୍ଭୀର, ମିନାକ୍ଷୀ ଲେଖି, ମନୋଜ ତିୱାରୀ ପ୍ରମୁଖ ଏଥିରେ ସାମିଲ ହୋଇ ଜନତାଙ୍କୁ ଅକ୍ସିଜେନ ସିଲିଣ୍ଡର, ମାସ୍କ ଓ ଖାଦ୍ୟ ଭଳି ବିଭିନ୍ନ ସେବା ଯୋଗାଉଛନ୍ତି।

0
0
0
s2sdefault