ହେଡଲାଇନସ୍:

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହୀତ ହେଲା ୫୦ ୟୁନିଟ ରକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/ ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମଧ୍ୟରେ ଜୀବନ ବିନ୍ଦୁ ଏକ ଅଭିନବ ପଦକ୍ଷେପ | । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରତ୍ୟେକ ଦିନ ରକ୍ତର ଅଭାବ ପରିଲକ୍ଷିତ ହୋଇ ଆସୁଅଛି । ରକ୍ତ ଅଭାବରୁ ଦେଶରେ ଜନସାଧାରଣଙ୍କର ଜୀବନ ଯାଉଛି । ପ୍ରତ୍ୟେକ ମାସ ୮ ଶହ ୟୁନିଟରୁ ଅଧିକ କେବଳ ବାରିପଦା ପିଏମଆର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲ ନିମନ୍ତେ ଆବଶ୍ୟକ ରହିଥିବା ସମୟରେ ବାରିପଦା ରେଡ଼କ୍ରସ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିଲା । ତେଣୁ ରକ୍ତ ଆବଶ୍ୟକ କରୁଥିବା ରୋଗୀମାନେ ରକ୍ତ ନପାଇ ଜୀବନ ମୃତ୍ୟୁ  ସହିତ ସଂଗ୍ରାମ କରୁଥିବା ସମୟରେ ରକ୍ତର ଆବଶ୍ୟକତାକୁ ପୂରଣ କରିବାର ମହତ୍ ଉଦ୍ଦେଶ୍ୟ  ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍ବେଛାକୃତ  ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରିବା ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ନିର୍ଦ୍ଦେଶ  କ୍ରମେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବାରିପଦାସ୍ଥିତ ବିଜୁ ଭବନ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଉକ୍ତ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରକୁ ବିଜଦର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି ଉଦଘାଟନ କରିଥିବା ସମୟରେ ବିଜଦର ଜିଲ୍ଲା ଉପସଭାପତି ଡ଼ା. ଆଦିତ୍ୟ କୁମାର ପଣ୍ଡା, ମହିଳା ସଭାପତି ଜ୍ୟୋତିର୍ମୟୀ କବାଟ, ଜିଲ୍ଲା ଯୁବ ସମ୍ପାଦକ ରାଜେନ୍ଦ୍ର ବାରିକ , ଜିଲ୍ଲା ଛାତ୍ର ସଭାପତି ଅଭୟ ସିଂ, ସ୍ୱରୂପ ଦାସ, ରାଜ୍ୟ ଯୁବ ସମ୍ପାଦକ ବିରଞ୍ଚିି ମହାପାତ୍ର, ଜିଲ୍ଲା ଯୁବ ବିଜଦର ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ  ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।  ସେହିପରି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ରେଡ଼କ୍ରସ ରକ୍ତ ଭଣ୍ଡାରର ଡ଼ାକ୍ତର ପ୍ରଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରିଥିଲା ଏବଂ  ନନ୍ଦନ ଭଞ୍ଜ, ସରୋଜ ମହାକୁଡ଼, ଅମ୍ବିକା ଘୋଷ, ମାନସ ମହାନ୍ତି, ଶରତ ମୁର୍ମୁ, ଅଭିଶେକ ଦାସ, ଏସକେ ଜାଫର ହୋସେନ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ । ଆଜିର ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

0
0
0
s2sdefault