ହେଡଲାଇନସ୍:

ବ୍ୱୃହତ୍ତ କାଗଜ କଳ ଦାବିରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାନ ଆନ୍ଦୋଳନ ଅଗଷ୍ଟ ୭ରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଶିଳ୍ପ ଓ କଳ କାରଖାନା ପ୍ରତିଷ୍ଠା କରାଇବାରେ ସଫଳ ହୋଇପାରି ନ ଥିବାରୁ ଜିଲ୍ଲାରେ ବେକାରୀ ସମସ୍ୟା ଉଦବେଗ ଜନକ ହୋଇପଡ଼ିଛି । ପ୍ରତ୍ୟେକ ବର୍ଷ ଜିଲ୍ଲାରୁ ଶହଶହ ସଂଖ୍ୟାରେ ଜନତା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତେଣୁ ମୟୂରଭଞ୍ଜବାସୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ ସଦାସର୍ବଦା ସଂଗ୍ରାମ ଚଳାଇ ଆସୁଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନୀରବ ଦ୍ରାଷ୍ଟା ସାଜି ପାରିବ ନାହିଁ । ଜିଲ୍ଲାର ଶୁଳିଆପଦା ବ୍ଲକ ଅଞ୍ଚଳରେ ଏକ ବୃହତ୍ତ କାଗଜ କଳ ପ୍ରତିଷ୍ଠା ହୋଇ ପାରିଲେ କେତେକ ପରିମାଣରେ  ବେକାରୀ ସମସ୍ୟା ଦୂର ହୋଇ ପାରିବ । ଉକ୍ତ ବୃହତ୍ତ କାଗଜକଳ ପ୍ରତିଷ୍ଠା ନିମନ୍ତେ ଶୁଳିଆପଦା ଓ ତାର ଆଖପାଖ ଅଞ୍ଚଳରେ ଆବଶ୍ୟକୀୟ କଞ୍ଚାମାଲ ବହୁଳ ପରିମାଣରେ ଭରପୁର ରହିଅଛି । ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷର ସବୁ ସମୟରେ ପ୍ରଚୁର ପରିମାଣରେ ବାଉଁଶ ଉତ୍ପାଦିତ  ହୋଇଥାଏ ଏବଂ ଏହା ଶସ୍ତାରେ ବାହାର ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି । ସେହିପରି ସବାଇଘାସ ଜିଲ୍ଲାର ପ୍ରାୟତଃ ସମସ୍ତ ବ୍ଲକମାନଙ୍କରେ ଉପôାଦିତ ହୋଇଆସୁଛି । ଶୁଳିଆପଦା ବ୍ଲକର ଭୂତଳ ଜଳସ୍ତରର ଅନ୍ୟ ବ୍ଲକ ତୁଳନାରେ ଅନେକ ଉପରେ ରହିଛି । ଏଥି ସହିତ ଜମ୍ଭୀରା ନଦୀ ଓ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଦେଉଳି ଡେମ୍ ମଧ୍ୟ ବ୍ଲକରେ ରହିଅଛି । ତେଣୁ ବୃହତ୍ତ ଶିଳ୍ପ ପ୍ରତିଷ୍ଠା  ନିମନ୍ତେ ପାଣିର ଅଭାବ ମଧ୍ୟ ରହିବ ନାହିଁ । ପୁଣି ଶିଳ୍ପ ନିର୍ମାଣ ନିମନ୍ତେ ସରକାରୀ ଜମିର ଅଧ୍ୟ ଅଭାବ ନାହିଁ । ତେଣୁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକରେ ଏକ ବୃହତ୍ତ କାଗଜ କଳ ପ୍ରତିଷ୍ଠା  ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ସେଠାରେ ଏହାର ନିର୍ମାଣ କରାଗଲେ ଜିଲ୍ଲାରେ ବେକାରୀ ସମସ୍ୟା କେତେକାଂଶରେ ଦୂର ହେବା ସାଙ୍ଗକୁ କଞ୍ଚା ମାଲ ଯୋଗାଇ ଚାଷୀ ମଧ୍ୟ ଦୁଇପଇସା ଭଲ ଲାଭ ଉଠାଇ ପାରିବ । ଏଣୁ ଝାମୁମୁର ଏହି ବୃହତ୍ତ କାଗଜକଳ ନିର୍ମାଣ ଦାବିକୁ ରାଜ୍ୟ ସରକାର ଗ୍ରହଣ ନ କଲେ ଦଳ ପକ୍ଷରୁ ଅଗଷ୍ଟ ୭ଲ୍ମେୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ପ୍ରଦର୍ଶନର ଡ଼ାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଝାମୁମୋ କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ଝାମୁମୋର ଶୁଳିଆପଦା ବ୍ଲକ ସଭାପତି ରାମେଶ୍ୱର କିସ୍କୁ, ଉପସଭାପତି ନରେନ୍ଦ୍ର ଥୟାଲ ଓ ରାମଚନ୍ଦ୍ର ସୋରେନ, ସମ୍ପାଦକ  ତପନ କୁମାର ସିଂ, ଏମପିସି(ସ୍ୱୟଂ) ମହାବିଦ୍ୟାଳୟର ପୂର୍ବତନ ସଭାପତି ହେମନ୍ତ କୁମାର ତୁଙ୍ଗ, ବ୍ଲକକୋର୍ଡିନେଟର  ରବୀନ୍ଦ୍ର ହେମ୍ବ୍ରମ , ସନାତନ ସୋରେନ, ପ୍ରଭାସ ମହାନ୍ତ, ବାବୁଲ ସୋରେନ, କର୍ଣ୍ଣ ସୋରେନ, ରାବଣ ମାର୍ଣ୍ଡି, ଲକ୍ଷ୍ମଣ ମୁର୍ମୁ, ସୁଶାନ୍ତ ମହାନ୍ତ, କାରୁ ସୋରେନ, ହେମସ୍ମୀତା ନାୟକ, ଲୁଗୁ ମୁର୍ମୁ ପ୍ରମୁଖଙ୍କ ସମେତ ଜିଲ୍ଲା କମିଟି ଉପସଭାପତି ଦିଲ୍ଲୀପ ଦାସ, ଯୁବ କାର୍ଯ୍ୟକାରୀ ସଭାପତି ବାଜୁନ ହାଁସଦାଃ, ଯୁବ ଉପସଭାପତି ରାକେଶ ବେହେରା, ସହର ଉପସଭାପତି ରାଜେଶ ଦାସ, ଜ୍ୟୋତି ରଞ୍ଜନ ପୃଷ୍ଟି, ଛାତ୍ର ସମ୍ପାଦକ ଗଣେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

0
0
0
s2sdefault