ହେଡଲାଇନସ୍:

ମୁଖଲଜ୍ୟା ଘୋଡାଇବାକୁ ବିଜେପିର ମିଥ୍ୟା ଅଭିଯୋଗ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି ପ୍ରାର୍ଥୀଙ୍କ ସହଯୋଗୀ ୫୦ଲକ୍ଷ ଟଙ୍କା ସହିତ ପୁଲିସ୍‍ ହାତରେ ଧରାପଡିବାପରେ ଏବେ ମୁଖଲଜ୍ୟା ଘୋଡାଇବାକୁ ବିଜେପି ମିଥ୍ୟା ଅଭିଯୋଗ ଆଣିଛି । ତେବେ ଦଳର ଏଭଳି ମିଥ୍ୟା ଅଭିଯୋଗକୁ ସାଧାରଣ ଲୋକେ ବିଶ୍ୱାସ କରୁନଥିବାବେଳେ ଏହାର ଠିକଣା ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି ଯେ ପୁଲିସ୍‍ ହାତରେ ଟଙ୍କା ସହିତ ବିଜେପି କର୍ମୀ ଧରାପଡିବାପରେ ସାଧାରଣ ଲୋକଙ୍କ ନଜର ହଟାଇବାକୁ ଏବେ ଦଳ ଆପ୍ରାଣ୍ୟ ଉଦ୍ୟମ ଚଳାଇଛି । ଏହାର ଫଳ ସ୍ୱରୂପ ଦଳୀୟ ନେତାମାନେ ଆଜି ବିଜେଡି ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛନ୍ତି । ବିନା ପ୍ରମାଣରେ ବିଜେଡି ବିରୁଦ୍ଧରେ ଅଭିଯୋଗ ଲଗାଇବା ରାଜ୍ୟ ବିଜେପିର ଅଭ୍ୟାସଗତ ହୋଇଥିବାରୁ ସାଧାରଣ ଲୋକେ ଆଉ ଏହାକୁ ବିଶ୍ୱାସ କରୁନାହାନ୍ତି । 

ନିଜର ଅପକର୍ମ ଉପରୁ ନଜର ହଟାଇବା ପାଇଁ ବିଜେପି ଯେଉଁ ମିଥ୍ୟା ଅଭିଯୋଗ ଆଣିଛି ତାହାର ଜବାବ ଆଗାମୀ ୧୭ତାରିଖ ଦିନ ପିପିଲିବାସୀ ଦେବେ । ଦଳର ଏଭଳି ମିଥ୍ୟା ଆରୋପ ଯୋଗୁଁ ବିଜେପିକୁ ଓଡିଶାବାସୀ ବାରମ୍ବାର ପରାଜୟର ଦ୍ୱାର ଦେଖାଉଛନ୍ତି । ନିଜ ଭୁଲ୍‍ ଉପରେ ପରଦା ଢାଙ୍କିବାପାଇଁ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହାର ଜବାବ ପୁଣିଥରେ ପିପିଲିରେ ପାଇବ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

 

0
0
0
s2sdefault