ହେଡଲାଇନସ୍:

ଯୋଗ ଦିବସ ଭଳି ରକ୍ତଦାନ ଦିବସ ପାଳନ ଉପରେ ବି ଆଗ୍ରହ ଦେଖାଉ ବିଜେପି : ବିଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସାଧାରଣତଃ, ଯୋଗ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଠନମୂଳକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ ଏବଂ ସ୍କୁଲ, କଲେଜ୍‍ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଜରୁରୀ । କିନ୍ତୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ  ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏପରିସ୍ଥିତିରେ ୨୧ ତାରିଖ ଯୋଗ ଦିବସ କାର୍ଯ୍ୟକ୍ରମକୁ ନେଇ ବିଜେପିର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ବିଭ୍ରାନ୍ତିକର । ବିଜେପି ଯୋଗ ଦିବସ ପାଇଁ ଯେତେ ବ୍ୟତିବ୍ୟସ୍ତ ହେଉଛି, ଅନ୍ୟ ଆନ୍ତର୍ଜାତିକ ଦିବସଗୁଡିକ ପାଇଁ ସେଭଳି ଆଗ୍ରହ ଦେଖାଉ । ଆନ୍ତର୍ଜାତିକ ରକ୍ତଦାନ ଦିବସ, ଶିଶୁଦିବସ ଆଦି ଠିକ ଭାବେ ବିଜେପି କେତେଦୂର ପାଳନ କରୁଛି, ତା’ର ପ୍ରଥମେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ । ଆନ୍ତର୍ଜାତିକ ରକ୍ତଦାନ ଦିବସରେ କେତେ ରକ୍ତ ସଂଗ୍ରହ କରି ଲୋକଙ୍କ ଜୀବନ ବଞ୍ଚାଇପାରିଛି, ସେ ସଂପର୍କରେ ରାଜ୍ୟ ବିଜେପି ମାନସମନ୍ଥନ କରୁ । ସେହିପରି ଦେଶ ଭିତରେ ଶିଶୁଦିବସକୁ ଜନମାନସରୁ ଲିଭେଇ ଦେବାକୁ ପଛଘୁଞ୍ଚା ଦେଉନଥିବା ବିଜେପି ଏବେ ନିଜର ପ୍ରଚାର ଓ ପ୍ରସାର ପାଇଁ ଯୋଗକୁ ଆୟୁଧ କରିଛି । 

ଜୁନ ୨୧ ତାରିଖ ଦିନ ସରକାରୀ ସ୍ତରରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳିବାକୁ ନିର୍ଦେଶ   ନଦେଇ ବିଶ୍ୱରେ ଓଡ଼ିଶାକୁ ଅପନିନ୍ଦିତ କରାଯାଇଛି ବୋଲି ଯୁକ୍ତି ବାଢ଼ୁଥିବା ବିଜେପି ଜାଣି ରଖିବା ଉଚିତ, ଗଣତନ୍ତ୍ରରେ କାହାକୁ ଜୋର ଜବରଦସ୍ତ କୌଣସି କାର୍ଯ୍ୟକ୍ରମରେ ସାମିଲ କରିବା ସର୍ବାଦୌ ବର୍ଜନୀୟ । କୌଣସି ବ୍ୟକ୍ତିଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବା ଆଦୌ ସମୀଚିନ ନୁହେଁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ରାଜଧର୍ମ ପାଳନ କରିଥିବାରୁ ଏହାକୁ ସମାଲୋଚନା କରାଯିବା ତ୍ରୁଟିପୂର୍ଣ୍ଣ । ସରକାରୀ କର୍ମଚାରୀମାନେ ଏହି ଯୋଗ ଦିବସରେ ସାମିଲ ନହେବାକୁ କେଉଁଠି ହେଲେ ମୁଖ୍ୟମନ୍ତ୍ରୀ କହିନାହାନ୍ତି । ସେପରିସ୍ଥଳେ ବିଜେପିର ସମାଲୋଚନା କେବଳ ଧୃଷ୍ଟାମୀ ଓ ଅଜ୍ଞତାର ପରିଚୟ ଦେଉଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault