ସୁନ୍ଦରଗଡ଼ ଜିଲ୍ଲାରେ ଅଧ୍ୟାପକ ମରୁଡ଼ି : ଖାଲି ପଦବୀ ପୂରଣ ପାଇଁ  ଦାବି କଲେ ଦିଲିପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-dillip-ray-1.gif - 30.76 kB

ଭୁବନେଶ୍ୱର : ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ଖାଲି ଥିବା ଅଧ୍ୟାପକ ପଦବୀଗୁଡ଼ିକ ପୂରଣ କରିବାକୁ ବିଧାୟକ ଦିଲିପ ରାୟ ଦାବି କରିଛନ୍ତି । ଏହାଛଡ଼ା ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲାଗି ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । 

ରାଉରକେଲା ସ୍ୱୟଂଶାସିତ ସରକାରୀ କଲେଜ ଲାଗି ୬୦ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୪୨ଟି ଖାଲି ପଡ଼ିଛି । ଏହି କଲେଜ ଲାଗି ମଧ୍ୟ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଅଧ୍ୟାପକ ଅଭାବ କାରଣରୁ ଏହି କଲେଜରେ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟରେ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଏହାଛଡ଼ା ଉକ୍ତ କଲେଜରେ ଏବେ ୭୫ରୁ ୫୦ଟି ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ରାଉରକେଲା ସରକାରୀ ଜୁନିଅର୍ କଲେଜରେ ବି ବ୍ୟାପକ ସଂଖ୍ୟକ ପଦବୀ ଖାଲିଥିବା ଶ୍ରୀ ରାୟ ଦର୍ଶାଇଛନ୍ତି । 

ଏହାଛଡ଼ା ରାଉରକେଲାର ଏସ୍ଜି ମହିଳା କଲେଜର ୪୨ଟି ଶିକ୍ଷକ ପଦବୀ ମଧ୍ୟରୁ ୧୯ଟି ଖାଲି ପଡ଼ିଥିବା ବେଳେ ରାଉରକେଲା କଲେଜରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି । ସୁନ୍ଦରଗଡ଼ ସରକାରୀ କଲେଜର ୫୦ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ୨୩ଟି ଓ ସେଠାରେ ଥିବା ସରକାରୀ ମହିଳା କଲେଜର ୧୫ଟି ଶିକ୍ଷକ ପଦବୀ ମଧ୍ୟରୁ ୮ଟି ଖାଲିପଡ଼ିଛି । ଜିଲ୍ଲାର ସମସ୍ତ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ମଧ୍ୟ ଶିକ୍ଷକ ମରୁଡ଼ି ଲାଗି ରହିଛି । ସୁନ୍ଦରଗଡ଼ ଜିଲ୍ଲାର କୌଣସି ଗୋଟିଏ ହେଲେ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । 

ସେହିପରି ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ତିନିଚତୁର୍ଥାଂଶରୁ ଅଧିକ ଖାଲି ପଡ଼ିଥିବା ବେଳେ ଉତ୍କଳମଣି  ସରକାରୀ ହୋମିଓପାଥିକ କଲେଜର ୩୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ମଧ୍ୟରୁ ୨୯ଟି ଖାଲିପଡ଼ିଛି । ଏହି ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକରେ ଉକ୍ରଟ ଶିକ୍ଷକ ମରୁଡ଼ି ଲାଗି ରହିଛି । ଏହାଛଡ଼ା ରାଉରକେଲା ସମେତ ଜିଲ୍ଲାରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବ୍ୟାପକ ସଂଖ୍ୟକ ଅଣଶିକ୍ଷକ ପଦବୀ ପୂରଣ କରାଯାଉନାହିଁ । 

ରାଜ୍ୟର ଆର୍ଥôକ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ବେଳେ ଏହି ଜିଲ୍ଲାରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ନ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାୟ ଉଲ୍ଲେଖ କରିବା ସହ ଗଙ୍ଗାଧର ମେହେର କଲେଜ, ଖଲ୍ଲିକୋଟ କଲେଜ ଓ ରମାଦେବୀ ମହିଳା କଲେଜ ଭଳି ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜକୁ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଦଳମତ ନିର୍ବିଶେଷରେ ଜିଲ୍ଲାର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ଗଣ ସଙ୍ଗଠନ, ସଚେତନ ନାଗରିକ ଓ ଛାତ୍ରଛାତ୍ରୀମାନେ ଏ ପ୍ରସଙ୍ଗରେ ସରକାରଙ୍କ ଉପରେ ·ପ ପ୍ରୟୋଗ କରିବାକୁ ସେ ନିବେଦନ କରିଛନ୍ତି । 

0
0
0
s2sdefault