ହେଡଲାଇନସ୍:

ଦୁଇ ଗୋଟି ରକ୍ତଦାନ ଶିବିରରୁ ୧୩୪ ୟୁନିଟ ରକ୍ତ ସଂଗ୍ରହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରକ୍ତଦାନ ଶିବିରରେ ସେଲ୍ଫି ପଏଣ୍ଟ

ବରଗଡ :-ରାଜ୍ୟରୁ ରକ୍ତର ଅଭାବ କୁ ଦୂର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମସ୍ତ କାର୍ଯକାର୍ତ୍ତ ମାନଙ୍କୁ ରକ୍ତ ଦାନ କରିବା ଓ ରକ୍ତ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । ବିଜୁ ଜନତା ଦଳର ଓଡ଼ିଶା ମୋ ପରିବାର ଦୀର୍ଘ ଦିନ ହେଲା ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ର ଆୟୋଜନ କରି ଆସୁଛି । ଏହି କ୍ରମରେ ଆଜି  ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି  ସ୍ଥିତ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଓ ପାଟକୁର୍ଲା ଠାରେ ଓଡ଼ିଶା ମୋ ପରିବାର ଓ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ମିଳିତ ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଯଥାକ୍ରମେ ୭୭ ଓ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆଜିକାଲି ସମସ୍ତଙ୍କ  ସେଲ୍ଫି ନେବା ପାଇଁ ଖୁବ ଆଗ୍ରହ ତେଣୁ ଏହି ଶିବିର ଗୁଡିକରେ ରକ୍ତଦାତା ମାନଙ୍କର ପାଇଁ ଏକ ସେଲ୍ଫି ପଏଣ୍ଟ କରାଯାଇଥିଲା ।  ଏହି ରକ୍ତଦାନ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ବିଧାୟିକା ଶ୍ରୀମତୀ ରିତା ସାହୁ ଉଦଘାଟନ କରିଥିଲେ ଓ ତାଙ୍କ ସହିତ ପୂର୍ବତନ ସାଂସଦ ଡ ପ୍ରଭାସ ସିଂ, ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର,ବିଜୁ ଯୁବ ଜନତା ଦଳ ଆଇ ଟି ସଂଯୋଜକ ଶ୍ରୀ ସୁରେଶ ବାଗ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ କରନ ସିକନ୍ଦର, ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କିଶୋର ଦଫାଦାର,ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ, ବରିଷ୍ଠ ନେତା ଶ୍ରୀ ଟୀକାୟତ ମହନ୍ତ, ଯୁବନେତା ଶ୍ରୀ ସୌରଭ ସାହୁ,ଜିଲ୍ଲା ଯୁବ ଉପ ସଭାପତି ଶ୍ରୀ ଜଟାଶଙ୍କର ଗୁପ୍ତା,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର,ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ଦେବାନନ୍ଦ ମେହେର,ବିଜୁ ଛାତ୍ର ଜନତା ଦଳ ବିଜେପୁର ବ୍ଲକ୍ ସଭାପତି ଶ୍ରୀ ଧର୍ମ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଂକୁ ଉତ୍ସାହିତ କରିଥଲେ।ଏହି ଶିବିରରେ ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ନିଜେ ରକ୍ତଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ରକ୍ତ ଦାତା,ଆୟୋଜକ ମଣ୍ଡଳୀର ସମସ୍ତ କାର୍ଯକର୍ତା ମାନଂକୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇବା ସହିତ ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ନିଜେ ବିଧାୟିକା ସମ୍ମାନିତ କରିଥିଲେ ।

0
0
0
s2sdefault