ହେଡଲାଇନସ୍:

ଗୋଲକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଖୁସି ବ୍ୟକ୍ତ କଲେ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର( ଶାସକ ପ୍ରଶାସକ) : ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଦଳ ପାଇଁ କରିଥିବା ନିଷ୍ଠାପୂର୍ଣ୍ଣ ପ୍ରଚାର ତଥା ପରିଶ୍ରମ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାବାସୀ | ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଥିବାବେଳେ ଗୋଲକଙ୍କ କାମ କରିବାର ଉତ୍ସାହ ଏବଂ ପରିଶ୍ରମରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା ବ୍ୟକ୍ତ କରିଛନ୍ତି | ଗୋଲକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରିପ୍ରେକ୍ଷୀରେ ଖୁସି ପ୍ରକଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଟୁଇଟ ମାଧ୍ୟମରେ ଗୋଲକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଓଡ଼ିଶାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କାମ କରିବାକୁ ଉତ୍ସାହିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

ଶ୍ରୀ ପ୍ରଧାନ ତାଙ୍କ ଟୁଇଟରେ କହିଛନ୍ତି ଯେ,  "ଆମ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଥିବାବେଳେ ତାଙ୍କର କାମ କରିବାର ଉତ୍ସାହ ଏବଂ ପରିଶ୍ରମରେ ଶତମୁଖ ହୋଇ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ପ୍ରଶଂସା କରୁଥିବାର ଦେଖି ଖୁସି ଅନୁଭବ କଲି ।

ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ଓଡ଼ିଶାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କାମ କରିବାକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ମଜବୁତ୍ କରିବା ପାଇଁ ପ୍ରେରଣା ଯୋଗାଇବ ।"

ସୂଚନାଯୋଗ୍ୟ ଯେ,  ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଦଳର ଗଣମାଧ୍ୟମ ଚେହେରା ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ପଶ୍ଚିମବଙ୍ଗର ନିର୍ବାଚନରେ କରିଥିଲେ ତୋଫାନୀ ପ୍ରଚାର | ପ୍ରାୟ ଦୁଇ ସପ୍ତାହ କଲା ଖଡ଼ଗପୁର ଅଂଚଳର ପାଖାପାଖି ୧୯ଟି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ | ବିଭିନ୍ନ ନିର୍ବାଚନମଣ୍ଡଳୀରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ | ଖଡ଼ଗପୁର ଅଂଚଳରେ ତିନୋଟି ଲୋକସଭା ନିର୍ବାଚନମଣ୍ଡଳୀ  ଅନ୍ତର୍ଗତ ୧୯ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଅନିଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା ଆୟୋଜନରେ ମଧ୍ୟ ଗୋଲକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ, ଯେଉଁଠାରେ କି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା ଜଣାଇଥିଲେ |  

0
0
0
s2sdefault