ହେଡଲାଇନସ୍:

ଯାଜପୁର:  ୩୦ ନମ୍ୱର ଜୋନ ଉପନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ ସହ ବୈଠକ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ଯାଜପୁର/ଜୟଶଙ୍କର  ଦାଶ : ଯାଜପୁର ବ୍ଲକ  ଅନ୍ତର୍ଗତ ୩୦ ନମ୍ୱର  ଜିଲ୍ଲା ପରିଷଦ ଜୋନର ଉପ-ନିର୍ବାଚନ ଜୁଲାଇ ୪ ତାରିଖରେ ଅନୁଷ୍ଠିତ  ହେବ ।  ନିର୍ବାଚନ ରଣାଙ୍ଗନରେ ତିନିଗୋଟି ରାଜନୈତିକ ଦଳ ଯଥା- ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉପରୋକ୍ତ ୩ ଟି ଯାକ ଦଳର ପ୍ରାର୍ଥୀ ଓ  ଜିଲ୍ଲା ସଭାପତିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ସହ ପ୍ରତ୍ୟେକ ଭୋଟର ନିଜ ସାମ୍ୱିଧାନିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଉପ ଜିଲ୍ଲାପାଳ ଶ୍ରୀ ଧଳ ଅନୁରୋଧ କରିଥିଲେ ।  ଜଣେ ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ସର୍ବାଧିକ ୨ ଲକ୍ଷ ଟଂକା ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବାରୁ ଏହାକୁ ସଠିକ ଭାବେ ଲିପିବଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିଲା ।  ୩୦ ନମ୍ୱର ଜୋନ୍ ଅଧିନରେ ଥିବା ୬ ଗୋଟି ପଞ୍ଚାୟତର ୧୦୧ ଟି ବୁଥ୍ରେ ଏହି ମତଦାନ ଜୁଲାଇ ୪ ତାରିଖ ସକାଳ ୭ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ ଓ ମତ ଗଣତା ଜୁଲାଇ ୫ ତାରିଖ ସକାଳ ୮ ଘଟିକା ଠାରୁ ଯାଜପୁର ବ୍ଲକ ପରିସରରେ ଅନୁଷ୍ଠିତ ହେବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଥିଲେ ।  

ମତଦାନକୁ ଶାନ୍ତି ଶୃଂଖଳା  ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଆଦର୍ଶ ଆଚରଣ ବିଧିକୁ କଡାକଡି ଭାବେ ପାଳନ ପାଇଁ ଊପ ଜିଲ୍ଲାପାଳ ଅନୁରୋଧ କରିଥିଲେ ।  କୈାଣସି ରାଜନୈତିକ ଦଳ ବା ପ୍ରାର୍ଥୀ ଧର୍ମ, ଲିଙ୍ଗ, ଜନ୍ମ ସ୍ଥାନ, ଭାଷା, ଜାତି କିମ୍ୱା ଗୋଷ୍ଠୀ ମଧ୍ୟରେ  ବିଦ୍ୱେଷ, ଶତ୍ରୁତା ବା ଘୃଣା ଭାବ ସୃଷ୍ଟି କଲାଭଳି ଭାଷା ବ୍ୟବହାର କରିପାରିବେ ନାହିଁ ।  କୈାଣସି ଧାର୍ମିକ ସ୍ଥଳ, ସରକାରୀ ଭବନ ବା କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ  ପରିସରରେ ନିର୍ବାଚନ ପ୍ରଚାର, ସଭା, ସମାବେଶ ବା କର୍ମୀ ସମ୍ମିଳନୀ କରିପାରିବେ ନାହିଁ ।  କୈାଣସି ଭୋଟରଙ୍କୁ ପ୍ରଲୋଭନ ଦେଖାଇପାରିବେ ନାହିଁ ।  ଯଦ୍ୱାରା ଭୋଟରଙ୍କର ଭୋଟଦାନ ଅଧିକାରକୁ ମୁକ୍ତ ଭାବେ ସାବ୍ୟସ୍ତ କରିବାରେ ବାଧା ସୃଷ୍ଟି   ହେବ ।  କୈାଣସି ରାଜନୈତିକ ଦଳ ବା ପ୍ରାର୍ଥୀଙ୍କର ନିର୍ବାଚନୀ ସଭାରେ ଅପର ପକ୍ଷ ବିଶୃଂଖଳା ସୃଷ୍ଟି କରିପାରିବେ ନାହିଁ ।  ଭୋଟ ଗ୍ରହଣ ସମୟର ୩୬ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ  ରଖାଯିବ ।  ମତଦାନ ଦିବସ ଦିନ ମତଦାନ କେନ୍ଦ୍ରର ୧୦୦ ମିଟର ଦୂରତା ମଧ୍ୟରେ ଭୋଟ ପାଇଁ ପ୍ରଚାର, ଭୋଟ ପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଇବା ବା ନିର୍ଦ୍ଧିଷ୍ଟ ପ୍ରାର୍ଥୀ ବା ଦଳଙ୍କୁ ଭୋଟ ନ ଦେବା ପାଇଁ ପ୍ରବର୍ତ୍ତାଇବାକୁ ବାରଣ କରାଯାଇଚ୍ଥି ।  କମିଶନ ଧାର୍ଯ୍ୟ କରିଥିବା ଏହିପରି ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଯେପରି ଉଲଂଘନ କରା ନ ଯାଏ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉଚ୍ଥନ୍ତି ।  ପ୍ରଶାସନ ପକ୍ଷରୁ ମଧ୍ୟ ଶୃଂଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଚୁଡାନ୍ତ ପଦକ୍ଷେପ   ନିଆଯାଇଚ୍ଥି । ପୁଲିଂ ପାର୍ଟି ଗଠନ ସହ ସେମାନକଂ ନିଯୁକ୍ତି ପତ୍ର ପ୍ରେରଣା  କରାଯିବାର ବ୍ୟବସ୍ଥା ହୋଇଚ୍ଥି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ ।  

ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପ୍ରତ୍ୟେକ କର୍ମଚାରୀ ନିରପେକ୍ଷ ଓ ସ୍ୱଚ୍ଚ୍ଥତାର ସହ ନିର୍ବାଚନ ପରିଚାଳନା କରିବାକୁ  ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି ।  ସେହିପରି ଭୋଟର ମାନେ ସେମାନଙ୍କର ବିବେକାନୁମୋଦିତ ଭାବେ ବିନା କୈାଣସି ଚାପରେ ନିଜର  ମତଦାନ ଅଧିକାର ସବ୍ୟସ୍ତ କରିବାକୁ ଜିଲ୍ଲାପାଳ ନିବେଦନ କରିଚ୍ଥନ୍ତି ।  ମତଦାନ ପ୍ରତ୍ୟେକ ଭୋଟରର ଏକ ସାମ୍ୱିଧାନିକ ଗୁରୁତ୍ୱପୂର୍ଣ୍ଣ  ଅଧିକାର ।  ଏହାକୁ ନିଶ୍ଚିତ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ସୂଚନା ଯୋଗ୍ୟ ଯେ, ମତଦାନ ହେବାକୁ ଥିବା ମୋଟ ୧୦୧ ବୁଥ୍ ମଧ୍ୟରୁ ସିମିଳିଆ ପଞ୍ଚାୟତର ୨୪,  ଉପର ବରୁଆଁର ୧୩, ମହେଶ୍ୱରପୁର ୨୫, ଶ୍ୟାମଦାସପୁର ୧୧, ଜମଧର ୧୨ ଓ ବେରୁଦା ପଞ୍ଚାୟତର ୧୬ ଟି ବୁଥ୍ ରହିଚ୍ଥି ।  ମୋଟ ୩୧୮୬୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ  କରିବେ ।  ତନ୍ମଧ୍ୟରୁ ପୁରୁଷ ଭୋଟର ୧୭୧୨୭ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୪୭୩୫  ।  ଏହି ବୈଠକରେ ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଜିଲ୍ଲା  ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଲୋକ ସଂପର୍କ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ, ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀ ପ୍ରମୁଖ ଯୋଗ ଦେଇଥିଲେ ।  

0
0
0
s2sdefault