ହେଡଲାଇନସ୍:

 ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରିବେ ବିଜେଡି ଯୁବ ନେତା ଅରିନ୍ଦମ ରୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଲୋକପ୍ରିୟ ଅଭିନେତା ତଥା  ବିଜେଡି ଯୁବ ନେତା ଶ୍ରୀ ଅରିନ୍ଦମ ରୟ, ୮ ଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟରେ ରକ୍ତର ଘୋର ଅଭାବକୁ ଦୂର କରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅରିନ୍ଦମ ଦୀର୍ଘ ୮ ଦିନବ୍ୟାପି ଏହି ବିଶାଳ ରକ୍ତଦାନ ଅଭିଯାନ ଆରମ୍ଭ କରିିବେ । ୧୪ରୁ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଓସିଏ କନଫରେନ୍ସ ହଲରେ ଆୟୋଜିତ ହେବାକୁ ଥିବା ଏହି ରକ୍ତଦାନ ଶିବିରରେ ନିଜର ଶୁଭେଚ୍ଛୁଙ୍କ ଠାରୁ ଆରମ୍ଭ କରି ସମର୍ଥକ, ଯୁବ-ଛାତ୍ର, ମହିଳା ଦଳୀୟ କର୍ମକର୍ତ୍ତା ଏବଂ ଅନେକ ସ୍ୱେଚ୍ଛାସେବୀଙ୍କୁ ଏଥିରେ ଯୋଗ ଦେବା ପାଇଁ ଶ୍ରୀ ରୟ ନିବେଦନ କରିଛନ୍ତି । ଏହି ବିଶାଳ ରକ୍ତଦାନ ଶିିବିର ୧୪ ମାର୍ଚ୍ଚରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଆଗାମୀ ଦିନରେ ରକ୍ତର ଅଭାବକୁ ଦୂର କରିବା ଲାଗି ସମସ୍ତ ସ୍ୱେଚ୍ଚାସେବୀଙ୍କୁ ଏଥିପାଇଁ ଆଗେଇ ଆସିବା ପାଇଁ ଅରିନ୍ଦମ ଅନୁରୋଧ କରିଛନ୍ତି ।

 

0
0
0
s2sdefault