ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ପାଇଁ ଭାଇ, ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଂକ ବୋଲି ଭାବଇ: ପୁରନ୍ଦେଶ୍ୱରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ମହିଳା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗାଠାରେ ବିଶାଳ ମହିଳା ସମାବେଶ 

 ଭୁବନେଶ୍ୱର(ଶାସକ ପ୍ରଶାସକ): ସଶକ୍ତ ହେଲେ ମହିଳା, ସଶକ୍ତ ହେବ ଦେଶ । ଯେଉଁଠି ମହିଳାଙ୍କ ସମ୍ମାନ ହୁଏ ସେଠି ଉନ୍ନତି ହୁଏ । ଦେଶର ଅନେକ ଜାଗାରେ ଝିଅ ଜନ୍ମ ହେବା ବୋଝ ବୋଲି ଚିନ୍ତା କରାଯାଏ, କିନ୍ତୁ ପ୍ରଧାନମନ୍ତ୍ରୀ ଝିଅଙ୍କୁ ଲକ୍ଷ୍ମୀ ବୋଲି ବିବେଚନା କରନ୍ତି । ଶାସନ କ୍ଷମତାକୁ ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ପରଠାରୁ ମହିଳା ସଶକ୍ତୀକରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି । ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୂରଦୃଷ୍ଟି କାରଣରୁ ଭାରତବର୍ଷର ମାଁ ଓ ଭଉଣୀମାନେ ସଶକ୍ତ ହେବାରେ ଲାଗିଛନ୍ତି ବୋଲି ଆଜି ବିଶ୍ୱ ମହିଳା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗାଠାରେ ଅନୁଷ୍ଠିତ  ମହିଳା ସମାବେଶରେ ଯୋଗ ଦେଇ କହିଛନ୍ତି ।

ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର ମହିଳାଙ୍କ ବିକାଶ ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଆସିଛି । ବର୍ତମାନ ସୁଦ୍ଧା ଓଡିଶାରେ ୭୪ ଲକ୍ଷ ଶୌଚାଳୟ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୨୦ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଘର ପାଇଁ କେନ୍ଦ୍ର ସହାୟତା ଦେଇ ରାଜ୍ୟର ମାଁ ଓ ଭଉଣୀଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡିଶାରେ ୯.୫୦ ଲକ୍ଷ ବ୍ୟାଂକ ଆକାଉଂଟ ଖୋଲାଯାଇଛି । ଜନଧନ ଯୋଜନା କାରଣରୁ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖାତାକୁ ୩୫ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ତାଙ୍କ ଆକାଉଂଟରେ ସିଧାସଳଖ ହଜାରେ ଲେଖାଏଁ ଟଙ୍କା ସହାୟତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ଭାଇର ଜାଗା ନେଇ ଟ୍ରିପଲ ତଲାକ ବିଲ ଆଣିଲେ । କିନ୍ତୁ ରାଜ୍ୟ ସରକାର କେବଳ ପୋଷ୍ଟର ମାରି ନିଜ ଆତ୍ମପ୍ରଚାର କରୁଛନ୍ତି । ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଂକ ବୋଲି ଭାବେ । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ହଡପ୍ କରିବାର ଚକ୍ରାନ୍ତରେ ବିଫଳ ହେବା ପରେ ରାଜ୍ୟ ସରକାର ପୋଷ୍ଟରରେ ଛୋଟିଆ ଭାବେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଲେଖିଛନ୍ତି । ଏହା ସଂପୂର୍ଣ୍ଣ ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀମତୀ ପୁରନେ୍ଦଶ୍ୱରୀ କହିଛନ୍ତି ।

ସେହିପରି ଭ୍ରଷ୍ଟାଚାର କଥା ଉଠାଇବାରୁ ମାହାଙ୍ଗାର ୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ । ଯଦି ମହିଳାଙ୍କ ପାଇଁ ଏତେ ଦରଦ ତାହେଲେ କାହିଁକି ସେମାନଙ୍କ ପତ୍ନୀଙ୍କୁ ବିଧବା କଲେ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି । ଓଡିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିକାଶ ଜେନା, କୁଳମଣି ବରାଳ, ଦିବ୍ୟସିଂହ ବରାଳ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ପରିବାର କଣ ତାଙ୍କ ପରିବାର ସଦସ୍ୟ ନୁହନ୍ତି କି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ବିଜେପି ଏକମାତ୍ର ଦଳ ଯିଏ ସେବାକାର୍ଯ୍ୟ ଉପରେ ବିଶ୍ୱାସ କରେ । ଅନ୍ୟ ସବୁ ରାଜନୈତିକ ଦଳ ଅଧିକାର ଜାହିର କରିବା ପାଇଁ ନିର୍ବାଚନ ଲଢନ୍ତି, କ୍ଷମତାକୁ ଆସିବାକୁ ଚାହାଁନ୍ତି । କିନ୍ତୁ ବିଜେପି ସେବା କରିବାକୁ କ୍ଷମତା ଚାହୁଁଛି । ଆଗାମୀ ଦିନରେ ମାହାଙ୍ଗାବାସୀ ଓ ସମଗ୍ର ଓଡିଶାବାସୀ ବିଜେପି ପ୍ରତି ଆସ୍ଥାପ୍ରକଟ କରିବା ସହ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି ।

ହଜାର ହଜାର ସଂଖ୍ୟା ମହିଳାଙ୍କ ଉପସ୍ଥିତିରେ ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଶାରଦା ପ୍ରଧାନ, ମନସ୍ମିତା ଖୁଂଟିଆ, ଯାଜ୍ଞସାନୀ ଜେନା, ପ୍ରତିଭା ଶତପଥୀଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।

 

0
0
0
s2sdefault