
Bolangir/ Niroj Mishra : ଗଣତନ୍ତ୍ର ରେ ଲୋକପ୍ରତିନିଧି ଲୋକ ଙ୍କ ଆଗରେ ଉତ୍ତରଦାୟୀ ରହିବା ବାଂଛନୀୟ ଭୋଟ ଦାତା ଙ୍କ ଭୋଟରେ ବିଜୟୀ ହୋଇସାରିଲା ପରେ ଲୋକଙ୍କ ଗହଣରେ ରହି ଲୋକଙ୍କ ପାଇଁ କାମ କରିବା ତାଙ୍କର ଧର୍ମ | ସେହି କ୍ରମରେ ଅଂଚଳର ବିକାଶକୁ ନେଇ ଜିଲ୍ଲାର ଛାତ୍ର ଯୁବକ ବୁଦ୍ଧିଜୀବି ଏବଂ ଅନେକ ଗଣ ସଂଗଠନ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ସହିତ ମୁହାଁ ମୁହିଁ ମତବିନିମୟ କରିଥିଲେ |
ସବୁବେଳେ ବିଭିନ୍ନ ଉନ୍ନୟନମୂଳକ କାମର ତାଗଡା ସମୀକ୍ଷା କରି ଆସୁଥିବା ବିଧାୟକ ନରସିଂହଙ୍କ ପାଇଁ ଏହି କାର୍ଯ୍ୟକ୍ରମଟି କିନ୍ତୁ ଥିଲା ଏକ ବ୍ୟତିକ୍ରମ ,...ସାଧାରଣଜନତା,ଗଣସଂଗଠନ ସମୀକ୍ଷା କରିଥିଲେ ତାଙ୍କ ବିଧାୟକ ଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର | ରାସ୍ତାଘାଟ ,ସ୍କୁଲକଲେଜ ରିଙ୍ଗ ରୋଡ,ମେଡିକାଲ,ବାଇ ପାସ ବନ୍ଧ କଟା କୁ ନେଇ ଅନେକ ପ୍ରଶ୍ନ | ବିଧାୟକଙ୍କ କାର୍ଯ୍ୟ ର ପ୍ରଶଂସା ବି କରିଥିଲେ କିଛି ଜନତା ଆଉ କିଛି ଆପତ୍ତି ବି ଯାଇଥିଲା | ଚିରାଚରିତ ଢଙ୍ଗ ରେ ଉତ୍ତର ରଖିଥିଲେ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ | ,ସମସ୍ତ କାମର ରିପୋର୍ଟ୍ ପ୍ରଦାନ କରିଥିଲେ ସେ| ବିଭିନ୍ନ କାମ ର ମନ୍ଥରତା ଦ୍ୱାରା ଲୋକେ ପ୍ରଭାବିତ ହେଉଛନ୍ତି,କିନ୍ତୁ ପ୍ରତିକ୍ରିୟାଶୀଳ ନହେବା ଦୁଃଖ ଦିଏ ବିଧାୟକଙ୍କୁ |.ତେଣୁ ଉପସ୍ଥିତ ଜନତାଙ୍କୁ ପ୍ରତିକ୍ରିୟାଶିଳ ହେବାକୁ ଅନୁରୋଧ କରିଥିଲେ ବିରୋଧୀ ଦଳ ନେତା |..