ହେଡଲାଇନସ୍:

ନିରଞ୍ଜନଙ୍କ କହିଁପେ ନିଗାହେଁ, କହିଁପେ ନିଶାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-06-18-nira.jpg - 73.24 kB

କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ମଙ୍ଗ ଧରିବେ ସନା !!!!

ଯୋଡାରୁ ସମୀର ନନ୍ଦ :  ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡ କେନ୍ଦୁଝର ଜିଲ୍ଲା କଂଗ୍ରେସର ମଙ୍ଗ ଧରିବେ । ଜିଲ୍ଲାର ରାଜନୈତିକ ମାହୋଲରେ ଏବେ ଏମିତି ଏକ ଚର୍ଚ୍ଚା ଜୋର ଧରିଛି । କେନ୍ଦୁଝରରେ ବିଜେଡି ମଙ୍ଗ ଧରିଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଚେକ ଦେବାକୁ ସେ ନବ ନିଯୁକ୍ତ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ବୁଝାମଣା କରିଥିବା ଜଣାପଡିଛି ।

ରାଜ୍ୟ ରାଜନିତୀରେ କେନ୍ଦୁଝର ଜିଲ୍ଲା ସବୁ ବେଳେ ଚର୍ଚ୍ଚାରେ ରହିଛି । ରାଜନୈତିକ ପାଣିପାଗ ପରିବର୍ତ୍ତନ କରିବାରେ ଏହି ଜିଲାର ନେତାମାନେ ବେଶ ଧୁରନ୍ଦର । ଜିଲାରେ କୌଣସି ଦଳରେ ନଥାଇ ବି ଜିଲ୍ଲା ଓ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାର ରହିଛନ୍ତି ପ୍ରତିପତିଶାଳୀ ବିଧାୟକ ସନାତନ ମହାକୁଡ । ରାଜନୀତିରେ ପରିପକ୍ବତାର ଅଭାବ ଥିଲେ ବି ଅର୍ଥବଳ ପ୍ରଭାବରେ ନିଜ ଜିଲ୍ଲା ତଥା ପଡେଶୀ ଜିଲ୍ଲାରେ ପତିଆରା ହାସଲ ପାଇଁ ଜୋରସୋର ଉଦ୍ୟମ କରୁଛନ୍ତି । ଏପରିକି ଶାସକ ବିଜେଡି ଦଳର ଆଗଧାଡିର ନେତା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସହିତ ତାଙ୍କର ଖୋଲମ ଖୋଲା ଯୁଦ୍ଧ ଦାଣ୍ଡରେ ପଡି ହାଟରେ ଗଡୁଛି । ଯାହାର ଉଦାହରଣ ଗତ ପଂଚାୟତ ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା ।

କିଛି ଛାମୁଆ ନେତାଙ୍କୁ ଧରି ଆନନ୍ଦପୁରରେ ବିକାଶ ପରିଷଦ ଗଠନ କରିବା ସହିତ କଂଗ୍ରେସ ଓ ବିଜେପି ସହାୟତାରେ ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିବା ଘଟଣାରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଥିଲା । ଯଦିଓ ବାପ ରାଣ ଢିଙ୍କି ଗିଳ ସଦୃଶ ଜିଲାପରିଷଦ ନିର୍ବାଚନରେ ସନା ସମର୍ଥନରେ ବିଜୟୀ ହୋଇଥିବା ଜିଲା ପରିଷଦ ସଭ୍ୟମାନେ ବିଜେଡିକୁ ସମର୍ଥନ ଜଣାଇଥିଲେ ତଥାପି ବଦ୍ରି ପାତ୍ରଙ୍କୁ ପାନେ ଚଖାଇବାକୁ ସନା ନିରନ୍ତର ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳୁଛି । ଏଥିପାଇଁ କୁଆଡେ ଦ୍ବିତୀୟ ଦଫା ପିସିସି ସଭାପତି ପଦ ହାତେଇଥିବା ନିରଞ୍ଜନ ବାବୁଙ୍କ ସହିତ ଭିତିରିଆ ବୁଝାମଣା ଆରମ୍ଭ ହୋଇଛି ।

ସେପଟେ ନିଜ ଜିଲାରେ ପୂର୍ବ ପତିଆରାକୁ ବଜାୟ ରଖିବାକୁ ରାହା ଖୋଜୁଥିବା ନିରଞ୍ଜନ ଏବେ ସନାତନଙ୍କ ସରଣରେ ପଶିଥିବା ଶୁଣିବାକୁ ମିଳୁଛି । କାରଣ ସନାତନଙ୍କ ବିନା ପିସିସି ସଭାପତି ନିରଞ୍ଜନଙ୍କ ଆଉ ଅନ୍ୟ ଗତି ନାହିଁ | ଓପନ ହେଉ ବା ଗୋପନ, ତାଙ୍କର  ନିକଟରେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି କରିଥିବା ନେତାଙ୍କୁ ଜାତକ ଦେଖିଲେ ଜଣ ପଡିବ ଜଣେ ଅଦୃଶ୍ୟ ମୁଖିଆ ହାତରେ ନିରଞ୍ଜନ ଛାଡି ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ ଜିଲ୍ଲା କଂଗ୍ରେସର ମଙ୍ଗ | ସଭାପତି ଯାହାକୁ କରିଛନ୍ତି ତାଙ୍କ ନା ଶୁଣି ଜିଲ୍ଲା କଂଗ୍ରେସ ଲୋକ ଆଶ୍ଚର୍ଯ୍ୟ ହେଲେ ଏ ନେତା କେଉଁଠୁ ଅମଳ ହେଲେ ? କାର୍ଯ୍ୟକାରୀ ସଭପରି ହେଇଥିବା ରାଉତ ବାବୁ ବିଜେଡି ଏମପି ଙ୍କ ପ୍ରତିନିଧି | ଆଉ ଜଣେ ମିଶ୍ର ବାବୁ ସେ ଦଳର ଦି/ପାଞ୍ଚ  ଟଙ୍କିଆ ମେମ୍ବର ବି ନୁହନ୍ତି | ହଁ ...୪ ଜଣିଆ ଟିମ ରୁ ଜଣେ ମାତ୍ର ବରାଳ ବାବୁ ଦଳର ହେଉଛନ୍ତି ଜଣେ ଲଡ଼ୁଆ ଯୁବ ନେତା | ହେଲେ ଏ ଅମାହଣିଆ ଟିମ କୁ ନେଇ କେମିତି କେନ୍ଦୁଝରରେ ଚାଷ କରିବେ , ତାହା ଏବେ ପ୍ରଶ୍ନବାଚୀ | ତେଣୁ କହିପେ ନୀଗାହେଁ କହିଁପେ ନିଶାନା ପରି ଡ଼ମି ସଭାପତିଙ୍କୁ ରଖି ବାଗଡୋର କୌଣସି ଅଦୃଶ୍ୟ ସ୍ଥାନରୁ ପରିଚାଳିତ ହେବନି ତ | ସେ ଅଦୃଶ୍ୟ ଶକ୍ତି ସନା ମହାକୁଡ଼ ନୁହନ୍ତିତ | ଏହା ସତ୍ୟ ଯେ ବଦ୍ରି ପରିବାର ଆତଙ୍କରେ ପତିଆରା ହରାଇଥିବା ନିରଞ୍ଜନଙ୍କ ପାଇଁ ଜିଲାରେ ଏକମାତ୍ର ସାଥି ହେଉଛନ୍ତି ସନାତନ | କାରଣ ନା ବିଜେଡି ନା ବିଜେପି ସହ ଖୋଲାଖୋଲି କିଛି ସମ୍ପର୍କ ରଖିପାରିବେ ନାହିଁ | ଆଉ ବିଜେପି ବା ବିଜେଡ଼ିକୁ ଜିଲ୍ଲାରେ ମୁକାବିଲା କରିବା ପାଇଁ କେବଳ ସନା ଭରସା | ଏବେ ଯେଉଁ ଚର୍ଚା ହେଉଛି ତାହା ଅବଶ୍ୟ ନୂଆ ନୁହେଁ | କାରଣ ପୂର୍ବତନ ଜିଲା ସଭାପତି ସ୍ବର୍ଗତ ବନବିହାରୀ ପହିଙ୍କ ଏକାଦଶାହ ଦିନ ହିଁ ଏକ ରୁଦ୍ଧଦ୍ବାର ବୈଠକ ହୋଇଥିଲା ନିରଞ୍ଜନ ଓ ସନାଙ୍କ ମଧ୍ୟରେ | ତେଣୁ ଦେଖାଯାଉ ଖଣି ରାଜଧାନୀ ରେ ଜୋର  ଧରିଥିବା ଏହି ନୂଆ ଚର୍ଚାର ଗଭୀରତା କେତେ ?

0
0
0
s2sdefault