ହେଡଲାଇନସ୍:

ମୋଦିଙ୍କୁ ସ୍ୱାମୀଙ୍କ ଆହ୍ୱାନ : ନିଜ ନାମ କାଟି ପଟେଲଙ୍କ ନାଁ ପୁଣି ଅତୁଟ ରଖନ୍ତୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ସଦ୍ଦାମ ଓ ଗଦାଫିଙ୍କ କ୍ଷେତ୍ରରେ ଏପରି ଘଟିଛି "

ନୂଆଦିଲ୍ଲୀ : ମୋଟରା ଷ୍ଟାଡିଅମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମକରଣ କରାଯିବା ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟମ ସ୍ୱାମୀ | ଏହାକୁ ଏକ ଅସୁସ୍ଥ ପରମ୍ପରା ବୋଲି କହିଛନ୍ତି ସ୍ୱାମୀ | ସେ ଆଜି ଏକ ଟୁଇଟ କରି କହିଛନ୍ତି ଯେ ଏମିତି  କୌଣସି ଦେଶର ନେତା ଅଛନ୍ତି କି ଯିଏ କି ଏକ ଷ୍ଟାଡିୟମକୁ ନିଜ ନାମରେ ନାମିତ କରିବାକୁ ଅନୁମତି ଦିଅନ୍ତି ? ମୋର ଅନୁସନ୍ଧାନ କହୁଛି କେବଳ ଏପର୍ଯ୍ୟନ୍ତ କେବଳ ଦୁଇଜଣଙ୍କ କ୍ଷେତ୍ରରେ ଏପରି ଘଟିଛି | ସେମାନେ ହେଲେ ସଦ୍ଦାମ ହୁସେନ୍ ଏବଂ ଗଦାଫି | ତାହା ଏକ ଅସୁସ୍ଥ ପରମ୍ପରା | ତେଣୁ ନିଜ ନାମ ହଟାଇ ସର୍ଦ୍ଦାର ପଟେଲଙ୍କ ନାମ ଅପରିବର୍ତ୍ତିତ ରଖିବା ପାଇଁ  ମୋଦି ଦାବି କରିବା ଆବଶ୍ୟକ ବୋଲି ଡ଼ ସ୍ୱାମୀ କହିଛନ୍ତି |

0
0
0
s2sdefault