ହେଡଲାଇନସ୍:

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ସରପଞ୍ଚ ଓ ସମିତି ସଭ୍ୟା ବିଜେଡିରେ ମିଶିଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

13-06-19-gajapati.jpg - 91.41 kB

ଭୁବନେଶ୍ୱର,୧୩/୬/୨୦୧୮:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାରଳାଖେମୁଣ୍ଡି ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତ ସରପଞ୍ଚ ପୂଣ୍ୟବତୀ ଚୌଧୁରୀ, କାଶୀନଗର ବ୍ଲକ ବୁଦୁରା ସରପଞ୍ଚ ଅମ୍ବିକା ପ୍ରଧାନ ଏବଂ ଅଲ୍ଲାଦ ପଞ୍ଚାୟତ ସମିତି ସଭ୍ୟା ନଳିନୀ ପ୍ରଭା ମହାକୁଡ଼ କଂଗ୍ରେସ ଦଳ ଛାଡ଼ି ଆଜି ନିଜ ନିଜର ଶହେରୁ ଉର୍ଧ୍ଵ ସମର୍ଥକଙ୍କ ସହ ନବୀନ ନିବାସରେ ଅନୁଷ୍ଠିତ  ମିଶ୍ରଣ ପର୍ବରେ  ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା କଂଗ୍ରେସର ସରପଞ୍ଚ ଓ ସମିତି ସଭ୍ୟାଙ୍କୁ  ସଭାପତି ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି କଂଗ୍ରେସର ଜନପ୍ରତିନିଧିଙ୍କ ସହ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଆଗାମୀ ଦିନରେ ଏହି ଯୋଗଦାନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ଏହି ମିଶ୍ରଣ ପର୍ବରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ସଭାପତି ପ୍ରଦୀପ ନାଏକ, ଗୋସାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିଏଚ୍‍. ତାର୍‍କେଶ୍ୱରୀ ଓ କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ୍‍. ସିମାଦ୍ରୀଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault