ହେଡଲାଇନସ୍:

ଧାନ କିଣାରେ ଅବ୍ୟବସ୍ଥା ନେଇ ସର୍ଗିବାହାଲ ଛକରେ ବିଜେପିର ଚକାଜାମ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ)-ବିଜେପି ପକ୍ଷରୁ ବରଗଡ଼ ପଦ୍ମପୁର ରାସ୍ତା ସର୍ଗିବାହାଲ ଛକରେ ମଧ୍ୟ  ରାସ୍ତା ରୋକ କରା ଯାଇଥିଲା | ଏହି ରାସ୍ତାରୋକ 10 ଟାରୁ 1ଯାଏଁ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଦଳର ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ  ।

ବିଜେପିର ଅଭିଯୋଗ ଅନୁଯାୟୀ,  ଚାଷ ଓ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖରା ବର୍ଷା ଶୀତ ସବୁକୁ ସହି ବହୁ କଷ୍ଟରେ ଚାଷୀ ଧାନ ଚାଷ କରୁଛି । ଧାନ ଅମଲ କରି ସରକାରୀ ମୂଲ୍ୟରେ ବିକ୍ରି କରିବା ପାଇଁ ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେଉଛି । ହେଲେ ସେଠାରେ ମଧ୍ୟ ଚାଷୀ ଧାନ ବିକ୍ରି ସମୟରେ ବହୁ ସମସ୍ୟାର ସମୁଖୀନ ହେଉଛି । କେତେ ବେଲେ ଟୋକନ ସମସ୍ୟା ତ କେତେବେଲେ ଟାର୍ଗେଟ ସମସ୍ୟା ତ ଆଉ କେତେ ବେଲେ ମଣି ଦାୟିତ୍ବରେ ଥିବା କର୍ମଚାରୀ ଓ ମିଲର୍ସର ଶୋଷଣର ସିକାର ହେଉଛି ଚାଷୀ  । ଚାଷୀ ପାଖରେ ବୈଧତା ଟୋକନ ଥିବା ସମୟରେ ସରକାର ପର୍ଯ୍ୟାପ୍ତ ପରିମାଣର ଟାର୍ଗେଟ ଯୋଗାଇ ପାରିଲେ ନାହିଁ । ଦୀର୍ଘ ମାସ ମାସ ଧରି ଚାଷୀ ଧାନ ବିକ୍ରି କରିବା ପାଇଁ ଚେଷ୍ଟାକଲେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ହେଲା ନାହିଁ ଓ ଟୋକନ ବୈଧତା ମଧ୍ୟ ସମାପ୍ତ ହୋଇଗଲା । ଏବେ ଟାର୍ଗେଟ ଅଛି କିନ୍ତୁ ବୈଧତା ଟୋକନ ନଥିବା କାରଣରୁ ଚାଷୀର ଧାନ ବିକ୍ରି ନ ହୋଇ ପଡିରହିଛି । ଖୋଲା ଆକାଶ ତଲେ ପଡି ରହିଥିବା  ଧାନ ଦିନର ଟାଣ ଖରା ଓ ରାତିର ଶୀତ କାରଣରେ ବସ୍ତା ଗୁଡିକ ଫାଟି ନଷ୍ଟ ହୋଇଗଲାଣି ଫଲରେ ଧାନ ଗୁଡିକ ତଲେ ପଡି ନଷ୍ଠ ହେଉଛି ଯାହର କ୍ଷତି ଚାଷୀଙ୍କୁ ସହିବାକୁ ପଡ଼ୁଛି । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଚାଷୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରାକର ସନ୍ତୋଷ ମୂଲକ ଉତ୍ତର ପାଇପାରୁ ନାହାଁନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି | 

0
0
0
s2sdefault