ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଂଚଳିକ କେନ୍ଦ୍ରକୁ ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାଲି ଉତ୍ପାଦନ କ୍ଷେତ୍ରରେ ଓଡିଶା ଆତ୍ମନିର୍ଭରଶୀଳ ହେବ :ସମୀର ମହାନ୍ତି

ଭୁବନେଶ୍ୱର : ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ ରହିଛି । ବିଗତ ୫-୬ ବର୍ଷ ମଧ୍ୟରେ ଦେଶର କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କ କୃଷି ଅନୁକୂଳ ନୀତି ଯୋଗୁଁ ଦେଶରେ ଡାଲି ଉତ୍ପାଦନ ୧୪୦ ଲକ୍ଷ ଟନରୁ ୨୪୦ ଲକ୍ଷ ଟନକୁ ବୃଦ୍ଧି ପାଇଛି । ଡାଲି ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଂଚଳିକ କେନ୍ଦ୍ରକୁ ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର । ଓଡିଶାକୁ ପୁଣିଥରେ ଗୁରୁତ୍ୱ ଦେଇଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ପୂର୍ବୋଦୟ ବିକାଶ ମିଶନରେ ପ୍ରଧାନମନ୍ତ୍ରୀ ଓଡିଶାକୁ ବିକାଶର ପ୍ରୟୋଗଶାଳା କରିଛନ୍ତି । ମୋଦି ସରକାର ଓଡିଶାର ବିକାଶ ପାଇଁ ବଦ୍ଧ ପରିକର । ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଂଚଳିକ କେନ୍ଦ୍ର ପ୍ରତିଷ୍ଠା  ହେଲେ ଡାଲି ଉତ୍ପାଦନ  କ୍ଷେତ୍ରରେ ଓଡିଶା ଆତ୍ମନିର୍ଭରଶୀଳ ହେବ । ଗତ ୬ ବର୍ଷ ଭିତରେ ମୋଦି ସରକାର ଡାଲି ଉପରେ ଏମଏସପିକୁ ୪୦ରୁ ୭୩ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ସାରା ଦେଶ ସମେତ ଓଡିଶାର ଡାଲି ଚାଷୀମାନେ ଅଧିକ ଲାଭବାନ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault