ହେଡଲାଇନସ୍:

ବିରୋଧୀଙ୍କ ଗାଲରେ ଅପରାଜିତାଙ୍କ ଶକ୍ତ ଚଟକଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ଭୁବନେଶ୍ଵରରେ ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଢଙ୍ଗି ନିଖୋଜ ବୋଲି ଲାଗିଛି ପୋଷ୍ଟର | ଲିଙ୍ଗରାଜ ମନ୍ଦିରକୁ ନେଇ ଏନଏମଏ ଉପନିୟମ ପ୍ରତ୍ୟାହାର ହୋଇନଥିବା ବେଳେ ସାଂସଦ ଏ ପ୍ରସଙ୍ଗରେ ନିଖୋଜ ବୋଲି ଲାଗିଛି ପୋଷ୍ଟର | କୋଉଠି ଲୁଚିଛନ୍ତି ଅପରାଜିତା ଓ କାହିଁକି ଏ ପ୍ରସଙ୍ଗରେ ପଦୁଟିଏ କହୁନାହାନ୍ତି ବୋଲି ଉଲ୍ଲେଖ ରହିଛି ଏହି ନିଖୋଜ ପୋଷ୍ଟରରେ | ଯଦିଓ ଲିଙ୍ଗରାଜ ମନ୍ଦିରକୁ ନେଇ ଉଦ୍ଦିଷ୍ଟ ଏନଏମଏ ଉପନିୟମ ଉପରେ ଅପରାଜିତା କିଛି କହିନଥିଲେ ବି ତାଙ୍କ "ନିଖୋଜ" ହେବ ସମ୍ପର୍କିତ  ଏଭଳି ପୋଷ୍ଟରର ଉତ୍ତର ଅତି ସୁନ୍ଦର ଢଙ୍ଗରେ ଦେଇ ତାଙ୍କ ପ୍ରତିପକ୍ଷ ଓ ସମାଲୋଚକଙ୍କ ଗାଲରେ ଦେଇଛନ୍ତି ଶକ୍ତ ଚଟକଣା | 

ସେ ଟୁଇଟ କରି କହିଛନ୍ତି ଯେ " ସଂସଦର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଥିବା ଜାଣି ମୁଁ ଆମୋଦିତ ; ବର୍ତ୍ତମାନ ଲୋକସଭା ଚାଲିଥିବା ଯୋଗୁ ଲୋକସଭାରେ ଉପସ୍ଥିତ ରହିବା ମୋର କର୍ତ୍ତବ୍ୟ।

ମୁଁ ଖୁସି ଯେ ଭୁବନେଶ୍ୱର ମୋତେ ମିସ କରୁଛି । ବାସ୍ତବରେ ଏହା ମୋ ପାଇଁ ଏକ ଉତ୍ତମ ଅନୁଭବ! ସବୁସମୟ ପରି, ମୁଁ  ଫେବୃଆରୀ ୧୫ଠାରୁ ମୋର ଲୋକମାନଙ୍କ ଗହଣରେ ରହିବି |"   

"Am amused that these posters have come up in  Bhubaneswar at a time when the budget session of Parliament is on; it is my duty to be in the Lok Sabha now.

Am glad Bhubaneswar is'missing' me. It is a great feeling,indeed! As always,I will  be among my people from 15th Feb onwards." 

0
0
0
s2sdefault