ହେଡଲାଇନସ୍:

ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟ : ବିଳମ୍ବ ହେଲେ ବି ପଦ୍ମ ଧରିବା ଥୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-03-18-JAYPANDA.jpg - 40.66 kB ଭୁବନେଶ୍ୱର: କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ଲୋକସଭା ସଂସଦ ପଦରୁ ଇସ୍ତଫା ଦେଇଛନ୍ତି | ଲୋକସଭା ବାଚସ୍ପତି ଭାରତ  ବାହାରେ ଯିବା ଯୋଗୁ ଶ୍ରୀ ପଣ୍ଡା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି | 

 ଏ ନେଇ ସେ ଆଜି ଟ୍ଵିଟରରେ ସୂଚନା ଦେଇଛନ୍ତି ।  ସେ ତାଙ୍କ ଟ୍ୱିଟରେ  ଉଲ୍ଲେଖ କରିଛନ୍ତି ଯେ ବିଜୁ ଜନତା ଦଳ ସମ୍ପର୍କ ଛିନ୍ନ କରିବା ନେଇ ନିଷ୍ପତ୍ତି ନେବାପରେ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ  ପତ୍ର ଲେଖି ଜଣାଇଥିଲି କି ମୋ ବାପାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ସଂପନ୍ନ ହେଲେ ସାଂସଦ ପଦରୁ ଇସ୍ତଫା ଦେଇଦେବି। ପରମ୍ପରା ଅନୁଯାୟୀ ଲୋକସଭା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଚାହିଁଥିଲି। କିନ୍ତୁ ବାଚସ୍ପତି ମହୋଦୟା ବିଦେଶଗସ୍ତରେ ଥିବାରୁ ଏହା ସମ୍ଭବ ହେଲା ନାହିଁ । ଏଣୁ ମୁଁ ତାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛି । 

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନ ପୂର୍ବରୁ ଓ ପରେ ବିଭିନ୍ନ ଘଟଣାକ୍ରମରେ ଦଳ ସହ ତାଙ୍କର ମତ ପାର୍ଥକ୍ୟ ହୋଇଥିଲା `| ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ନିକତତ୍ୱ ବଢ଼ିଯାଇଥିବା କାରଣରୁ ଦଳ ଭିତରେ ତାଙ୍କୁ ସନ୍ଦେହ ନଜରରେ ଦେଖିବା ଆରମ୍ଭ ହୋଇଥିଲା | କେନ୍ଦ୍ରାପଡାରେ ଦଳ ଭିତରେ ଏକ ଗୋଷ୍ଠୀ ଗଠନ କରି ସମାନ୍ତରାଳ କ୍ଷମତାକେନ୍ଦ୍ର ଭାବେ ଆଚରଣ ପ୍ରଦର୍ଶନ କରୁଥିଲେ | ହେଲେ ସଂସଦରେ ଅର୍ଥ ସମ୍ପର୍କିତ କମିଟିର ଅଧ୍ୟକ୍ଷ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଦଳ ତରଫରୁ ତାହାକୁ ଅନୁମତି ଦିଅ ଯାଇନଥିଲା | ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିଥିଲେ ବୋଲି ମଧ୍ୟ ଜିଲ୍ଲାର ନେତା ମାନେ ଅଭିଯୋଗ କରିଥିଲେ | ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦଳ ଭିତରେ ଦାବି ହେଉଥିଲା | ବିଜେପି ସହିତ ତାଙ୍କର ନିବିଡ଼ତା କାରଣରୁ ଦଳ ଭିତରେ ତାଙ୍କ ପାଇଁ ଆଉ ଜାଗା ନାହିଁ ବୋଲି ନିଶ୍ଚିତ ହୋଇଯାଇଥିବା  ଚାଲାକ ବୈଜୟନ୍ତ ମଉକା ଖୋଜୁଥିଲେ ବହିସ୍କୃତ ହେବ ଆଗରୁ କେମିତି ସମ୍ମାନ ଜଣକ  ଭାବେ ଦଳରୁ ଇସ୍ତଫା ଦେବେ ବୋଲି | ଆଉ ଦୁର୍ଯୋଗକୁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା | ନବୀନ ବାବୁ ଏକ ଐତିହାସିକ ଭୁଲ କରି ଶବାଧାରରେ ଫୁଲ ଚଢ଼ାଇବାକୁ  ଗଲେ ନାହିଁ | ଆଉ ନବୀନ ବାବୁ ନଯିବା ଯୋଗୁ  ସ୍ୱାଭାବିକ ଭାବେ ବିଜେଡିରୁ କେହି ଗଲେନାହିଁ, ଜାହାକି ଅତ୍ୟନ୍ତ ଅମାନବୀୟ  |  ସରକାରଙ୍କ ସବୁ କଳଙ୍କ ମୁଣ୍ଡରେ ବୋହି ଦଳ ଓ ସରକାରଙ୍କୁ ଦଳକୁ ମଜଭୁତ କରିଥିବା ପ୍ୟାରୀବାବୁଙ୍କ ଭଳି ଲୋକଙ୍କୁ ଏ ଦଳର ନେତା ମାନେ ଡାକ୍ତରଖାନାରେ ଦେଖା କରିବାକୁ ଯାଇନଥିଲେ ଯେତେବେଳେ  ଦଳଠାରୁ ଦୁରେଇ ଦଳ ବିରୋଧରେ ସବୁବେଲେ ଦଳକୁ ଅପଦସ୍ତ କଲା ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଆସୁଥିବା ବୈଜୟନ୍ତଙ୍କୁ   ବା  ପଚାରେ କିଏ ? ଆଉ ବାପାଙ୍କ ଶବାଧାରରେ ଫୁଲ ଦେବାକୁ ନଆସିବା ଯୋଗୁ  ନବୀନ ବାବୁବକ ନିର୍ଦ୍ଦେଶରେ ଦଳର ନେତା ମାନେ ତାଙ୍କ ବାପାଙ୍କ ଶବାଧାରରେ ଫୁଲ ଦେବାକୁ ଆସିଲେ  ବୋଲି ଅଭିଯୋଗ କରି ବୈଜୟନ୍ତ ଦଳରୁ ଇସ୍ତଫା ଦେଇଥିଲେ | ରିପବ୍ଲିକ ଟିଭିରେ ନବୀନ ବାବୁ ଓ ତାଙ୍କ ସରକାରର ବ୍ୟବସ୍ଥା ବିରୋଧରେ ୪୫ମିନିଟିଆ ଭାଷଣ ଦେବା ପରେ ଆଜି  ଲୋକସଭା ସଂସଦ ପଦରୁ ଇସ୍ତଫା ଦେଇଛନ୍ତି |

0
0
0
s2sdefault