ବଡ଼ଚଣାରେ ବିଜେଡିର ଶକ୍ତି ବୃଦ୍ଧି : ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

11-06-18-navin.jpg - 82.68 kB

ଭୁବନେଶ୍ୱର(ଚକ୍ରଧର ମାଝି) :ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀର ସୋଲାର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର, ସରପଞ୍ଚ ବିଜୟ କେତନ ସ୍ୱାଇଁ, କଂଗ୍ରେସ ନେତା ଅନନ୍ତ ଚରଣ ସ୍ୱାଇଁ, ବିଜେପି ନେତା ପରମାନନ୍ଦ ଓଝା, ଅଣକା ପଞ୍ଚାୟତର ବିଜେପି ସରପଞ୍ଚ ସୌମେନ୍ଦ୍ର ମହାପାତ୍ର, ବଡ଼ଘୁମୁରୀର କଂଗ୍ରେସ ସରପଞ୍ଚ ନିବେଦିତା ସାହୁ, ସୁଙ୍ଗୁଡ଼ାର ପୂର୍ବତନ ସରପଞ୍ଚ ରାଜକିଶୋର ସ୍ୱାଇଁ, କୁନ୍ଦଳ ସରପଞ୍ଚ ଅନନ୍ତ ଚରଣ ସିଂହ, ବନ୍ଦାଳୋ ସରପଞ୍ଚ ପ୍ରତିମା ଓଝା, ବିଜେପି ନେତା ରତ୍ନାକର  ସାହୁ, କଂଗ୍ରେସ ନେତା ରବୀନ୍ଦ୍ର ବାରିକ, କ୍ଷୀରୋଦ ସାହୁ, ବନମାଳି ପଲେଇ, ମୁରଲୀଧର ଓଝା, ଚଣ୍ଡିତଳ ବିଜେପିର ସରପଞ୍ଚ ମୋମିନ୍‍ ଅଲ୍ଲୀ ଖାଁ, ବିଜେପି ନେତା ଦିଲ୍ଲୀପ ରାଉତ, ଉମାକାନ୍ତ ଷଣ୍ଢ, ଛତିଆ କଂଗ୍ରେସ ପୂର୍ବତନ ସଭାପତି ରବୀନ୍ଦ୍ର କୁମାର ପ୍ରଧାନ, ସନ୍ତୋଷ କୁମାର ମହାନ୍ତି, ଯୁବ କଂଗ୍ରେସ ସଭାପତି ହୃଷିକେଶ ସିଂହ, ବାଲିଚନ୍ଦ୍ରପୁର ପୂର୍ବତନ କଂଗ୍ରେସ ସଭାପତି କାର୍ତ୍ତିକ ଚନ୍ଦ୍ର ରାଉତରାୟ, କଂଗ୍ରେସ ନେତା ତପନ କୁମାର ରାୟ, ଦର୍ଶନ ଦାସ, ସୁବାଶ ଚନ୍ଦ୍ର ବେହେରା, ବିଜେପି ନେତା ରାମଚନ୍ଦ୍ର ସ୍ୱାଇଁ, ତପନ ବାହାଲିଆ, ସିହା ପଞ୍ଚାୟତ କଂଗ୍ରେସ ସଭପତି ପୀତାମ୍ବର ବଳ, କଂଗ୍ରେସ ନେତା ନରହରି ସାମଲ, ସୁକଦେବ ବାରିକ, ଦଶରଥ ଜେନା, ଖଇରା ପଞ୍ଚାୟତ ନାଏବ ସରପଞ୍ଚ ସୁଧୀର ପୃଷ୍ଟି, ସନାତନ ବରାଳ, ଗୋପାଳପୁର ପଞ୍ଚାୟତ କଂଗ୍ରେସ ସଭାପତି ବଟକୃଷ୍ଣ ସେନାପତି, ବିଜେପି ନେତା ସଂଜୟ ପ୍ରଧାନ, କୋଲଣଗିରି ପଞ୍ଚାୟତ କଂଗ୍ରେସ ନେତା ସଚ୍ଚିନ୍ଦ୍ର କୁମାର ଜେନା, ଫକୀର ଚରଣ ଦାସ, ଭିକାରୀ ଚରଣ ଦାସ ପ୍ରମୁଖ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ଆଜି ସରକାରୀ ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ  ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ନବୀନ ନିବାସରେ ଅନୁଷ୍ଠିତ  ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବଡ଼ଚଣାର ଉଭୟ ଦଳର ଜନପ୍ରତିନିଧିଙ୍କ ସହ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବଡ଼ଚଣାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ଏହି ମିଶ୍ରଣ ପର୍ବ ଅବସରରେ ଶ୍ରୀ ଶତପଥୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡିର ଜନାଧାର ବୃଦ୍ଧି ପାଇଛି । ଏହାକୁ ପାଥେୟ କରି ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ପୂର୍ବତନ ପ୍ରତିନିଧିଙ୍କ ସହ ଶତାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ଶତପଥୀ କହିଥିଲେ । ନୂତନ ଭାବେ ଯୋଗ ଦେଇଥିବା କର୍ମୀମାନେ କହିଥିଲେ ଯେ ଓଡ଼ିଶାରେ ଉଭୟ ଦଳର ବିପର୍ଯ୍ୟୟକୁ ଦେଖି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆମେ ଆଜି ବିଜୁ ଜନତା ଦଳରେ ଯୋଗଦେଇଛୁ । ଏହି ମିଶ୍ରଣ ପର୍ବରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ସଭାପତି ଅରବିନ୍ଦ ସାମଲ, ଜିଲ୍ଲା ଯୁବ ବିଜେଡି ସଂପାଦକ ଗଣେଶ୍ୱର ବରାଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୂଜାରିଣୀ ବଳ, ବଡ଼ଚଣା ମହିଳା ସଭାନେତ୍ରୀ ସରସ୍ୱତୀ ବେହେରା, ମହିଳା ମହାସଂଘର ସଭାନେତ୍ରୀ ଖିଚିନା ମହାପାତ୍ର, ଛାତ୍ର ବିଜେଡି ସଭାପତି ଯତୀନ୍ଦ୍ର ନାୟକଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault