ହେଡଲାଇନସ୍:

ଧର୍ମେନ୍ଦ୍ର କହିଥିବା ତୃତୀୟ ମହଲରେ କଳାପାହାଡ଼ କିଏ :  ନବୀନ, ରାଜେଶ, ପାଣ୍ଡିଆନ......ନା ଆଉ କିଏ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 09-06-18-BJP-JOINNING-.jpg - 69.75 kB

 

 ଅବସରପ୍ରାପ୍ତ ଆଇଏସଏସ ଅଶୋକ ତ୍ରିପାଠୀ  ବିଜେପିରେ ସାମିଲ

ମୋଦି ସରକାରଙ୍କ ଚାରି ବର୍ଷର ସଫଳତାକୁ ନେଇ ବିଜେଡିର ଆହ୍ୱାନକୁ ସ୍ୱୀକାର କରୁଛି 

ମୋଦି ସରକାରଙ୍କ ଚାରି ବର୍ଷର ସଫଳତାକୁ ନେଇ ବିଜେଡିର ଆହ୍ୱାନକୁ ସ୍ୱୀକାର କରୁଛି 

 ୨୫୦୦ କିମି ଫାଇଲ ବିଭାଗୀୟ ମନ୍ତ୍ରୀଙ୍କ ପାଖରୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେ ଦିନ ହେଲା ଅଛି  ? 

କା ରେ ଶାସନ ଚଳାଉଥିବା କଳା ପାହାଡଙ୍କ ପୋଷା ଶୁଆ ପରି ବୟାନ ଦେଉଛନ୍ତି ବିଜେଡି ନେତା 

ତୃତୀୟ ମହଲା ସାଢେ ଚାରି କୋଟି ଓଡିଆଙ୍କ ଆଶା, ଭରସାର କେନ୍ଦ୍ର, କାହା ବାପାର ଜାଗିର ନୁହେଁ 

"ପ୍ରତାପ ଦେବ, ପ୍ରତାପ ଜେନା, ସଂଜୟ ଦାସବର୍ମା, ଅରୁଣ ସାହୁ ପ୍ରଭୃତି ପ୍ରଶ୍ନକର୍ତାଙ୍କୁ ମୂ ନିମନ୍ତ୍ରଣ କରୁଛି  । ସେମାନଙ୍କୁ ଚା ପିଆଇ  ସମସ୍ତ ପ୍ରଶ୍ନକୁ ସେ ବୁଝାଇ ଦେବି । ମାତ୍ର ଏହି ନେତା ମାନଙ୍କ ମନର କଷ୍ଟକୁ ମୁଁ  ଭଲ ଭାବରେ ବୁଝି ପାରୁଛି  । ସେମାନେ ତୃତୀୟ ମହଲାର ଘୋଷିଥିବା ଶବ୍ଦର ପାରା । କା ରେ ଶାସନ ଚଳାଉଥିବା କଳାପାହାଡଙ୍କର କୁହା ଯାଇଥିବା ଶବ୍ଦକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସେମାନଙ୍କର ବାଧ୍ୟବାଧକତା  । ତୃତୀୟ ମହଲା ସାଢେ ଚାରି କୋଟି ଓଡିଆଙ୍କ ଆଶା, ଭରସାର କେନ୍ଦ୍ର, କାହା ବାପାର ଜାଗିର ନୁହେଁ  ମୋଦି ସରକାର ଆସିବା ପରେ ୫୪୪୯ କିମି ଜାତୀୟ ରାଜପଥ ଓଡିଶାକୁ ଆସିଛି  ।  ଏଥିରୁ ଶେଷ ଅଢେଇ ହଜାର କିମିର ରାଜପଥ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦଫତରରୁ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେ ଦିନ ହେଲା ପଡି ରହିଛି ତାହାର ଉତର ମୁଖ୍ୟମନ୍ତ୍ରୀ ତତ୍କାଳ ପ୍ରଦାନ କରନ୍ତୁ" 

ଭୁୁବନେଶ୍ୱର, ତା.୦୯/୦୬: ଭାରତ ସରକାରଙ୍କ ଓଡିଶାରେ ଚାରି ବର୍ଷ କାମର ହିସାବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମଂଚରୁ ଦେଇଥିବା ତଥ୍ୟ ମିଥ୍ୟା ବୋଲି ରାଜ୍ୟର ପ୍ରଶାସନିକ ଅଧିକାରୀ ଓ ନିଜେ ମୁଖ୍ୟମନ୍ତ୍ରୀ କହିବାକୁୁ ଆହ୍ୱାନ କରିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀ ତଥା ବଡମ୍ବା ଅଂଚଳର ଅନ୍ୟାନ୍ୟ ଶତାଧିକ ବ୍ୟକ୍ତିବିଶେଷଙ୍କ ବିଜେପିରେ ଯୋଗଦାନ ପାଇଁ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ବିଜେଡି ମଂଚରୁ ଓଡିଶାକୁ ମୋଦି ସରକାରଙ୍କ ଅବଦାନର ହିସାବକୁ ଭୁଲ ବୋଲି କହିବା ଓ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ଗୁଡିକର ଆହ୍ୱାନକୁ ସେ ସ୍ୱୀକାର କରୁଛନ୍ତି ଓ ଏହାର ଗୋଟି ଗୋଟି ଉତର ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରତାପ ଦେବ, ପ୍ରତାପ ଜେନା, ସଂଜୟ ଦାସବର୍ମା, ଅରୁଣ ସାହୁ ପ୍ରଭୃତି ପ୍ରଶ୍ନକର୍ତାଙ୍କୁ ସେ  ନିମନ୍ତ୍ରଣ କରୁଛନ୍ତି । ସେମାନଙ୍କୁ ଚା ପିଇ ସମସ୍ତ ପ୍ରଶ୍ନକୁ ସେ ବୁଝାଇ ଦେବେ ବୋଲି ସେ କହିଛନ୍ତି । ମାତ୍ର ଏହି ନେତା ମାନଙ୍କ ମନର କଷ୍ଟକୁ ସେ ଭଲ ଭାବରେ ବୁଝି ପାରନ୍ତି ବୋଲି ସେ କହିଛନ୍ତି । ସେମାନେ ତୃତୀୟ ମହଲାର ଘୋଷିଥିବା ଶବ୍ଦର ପାରା । କା ରେ ଶାସନ ଚଳାଉଥିବା କଳାପାହାଡଙ୍କର କୁହା ଯାଇଥିବା ଶବ୍ଦକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସେମାନଙ୍କର ବାଧ୍ୟବାଧକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ମୋଦି ସରକାର ଆସିବା ପରେ ୫୪୪୯ କିମି ଜାତୀୟ ରାଜପଥ ଓଡିଶାକୁ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏଥିରୁ ଶେଷ ଅଢେଇ ହଜାର କିମିର ରାଜପଥ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦଫତରରୁ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେ ଦିନ ହେଲା ପଡି ରହିଛି ତାହାର ଉତର ମୁଖ୍ୟମନ୍ତ୍ରୀ ତତକ୍ଷଣାତ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ । ଏହା ସାଢେ  ଚାରି କୋଟି ଓଡିଆଙ୍କ ଆଶା ଭରସାର କେନ୍ଦ୍ର । ଏହାକୁ କଳାପାହାଡଙ୍କର ଅକ୍ତିଆରରୁ ମୁକ୍ତି ପାଇଁ ସାରା ରାଜ୍ୟରେ ଜନଆନ୍ଦୋଳନ  ହେଲାଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ପୂର୍ବତନ ରାଜସ୍ୱ ବୋର୍ଡ ସଦସ୍ୟ ଓ କେବିକେ ପ୍ରଶାସକ ଶ୍ରୀ ତ୍ରିପାଠୀ ଏହି ଅବସରରେ କହିଛନ୍ତି । ଗତ ୪ ବର୍ଷ ପ୍ରଧାନମନ୍ତ୍ରୀ  ନରେନ୍ଦ୍ରମୋଦୀଙ୍କ ଶାସନରେ ଦେଶକୁ ବିକାଶ ଦିଗରେ ଆଗେଇ ନେଇଛନ୍ତି । ସେହିପରି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ବିକାଶ ପାଇଁ ୧ ଲକ୍ଷ ୫ ହଜାର କୋଟି ଟଙ୍କାର ବିନିଯୋଗ କରାଇଛନ୍ତି । ଆଗମୀ ଦିନରେ ଓଡିଶାରେ ବିଜେପି ସରକାର ଆସିଲେ ରାଜ୍ୟର ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ତ୍ରିପାଠୀ ୧୯୮୧ ବ୍ୟାଚର  ଅଫିସର । ଏଥି ସହ ସେ ପ୍ରଶାସନିକ ଅଧିକାରୀ ଭାବେ ଓଡିଶା କ୍ୟାରରେ ଯୋଗ ଦେଇ ରାଜ୍ୟରେ ୩୫ ବର୍ଷରୁ ଉର୍ଧ୍ଵ  ସେବା ଯୋଗାଇ ଆସିଛନ୍ତି । ଶ୍ରୀ ତ୍ରିପାଠୀ ଖଡଗପୁର ଆଇଆଇଟିର ଗୋଲ୍ଡ ମେଡାଲିଷ୍ଟ ଏବଂ ପୂର୍ବରୁ ସେ ଭାବା ଅଟୋମିକ ରିସର୍ଚ୍ଚ ସେଂଟରରେ ବୈଜ୍ଞାନିକ ଭବେ କାର୍ଯ୍ୟ କରୁଥିଲେ । 

ସେହିପରି କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀର ବେଲିଆପାଳ ଗ୍ରାମ ପଂତାୟତର ସମିତି ସଭ୍ୟ ତଥା ପୂର୍ବତନ ରତାପାଟ ଗ୍ରାମ ପଂଚାୟତର ସରପଂଚ ଶ୍ରୀ ବିଜୟ କୁମାର ଦଳବେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ରତାପାଟ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ କୁମାର ବରାଳ, ରଟାପାଟ ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ ଦୁର୍ଗା ଦଳବେହେରା, ବେଲିଆପାଳ ଗ୍ରାମ ପଂଚାୟତର ସରପଂଚ ବିଚିତ୍ରାନନ୍ଦ ପଣ୍ଡା, ଦଶରଥୀପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଗଙ୍ଗାଧର ସାମଲଙ୍କ ସମେତ ମାଳତୀ, ଗୋପାଳପୁର, ଜାଣିସାହି, ବାଙ୍ଗିରୀସିଙ୍ଗା, ଜଡୁମ, ଦିନିଆରୀ ଆଦି ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ, ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ, ବିଜେଡି ନେତା, ଛାତ୍ରନେତା ପ୍ରମୁଖ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଦ୍ଧିବଦ୍ଧ ଭାବେ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । 

ବଡମ୍ବା କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ବଡମ୍ବା ଓକିଲ ସଂଘର ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ଜେନା, ପୂର୍ବତନ ସଂପାଦକ ଦିଲୀପ ସାମନ୍ତ, ବଡମ୍ବା ନରସିଂହପୁର ଯୁବ କଂଗ୍ରେସ ସଭାପତି ଆଡଭୋକେଟ ପ୍ରିୟଦର୍ଶୀ ଶୁଶ୍ରତ, ବଡମ୍ବା ବାର ଆସୋସିଏସନ ସେକ୍ରେଟାରୀ ଲଳିତ ମୋହନ ଲେଙ୍କା, ଉପସଭାପତି ସଲିଲ କୁମାର ଜେନାଙ୍କ ସମେତ ଅନେକ ସଂଖ୍ୟାରେ ଆଇନଜୀବୀ ବିଜେପିରେ ସାମିଲ ହୋଇଛନ୍ତି । 

ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ଓଡିଶାର ଜଣେ ବରିଷ୍ଠ  ପ୍ରଶାସନିକ ଅଫିସର, ଭୁବନେଶ୍ୱରର ଅନେକ ବରିଷ୍ଠ ନାଗରିକମାନେ, ବଡମ୍ବା ଏବଂ ନରସିଂହପୁରରୁ ଆସି କଂଗ୍ରେସ, ବିଜେଡି ଓ ସିପିଆଇ ଦଳ ଛାଡି ଆସିଥିବା ସମସ୍ତ ବର୍ତମାନ ଏବଂ ପୂର୍ବତନ ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ, ଯୁବ ନେତା, ଛାତ୍ର ନେତାଙ୍କ ସମେତ ଆଇନଜୀବୀ, ଶିକ୍ଷକ, ସମାଜସେବୀ ଏବଂ ଅବସରପ୍ରାପ୍ତ ସୈନିକ ବିଜେପିରେ ଯୋଗଦାନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ ଜଣାଇବା ସହ ସମସ୍ତଙ୍କୁ ସାଧୁବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ୍ ହେବା ସହ ଆଗାମୀ ଦିନରେ ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ସ୍ୱାଧୀନତା ପଇବା ପୂର୍ବରୁ ଓଡିଶାର ମୋଗଲ ବନ୍ଦୀ ଓ ଗଡଜାତ ଅଂଚଳରେ ଇଂରେଜମାନଙ୍କ ସହ ଲଢେଇ ହୋଇଥିଲା । ଓଡିଶାର ଗଡଜାତ ଅଂଚଳ ଲଢେଇ ମଧ୍ୟରୁ ବଡମ୍ବା ନରସିଂହପୁର ଅଂଚଳବାସୀଙ୍କ  ଯୋଗଦାନ ଏକ ସ୍ୱତନ୍ତ୍ର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ଗତ ପଂଚାୟତ ନିର୍ବାଚନରେ ବଡମ୍ବା ଏବଂ ନରସିଂହପୁର ଅଂଚଳରରେ ବିଜେପି ଅଭୂତପୂର୍ବ ସଫଳତା ପାଇଥିଲା ସେହିପରି ୨୦୧୯ରେ ସାରା ଓଡିଶାରେ ସଫଳତା ମିଳିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ଉପସଭାନେତ୍ରୀ  ସୁକେଶୀ ଓରାମ, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ପ୍ରବକ୍ତା ଗୋଲକ ମହାପାତ୍ର ପୀତାମ୍ବର ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ପ୍ରଭାତୀ ପରିଡା, ମିହିର ଦାସ, ଜଗନ୍ନାଥ ପ୍ରଧାନ, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, କଟକ ଜିଲ୍ଲା ସଭାପତି ଚୈା. ହେମନ୍ତ ସାହୁଙ୍କ ସମେତ ଦଳର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ । 

 

0
0
0
s2sdefault