ହେଡଲାଇନସ୍:

 ବିଜେପିରେ ଯୋଗ ଦେଇଥିବା ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ କେତେକ ହେଉଛନ୍ତି କଂଗ୍ରେସ ଦଳର : ବିଜୁ ଜନତା ଦଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର : ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ବିଜେପିରେ ଯୋଗ ଦେଇଥିବା ବେଲିଆପାଳ ଓ ରତାପାଟର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ କେତେକ ହେଉଛନ୍ତି କଂଗ୍ରେସ ଦଳର । ସେମାନେ କଂଗ୍ରେସରେ ଥିଲେ । କୈଳାସ ଜେନା ବଡମ୍ବା ବ୍ଲକ କଂଗ୍ରେସ ସଭାପତି ଥିଲେ । ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେପି ସମର୍ଥନରେ ଗତ ପଞ୍ଚାୟତ ନିର୍ବାଚନ ଲଢ଼ୁଥିଲେ। ସେ ବିଜେଡିରେ କେବେ ବି ନଥିଲେ । କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ହୋଇ ସେମାନେ ନିର୍ବାଚନ ଲଢ଼ିଥିବା ସମସ୍ତେ ଜାଣନ୍ତି । ତେଣୁ ଅନ୍ୟ ଦଳରେ ଥିବା ବ୍ୟକ୍ତିମାନେ ବିଜେପିରେ ଯୋଗଦେବା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏଥିରେ ବିଜେଡି ପକ୍ଷରୁ କିଛି କହିବାର ନାହିଁ । କିନ୍ତୁ ବିଜେଡି ନାମକୁ ପ୍ରେସ୍‍ ଇସ୍ତାହାରରେ ବ୍ୟବହାର କରିବା ଠିକ୍‍ ନୁହେଁ । ସେମାନେ ବିଜେଡିର ବୋଲି କହିବା ଭ୍ରମାତ୍ମକ ଓ ହାସ୍ୟାସ୍ପଦ ବୋଲି ବଡ଼ମ୍ବା ବିଜେଡି ସଭାପତି ଆଡଭୋକେଟ୍‍ ଦୁର୍ଗାମାଧବ ରଥ ଓ କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ କହିଛନ୍ତି । ବଡ଼ମ୍ବା-ନରସିଂହପୁର ଅଞ୍ଚଳର ଜନପ୍ରିୟ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଛି । ୨୦୧୯ ନିର୍ବାଚନରେ ବଡମ୍ବା-ନରସିଂହପୁର ଜନସାଧାରଣଙ୍କ ସଦିଚ୍ଛାରେ ବିଜେଡିର ବିପୁଳ ବିଜୟ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

0
0
0
s2sdefault