କହିଲେ ବବି : ଏହା ବିଜେପି ଓ ତା ନେତାଙ୍କ ଅସଲ ରଙ୍ଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିସିସି ସଭାପତିଙ୍କ ଉପରେ ଆକ୍ରମଣଙ୍କ ବିଜେଡିର ତୀବ୍ର ନିନ୍ଦା 

ଭୁବନେଶ୍ୱର : ବିଜୁ ଜନତା ଦଳ  ସଂଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ (ବବି) ଗତକାଲି କେନ୍ଦୁଝରରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି |  ଏହା ବିଜେପି ଓ ତା ନେତାଙ୍କ ଅସଲ ରଙ୍ଗ ବୋଲି କହି ବିଜେପି ଉପରେ ବର୍ଷିଛନ୍ତି ଶ୍ରୀ ଦାସ | 

 ନିଜର ପ୍ରତିକ୍ରିୟା ରଖି ଶ୍ରୀ ଦାସ କହିଛନ୍ତି ଯେ ପିସିସି ସଭାପତି ଓ ତାଙ୍କର ପିଏସଓଙ୍କର ଉପରେ ହୋଇଥିବା ଆକ୍ରମଣକୁ ମୁ ଦୃଢ ନିନ୍ଦା କରୁଛି | ଆକ୍ରମଣରେ ସମ୍ପୃକ୍ତ  କେନ୍ଦୁଝର ଜିଲ୍ଲା  ବିଜେପି ଯୁବା ମୋର୍ଚାର ସମ୍ପାଦକ ସଂଜୟ ମହାନ୍ତିଙ୍କର ଏହି କାର୍ଯ୍ୟ ବିଜେପି ଓ ତାଙ୍କର ନେତା ମାନଙ୍କର ଅସଲ ରଙ୍ଗକୁ ପଦାରେ ପକାଇ ଦେଇଛି । ସଭ୍ୟ ସମାଜରେ ଓ ଗଣତନ୍ତ୍ରରେ ହିଂସାର କୋଣସି ସ୍ଥାନ ନାହିଁ " ବୋଲି କହିଛନ୍ତି ଶ୍ରୀ ଦାସ |

ସେହିପରି ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଅତ୍ୟନ୍ତ କଡା ଶବ୍ଦରେ ନିନ୍ଦା କରିଛନ୍ତି | ଶ୍ରୀ ତ୍ରିପାଠୀ କହିଛନ୍ତି " ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣ ନିହାତି ଭାବେ ନିନ୍ଦନୀୟ ଘଟଣା। ଏହି ଆକ୍ରମଣ ବିଜେପିର ଅସଲ ମୁଖା ଖୋଲିଛି। ରାଜ୍ୟରେ କ୍ଷମତା ହାସଲ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପି ଦଳ ଗୁଣ୍ଡରାଜରେ ବିଶ୍ୱାସ କରେ। ଏହା ଗତକାଲି ଆକ୍ରମଣରୁ ସ୍ପଷ୍ଟ ଜଣାପଡୁଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ।  କ୍ଷମତା ହାସଲ ପାଇଁ ବିଜେପି ଗୁଣ୍ଡାଗିରି କରିବା ସହ ରକ୍ତପାତ କରିବାକୁ ମଧ୍ୟ ପଛାଉ ନାହିଁ। ଛାତ୍ର ବିଜେଡ଼ି ପକ୍ଷରୁ ଆକ୍ରମଣରେ ଲିପ୍ତ ବିଜେପି ନେତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଅନୁରୋଧ  କରାଯାଇଛି " ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ | 

0
0
0
s2sdefault