ଆଇ.ଜି.ଏଚ. ସୁପର ସ୍ପେସିଆଲିଟ ହସ୍ପିଟାଲ ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସେଲ ଅଧିନରେ ଥିବା ସମସ୍ତ ଡ଼ାକ୍ତରଖାନାରେ ଖାଲିଥିବା ଡ଼ାକ୍ତର ପଦବୀ ପୂରଣ ହେବ

\06-06-18-juel.jpg - 29.58 kB

ନୂଆଦିଲ୍ଲୀ/ଭୁବନେଶ୍ୱର - ଏଣିକି ଷ୍ଟିଲ ଅର୍ଥରଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ) ଅଧିନରେ ଥିବା ସମସ୍ତ ହସ୍ପିଟାଲମାନଙ୍କରେ ଡ଼ାକ୍ତର ସମସ୍ୟା ରହିବ ନାହିଁ । ଖାଲିଥିବା ସମସ୍ତ ଡ଼ାକ୍ତର ପଦବୀ ତୁରନ୍ତ ଚୁକ୍ତିଭିତିକ ଭାବରେ ପୂରଣ କରାଯିବ ବୋଲି ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ତରଫରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିବର୍ଷ ଧରି ସେଲ ଅନ୍ତର୍ଗତ ରାଉଲକେଲା ଆଇ.ଜି.ଏଚ୍ ଏବଂ ଦେଶରେ ସମସ୍ତ ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତର ପଦବୀ ଖାଲି ରହି ଆସିଥିଲା । ଏହାଦ୍ୱାରା ସାଧାରଣ ଲୋକମାନେ ଉପଯୁକ୍ତ ଚିକିତ୍ସାରୁ ବଂଚିତ ହେଉଥିଲେ । ଏହାର ପ୍ରତିକାର ପାଇଁ ବିଭିନ୍ନ ସଂଗଠନ ତଥା ବିଭିନ୍ନ ସ୍ଥାନରୁ ସ୍ଥାନୀୟ ଜନସାଧାରଣମାନେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ  ଜୁଏଲ ଓରାମଙ୍କ ଦୃଷ୍ଟିକୁ ଆଣିଥିଲେ । ଏହାର ଆବଶ୍ୟକତାକୁ ଅନୁଭବ କରି ମନ୍ତ୍ରୀ ଶ୍ରୀ ଓରାମ କେନ୍ଦ୍ର ଇସ୍ପାତମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ସହ ବହୁବାର ଆଲୋଚନା କରିଥିଲେ ଏବଂ ତୁରନ୍ତ ସମସ୍ତ ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତର ପଦବୀ ପୂରଣ ପାଇଁ ଅନୁରୋଧ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ସକରାରୀ ଡ଼ାକ୍ତରମାନଙ୍କ କାର୍ଯ୍ୟକଳାପ ବୟସସୀମା ୬୦ ରୁ ୬୫ କୁ ବୃଦ୍ଧି କରିଛନ୍ତି । କିନ୍ତୁ ସରକାର ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଥିବା ହସ୍ପିଟାଲଗୁଡ଼ିକରେ ଏହାର କାର୍ଯ୍ୟକାରିତା ବିଳମ୍ବ ହେଉଛି । ଏଣୁ ସେଲ ତରଫରୁ ତ୍ୱରିତ ଡ଼ାକ୍ତର ନିଯୁକ୍ତି ପାଇଁ ନିଷ୍ପତି ନିଆଯାଇଛି । ସେଲ ଅଧିନରେ ଥିବା ସମସ୍ତ ହସ୍ପିଟାଲ, ସ୍ୱାସ୍ଥ୍ୟ କେନ୍ଦ୍ର, ଡ଼ିସପେନ୍ସାରୀ ଏବଂ ମେଡ଼ିକାଲ କ୍ୟାମ୍ପ ମାନଙ୍କରେ ଚୁକ୍ତିଭିତିକ ଅନୁସାରେ ସମସ୍ତ ଖାଲିଥିବା

ଡ଼ାକ୍ତର ପଦବୀ ପାଇଁ ପୂରଣ କରିବା ପାଇଁ ଅବସରପ୍ରାପ୍ତ ଡ଼ାକ୍ତର କିମ୍ବା ଅସ୍ଥାୟୀ ଡ଼ାକ୍ତର ନିଯୁକ୍ତି କରାଯିବ । ସେଥିପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ତରଫରୁ ଏକ ନିର୍ଦ୍ଦେଶ ପ୍ରକାଶ ପାଇଛି । ଏଥିରେ ଡ଼ାକ୍ତର ନିଯୁକ୍ତି ପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ସହ ବୟସ ସୀମା ୭୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ରାଉଲକେଲାର ଆଇ.ଜି.ଏଚରେ ୧୫୦ ଡ଼ାକ୍ତର ପଦବୀରୁ ପ୍ରାୟ ୭୫ ଟି ପଦବୀ ଖାଲି ଥିଲା । ଏହି ନିର୍ଦ୍ଦେଶନାମା  ଫଳରେ ଏହା ତୁରନ୍ତ ପୂରଣ ହେବା ସହ ଆଇ.ଜି.ଏଚ କୁ ସୁପର ସ୍ପେସିଆଲିଟ ହସ୍ପିଟାଲରେ ଆଉ ଅସୁବିଧା ରହିବ ନାହିଁ । ପୂର୍ବରୁ ମଧ୍ୟ ସେଲ ବୋଡର଼୍“ତରଫରୁ ଆଇ.ଜି.ଏଚ. ସୁପର ସ୍ପେସିଆଲିଟ ହସ୍ପିଟାଲ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଏହି ନିର୍ଦ୍ଦେଶନାମା  ପ୍ରକାଶ ପାଇବା ପରେ ସ୍ଥାନୀୟ ଅଂଚଳମାନଙ୍କରେ ଖୁସିର ଲହରୀ ଖେଳି ଯାଇଛି । ସେଥିପାଇଁ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରୟାସ ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଙ୍କ ଆନ୍ତରିକତାକୁ ଭୁୟଂଶୀ ପ୍ରସଂଶା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ।

 

0
0
0
s2sdefault