ହେଡଲାଇନସ୍:

ରାଜନୀତି ପଶାପାଲି ରେ ନବୀନଙ୍କ ନବୀନ ଚାଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଚ୍ୟୁତଙ୍କୁ ମୟୁରଭଞ୍ଜ ବିଜେଡିର ଗୁରୁ ଦାୟିତ୍ୱ 

ଆଦିବାସୀଙ୍କ ପାଇଁ ସାଜିବେ  ବିଜେଡିର ବ୍ରାଣ୍ଡ ଆମ୍ବାସଡର 

05-06-18-achy-w.jpg - 113.65 kB

"୨୦୧୯ ନିର୍ବାଚନ ନିହାତି ଭାବେ ନବୀନଙ୍କ ପାଇଁ ଅଗ୍ନି ପରୀକ୍ଷା | ବିଜେପିର ସାମର୍ଥ୍ୟ ବୃଦ୍ଧି ନିଶ୍ଚିତ ଭାବେ ଶାସକ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିଛି | ଆଦିବାସୀ ବହୁଳ ଜିଲ୍ଲାରେ କଂଗ୍ରେସ ହାତରୁ ନବୀନ ବାବୁ ଛଡାଇ ଆଣିଥିବା ଆଦିବାସୀ ଭୋଟ ଅମାରରେ ହାତ ବୁଲାଇଲାଣି ବିଜେପି | ଆଉ ଧର୍ମେନ୍ଦ୍ରଙ୍କ ଗୋଟି ଚାଳନାରେ ମୈଦାନରେ ବି ଚକମା ଖାଇଛି ବିଜେଡି ଜ଼ିଲ୍ଲା ପରିଷଦ ନିର୍ବାଚନରେ | କାରଣ ଯାହା ବି ହୋଇଥାଉ ବିଜେପି ବିଜେଡି ପାଇଁ ଥ୍ରେଟ ଭାବରେ ଉଭା ହୋଇଛି ରାଜ୍ୟରେ | ଦଳ ପାଇଁ ଆଦିବାସୀ ଭୋଟ ଅପରିହାର୍ଯ୍ୟ | ନିର୍ଣ୍ଣାୟକ ଭୂମିକା ନେବେ ଆଦିବାସୀ କେତେକ ଜିଲ୍ଲାରେ | ଜିଲ୍ଲା ପରିଷଦ ନିର୍ବାଚନରେ ତ ଖସି ଯାଇଛି ଜିଲ୍ଲା, ହେଲେ ବିଧାନ ସଭା ନିର୍ବାଚନରେ ଖସି ନଯାଉ ବିଧାନସଭା ନିର୍ବାଚନ ମଣ୍ଡଳୀ | ସେପଟେ କଂଗ୍ରେସ ବି ତାର ଆଭିମୁଖ୍ୟ ରେ ପରିଣତ କରି ନିରଞ୍ଜନ ପତ୍ତନୟକଙ୍କୁ କରିଛି ସଭାପତି | ଆଉ ହଜେଇଥିବା ଆଦିବାସୀ ଭୋଟ ସାଉଣ୍ଟିବା ପାଇଁ କାର୍ଯ୍ୟକାରୀ ସଭାପତି କରିଛି ଟାଣୁଆ ଆଦିବାସୀ ନେତା ପ୍ରଦୀପ ମାଝୀଙ୍କୁ | ପ୍ରଚାର କମିଟି ଅଧ୍ୟକ୍ଷ କରିଛି ଆଦିବାସୀଙ୍କ ଉପରେ ଭଲ ହୋଲଡ଼ ଥିବା ଭକ୍ତ ଦାସକୁ | ତେଣୁ ଆଗକୁ ରାସ୍ତା ପୂର୍ବ ୪ଥର ପରି ଗୋଲାପର ଶେଜ ହୋଇ ନାହିଁ | ଜ଼ିଲ୍ଲା ପରିଷଦ ନିର୍ବାଚନ ପରି ନବୀନ ମ୍ୟାଜିକ କାମ କରି ନପାରେ | ବେଳ ଥାଉ ଥାଉ ବନ୍ଧ ନବାନ୍ଧିଲେ ଛତିଶଗଡ ମହାନଦୀ ଉପରେ ବନ୍ଧ ବାନ୍ଧି ପାଣି ଲୁଟି ନେଲା ପରି ମରିନେଇ ପାରନ୍ତି ପ୍ରଧାନେ, ଚାହିଁ ରହି ଥାଇ ପାରନ୍ତି ପଟନାୟକ | ଆଉ ଗଣିତ କରିବାକୁ ଚାଣକ୍ୟ ପ୍ୟାରୀମୋହନ ନାହାନ୍ତି ଯେ ସବୁ ନିନ୍ଦା ମୁଣ୍ଡେଇ ନବୀନ ବାବୁଙ୍କୁ ମୁକୁଟ ପିନ୍ଧାଇଦେବେ ! ଯଦିଓ ଦଳର ଅବସ୍ଥା ଏତେ ଖରାପ ହୋଇନି, ତଥାପି ସହଜ ବି ନୁହେ | ତେଣୁ ଆଦିବାସୀ ଭୋଟକୁ ଦଳ ସପକ୍ଷରେ ରଖିବା ପାଇଁ ନବୀନ ଖେଳିଛନ୍ତି ରାଜନୀତି ଶତରଂଜରେ ନୂଆ ଚାଲ ଆଉ ଉତାରିଛନ୍ତି ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାର ଆଦିବାସୀ ସମୁଦାୟ ଭିତରେ ଲୋକ ପ୍ରିୟ ଥିବା ଡ଼  ଅଚ୍ୟୁତ ସାମନ୍ତଙ୍କୁ | ଆଉ ନବୀନ ତାଙ୍କୁ ନିଯୁକ୍ତି ଦେଇଛନ୍ତି ଆଦିବାସୀ ବହୁଳ ମୟୁରଭଞ୍ଜ ଆଉ କନ୍ଧମାଳର ସହ ପର୍ଯ୍ୟବେକ୍ଷକ ଭାବେ |" 

ବାରିପଦା(ଦିଲ୍ଲୀପ କୁମାର ମହାନ୍ତି) ପରିବର୍ତ୍ତିତ ପରିସ୍ଥିତିରେ ବିଜେଡ଼ି ହାଇକମାଣ୍ଡ ତାଙ୍କର ମୟୂରଭଞ୍ଜ ଦୁର୍ଗର ସୁରକ୍ଷା ପ୍ରାଚୀରକୁ ସୁଦୃଢ଼ କରାଇବା ନିମନ୍ତେ ଏକ ଚକ୍ରବ୍ୟୁହ  ସୃଷ୍ଟି କରାଇବାର ଉଦ୍ୟମ ଚଳାଇଛନ୍ତି । ଏଥି ନିମନ୍ତେ ବିଜଦର ରାଜ୍ୟସଭା ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ମୁଣ୍ଡରେ ମୟୁରଭଞ୍ଜ ଦୁର୍ଗାରକ୍ଷାର ଗୁରୁ ଦାୟିତ୍ୱ ଦେଇଛନ୍ତି । ଜୁନ ୪ରେ ନବୀନ ନିବାସରୁ ସାଂସଦ ଡ଼ଃ.ସାମନ୍ତଙ୍କୁ ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ସହପର୍ଯ୍ୟବେକ୍ଷକ ନିଯୁକ୍ତିର ଘୋଷଣା ହେବା ପରେ ବାରିପଦା ସହରର ଷ୍ଟେସନ ଆଥଲେଟିକ ପଡ଼ିଆରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ଅଙ୍କର ଅସମାପ୍ତ ସୂତ୍ରର ସମାଧାନ ହୋଇଯାଇଛି । ଜାତୀୟ , ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ପରିଚୟ ପାଲଟିଥିବା ଡ଼ ସାମନ୍ତ   ରାଜନୀତିରେ ନୂଆ ପାଦ ଥାପିଥିଲେ ବି ଆଦିବାସୀଙ୍କ ପାଖରେ ତାଙ୍କ ପରିଚୟ ଅତ୍ୟନ୍ତ ନିବିଡ | ହଜାର ହଜାର ଆଦିବାସୀ  ଛାତ୍ର ଛାତ୍ରୀଙ୍କୁ  

ପ୍ରକୃତି କୋଳର ଅଶିକ୍ଷା, ଦାରିଦ୍ର୍ୟର ଅନ୍ଧାର  ଭିତରୁ କୋଳେଇ ଆଣି ସଭ୍ୟତାର ନୂତନ ଆଲୋକ ଦେଖାଇବା ଭଳି ଅତ୍ୟନ୍ତ ବିରଳ କାର୍ଯ୍ୟ କରିଥିବା ଡ଼ ସାମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବାହ୍ୟ ଶତ୍ରୁ ଆକ୍ରମଣରେ ଉଜୁଡି ଯାଇଥିବା ମୟୁରଭଞ୍ଜ ବିଜେଡି ଗଡର ପୁନରୁଦ୍ଧାର ଓ ମଜଭୁତିକରଣ  ପାଇଁ | ଆଉ ୨୦୧୪ ସ୍ଥିତିକୁ ବିଜେଡ଼ିକୁ ଫେରାଇ ନେବାକୁ ବିଜେଡି ସଭାପତି ଯେଉଁ ଗୁରୁ  ଦାୟିତ୍ୱ ଦେଇଛନ୍ତି ସେଥିରେ ଡ଼ ସାମନ୍ତ ନିଶ୍ଚିତ ସଂକଟମୋଚକ ପ୍ରମାଣିତ ହେବେ ଏଥିରେ ଦ୍ଵିଧା ନାହିଁ | 

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ଭାବେ ଜଣାଶୁଣା । ୨୦୧୧ ଜନଗଣନା ଆଧାରରେ ଜିଲ୍ଲାର ଜନସଂଖ୍ୟା ୨୫ ଲକ୍ଷ୧୯ ହଜାର ୭୩୮ ।  ଉକ୍ତ ଜନସଂଖ୍ୟା ମଧ୍ୟରୁ ସାନ୍ତାଳ, ହୋ, ଭୂମିଜ, ମୁଣ୍ଡାରୀ ଆଦି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ୧୪ଲକ୍ଷ ୭୯ହଜାର୫୭୬ । ଏମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜନଜାତିମାନଙ୍କ ସଂଖ୍ୟା ୧୪,୩୯,୦୦୨, ସହରାଂଚଳରେ ୪୦,୫୭୪ ଜଣ ବସବାସ କରିଆସୁଛନ୍ତି । ନିର୍ବାଚନରେ ବୁଥ ଗୁଡ଼ିକରେ ନିଯୁକ୍ତ ଦଳୀୟ ଏଜେଣ୍ଟଙ୍କ ଭୋଟର ଲିଷ୍ଟକୁ ତର୍ଜମା କଲେ ଭୋଟଦାନରୁ ବିରତ ରହୁଥିବା ଭୋଟରମାନଙ୍କ ମଧ୍ୟରେ ସାଧାରଣ ବର୍ଗର ଭୋଟରଙ୍କ ସଂଖ୍ୟା ଅନ୍ୟ ତୁଳନାରେ ସର୍ବାଧିକ । ତେଣୁ ଜିଲ୍ଲାରେ ଏହି ଆଦିବାସୀ ବର୍ଗର ଭୋଟରମାନେ ରାଜନୈତିକ ଦଳର ଭାଗ୍ୟ ନିର୍ଦ୍ଧାରଣ କରାଇଥାନ୍ତି ।  ଗତ ଜିଲ୍ଲାପରିଷଦ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ସଫଳତାର ହାର ନୈରାଶ୍ୟଜନକ ରହିଥିଲା । ଯାହାକୁ ନେଇ ଦଳର ହାଇକମାଣ୍ଡ ନବୀନ ଚିନ୍ତିତ ହୋଇପଡ଼ିଥିଲେ । ତେଣୁ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣଙ୍କୁ  ବିଜେଡି ସପକ୍ଷରେ ଫେରାଇ ଆଣିବା  ଓ ଆଦିବାସୀଙ୍କ ଆସ୍ଥା ଜିଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟସଭା ସାଂସଦ ଡ଼ଃ ସାମନ୍ତଙ୍କୁ  ବିଜେଡିର ମୟୂରଭଞ୍ଜ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇ ଜିଲ୍ଲାର ମଙ୍ଗକୁ ଧରାଇ ଦେଇଛନ୍ତି । 

 ଡ଼ଃ ସାମନ୍ତଙ୍କ କିସ ବିଶ୍ୱ ବିଦ୍ୟାଳୟ ପୃଥିବୀର ସର୍ବ ପ୍ରଥମ ଆଦିବାସୀ ବିଶ୍ୱ ବିଦ୍ୟାଳୟ । ଏଠାରେ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୨ ହଜାର ଛାତ୍ରଛାତ୍ରୀ ପାଶ କରିସାରିଛନ୍ତି । ଏହା ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ୨ ହଜାର ଆଦିବାସୀ ଛାତ୍ରଛାତ୍ରୀ ଦେୟମୁକ୍ତ ଭାବେ ପାଶ କରି ସାରିଥିବା ବେଳେ ୧୮ ଶହ ବିଭିନ୍ନ ନାମୀଦାମୀ କମ୍ପାନୀରେ ମୋଟା ଅଙ୍କ ଦରମାରେ ଚାକିରୀ କରୁଛନ୍ତି । ଏହି ସମସ୍ତ ପିଲାମାନଙ୍କୁ ଡ଼ଃ ସାମନ୍ତ ନିଜସ୍ୱ ଅର୍ଥରେ ବିଶ୍ୱର ବିଭିନ୍ନ ଦେଶ ବୁଲାଇଥାନ୍ତି । ପୁଣି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିକାଶ ଶିକ୍ଷା ଦ୍ୱାରା ସମ୍ଭବ ହୋଇପାରିବ । ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ ଡ଼ଃ ସାମନ୍ତ ବାରିପଦା ସହରଠାରୁ ଅଳ୍ପ କିଛି ବ୍ୟବଧାନରେ କିସର ଦ୍ୱିତୀୟ କ୍ୟାମ୍ପସ ଖୋଲିବାକୁ ଯାଉଥିବା ବେଳେ ତାଙ୍କର ବୈଦ୍ୟୁତିକ ଗଣମାଧ୍ୟମରେ ଦୈନିକ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ କରାଇବାକୁ ଯାଉଛନ୍ତି । ଏହି ସମସ୍ତ କାରଣରୁ ଡ଼ଃସାମନ୍ତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛନ୍ତି ।

  ଗତ ମଇ ପହିଲା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ ଜନ୍ମ ବାର୍ଷିକ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ଃ ଅଚ୍ୟୁତ  ସାମନ୍ତ ଯୋଗ ଦେବାପରେ ଜିଲ୍ଲାରେ ଏକ ରାଜନୈତିକ ସମୀକରଣ ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ତାଙ୍କର ମୟୂରଭଞ୍ଜ ଜିଲ୍ଲାରେ ସହପର୍ଯ୍ୟବେକ୍ଷକ ନିଯୁକ୍ତି ଜିଲ୍ଲାରେ ରାଜନୈତିକ ଛବିକୁ ସ୍ପଷ୍ଟ କରାଇ ଦେଇଛି । ତେବେ ବିଜେଡିର ହାଇକମାଣ୍ଡ ନବୀନଙ୍କ ଚାଣକ୍ୟ କୁଟନୀତି ଦଳ ପାଇଁ କେତେଦୂର ସଫଳତା ଆଣିଦେଇ ପାରିବ ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ । 

 

0
0
0
s2sdefault