ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସ ବିହନ ମରିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-06-18-bjd-w.jpg - 94.90 kB
ବିଜେଡିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ପୋରେଟର୍‍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସର ବିହନ ମରିଗଲା | ଗତ  ମହାନଗର ନିର୍ବାଚନରେ ଦୁଇଟି ଆସନ କଂଗ୍ରେସକୁ ମିଳିଥିବା ବେଳେ ଆଜି ପରିଷଦ କଂଗ୍ରେସ ଶୁନ୍ୟ ହୋଇଛି | ନିର୍ବାଚନର ଯଇଛି ଦିନ ପରେ ୫୨ ନଂ ୱାର୍ଡ କର୍ପୋରେଟର  ଶ୍ରୀଧର ବେହେରା ବିଜେଡିରେ ଯୋଗ ଦେଇଥିବା ବେଳେ ଆଉ ବାକିଥିବା ଦଳର ଟାଣୁଆ ଯୁବନେତା ତଥା ପୂର୍ବତନ କର୍ପୋଟରର ପ୍ରତାପ ରାଉତରା ତାଙ୍କ କର୍ପୋରେଟର ପତ୍ନୀ ଜ୍ୟୋତ୍ସ୍ନା ରାଉତରା ନ୍କ ସହ ବିଜେଡିରେ ହୋଗୀ ଦେଇଛନ୍ତି |
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଭୁବନେଶ୍ୱର ମହାନଗର ନିଗମ ଅଧୀନ ୧୯ନଂ ୱାର୍ଡର କଂଗ୍ରେସ କର୍ପୋରେଟର୍‍ ଜ୍ୟୋତ୍ସ୍ନାରାଣୀ ରାଉତରାୟ, ୬୫ ନଂ ୱାର୍ଡର ବିଜେପି କର୍ପୋରେଟର୍‍ ଜ୍ୟୋତ୍ସ୍ନାମୟୀ ଜେନା, ପୂର୍ବତନ କର୍ପୋରେଟର୍‍ ପ୍ରତାପ କୁମାର ରାଉତରାୟଙ୍କ ସହ ଏକ ହଜାରରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଭୁବନେଶ୍ୱର ମହାନଗର ନିଗମର ୨ କର୍ପୋରେଟର୍‍ଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହାଫଳରେ ଦଳ ଆହୁରି ମଜଭୁତ ହୋଇପାରିବ ।
ଉଭୟ କର୍ପୋରେଟର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ ଓ ସ୍ୱଚ୍ଛ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ଆମେ ବିଜେଡିରେ ଯୋଗଦେଲୁ । ଆଗାମୀ ଦିନରେ ଓଡ଼ିଶାକୁ ଏକ ନମ୍ବରରେ ପରିଣତ କରିବା ପାଇଁ ଆମେ ସମର୍ପିତ ଭାବେ କାର୍ଯ୍ୟ କରିବୁ ବୋଲି କହିଥିଲେ । ସମାଜସେବୀ ବିଚିତ୍ରାନନ୍ଦ ଖୁଣ୍ଟିଆ, ଅଭିକ୍ଷା ଟ୍ରଷ୍ଟ ଅଧ୍ୟକ୍ଷା ମାନସୀ ଶତପଥୀ, ଛାତ୍ର ନେତା ରାଜେଶ ରାଉତରାୟ, ରିଙ୍କୁ ରାଉତରାୟଙ୍କ ସମେତ ବହୁ ସଂଗଠନର ସଭାପତି ଓ ସଂପାଦକ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ  ଏହି ମିଶ୍ରଣ ପର୍ବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲ୍‍ା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଡେପୁଟି ମେୟର କେ. ଶାନ୍ତି, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଭୁବନେଶ୍ୱର ଜୋନ୍‍ ଛାତ୍ର ବିଜେଡି ସଭାପତି ଅଜିତ ବେହେରାଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault