ହେଡଲାଇନସ୍:

ମାହାଙ୍ଗାରେ ବିଜେପି ନେତାଙ୍କ ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦ : ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ଯୁବମୋର୍ଚ୍ଚାର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଟକ ଜିଲ୍ଲା ମାହାଙ୍ଗାରେ ବରିଷ୍ଠ ବଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ ଥାନା ସମ୍ମୁଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

 ଗଜପତି ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ଫାୟାର ଷ୍ଟେସନ ଛକ ଠାରୁ ବହୁ ଯୁବମୋର୍ଚ୍ଚା ନେତା ଓ କର୍ମୀ ସମାବେଶ ହୋଇ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିରୋଧୀ ବିଭିନ୍ନ ନାରା ଦେଇ ଆଦର୍ଶ ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଫଟୋଚିତ୍ର ପୋଡ଼ିଥିଲେ ।

 ଏହି ଅବସରରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ବେହେରା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ , ବିଜେଡିର ପ୍ରମୁଖ ନେତୃବୃନ୍ଦଙ୍କ ପ୍ରରୋଚନା ଓ କୁସଡ଼ଯନ୍ତ୍ରରେ ମାହାଙ୍ଗା ଅଞ୍ଚଳରେ  କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହା ଅତ୍ୟନ୍ତ ଘୁନ୍ୟ ଓ ନିନ୍ଦନୀୟ । ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ହତ୍ୟା ଭଳି ଘୁନ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଶାସକ ଦଳ ପଛାଉନାହିଁ ।  ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯିବାକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଦୃଢ଼ ଦାବି କରୁଛି ।

   ଅନ୍ୟପକ୍ଷରେ ବିଜେଡ଼ି ସରକାର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଠିକ ଢଙ୍ଗରେ ପରିଚାଳନା କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦେଶ ସଂଭିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହୁଥିବା ବିଜେଡି ସରକାର , ବର୍ତ୍ତମାନ ହିଂସାକୁ ପ୍ରଶୟ ଦେବାସହ ରାଜନୈତିକ ହତ୍ୟାଭଳି ଘୁନ୍ୟକାର୍ଯ୍ୟକୁ ମଧ୍ୟ ପ୍ରଶୟ ଦେବାରେ ପଛାଉ ନାହାନ୍ତି । ପ୍ରତିହିଂସା ପରାୟଣ ସାଜିଥିବା  ଶାସକ ବିଜେଡିର କେତେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ଦମାନମୂଳ କାର୍ଯ୍ୟକୁ ବିଜେପି ଯୁବମୋର୍ଚ୍ଚା ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛି ।

  ଅନ୍ୟପକ୍ଷରେ  ମାହାଙ୍ଗା ହତ୍ୟା ଘଟଣାରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କ ନାମରେ ସମ୍ପୃକ୍ତି ଥିବା ଥାନାରେ ଏତଲା ଦିଆଯାଇଛି । ତାଙ୍କ ଇଙ୍ଗିତରେ ହିଁ ଏଭଳି ଘଟଣା ଘଟିଛି ।  ତେଣୁ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ତୁରନ୍ତ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ  ତୁରନ୍ତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି: ଯୁବମୋର୍ଚ୍ଚା ଦାବି କରୁଛି , ଏହାହିଁ ଆଜିର ବିକ୍ଷୋଭ ପ୍ରଦର୍ଶନର ମୁଖ୍ୟ ଉଦ୍ଦେଶ ବୋଲି ଯୁବମୋର୍ଚ୍ଚା ସଭାପତି ଶ୍ରୀ ବେହେରା କହିଛନ୍ତି ।

  ଅନ୍ୟମାନଙ୍କ ମଧ୍ୟରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କୁମାର ସାବତ , ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ , ଜଗନ୍ନାଥ ମହାପାତ୍ର , ପ୍ରଶାନ୍ତ ପାଳ , ଗୌରାଙ୍ଗ ଗୌଡ଼ ,  ରାମକୃଷ୍ଣ ପାଇକ , ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଓ ଅନ୍ୟ ନେତୃବୃନ୍ଦ ଓ କର୍ମୀମାନେ ଯୋଗ ଦେଇଥିଲେ ।

  ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଡ଼ିଏସପି ରାମକୃଷ୍ଣ ପାଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ତଥା ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତିରେ ବହୁ ସଂଖ୍ୟାରେ ପୋଲିସ ମୃତୟନ ଥିଲେ ।

0
0
0
s2sdefault