ହେଡଲାଇନସ୍:

ବିଜେଡି କର୍ମୀଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): କଟକ ଜିଲ୍ଲାର ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ପୁରୁଣା କର୍ମୀ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ମର୍ଡର ଘଟଣା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଜେପି ଏହି ଘଟଣା ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସଂଶ୍ଳିଷ୍ଟ ଥିବା ଅଭିଯୋଗ କରୁଛି। ତେଣୁ ପ୍ରତାପ ଜେନାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫଦାରୀ ଦାବି ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିଛି। 

ଆଜି ଯୁବମୋର୍ଚ୍ଚାର ସଦସ୍ୟମାନେ ସରକାର ପ୍ରତାପ ଜେନାଙ୍କୁ ବହିଷ୍କାର କରନ୍ତୁ ନଚେତ ନିଜେ ଶ୍ରୀ ଜେନା ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଟାଉନଥାନାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରୀ ଜେନାଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ବିଜେପି ଅଭିଯୋଗ କରୁଛି ଯେ କୁଳମଣି ଧରୁଆ ଆବାସ ଯୋଜନା ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଛି। 

ଆଜି ଏହି ବିକ୍ଷୋଭ ସ୍ଥଳରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଝାରସୁଗୁଡା ଜିଲ୍ଲା ସଭାପତି ବଲୱିନ୍ଦର ସିଂହ, ଉପ-ସଭାପତି ପୁରୁଷୋତ୍ତମ ଥିରାନି, ବିଜେପି ଝାରସୁଗୁଡା ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ, ସତ୍ୟନାରାୟଣ ବହିଦାର, ପ୍ରେମ ସେନ ରାୟ, ମନୋଜ କଲେତ, ହେମରାଜ ସିଂହ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault