ହେଡଲାଇନସ୍:

"ଓଡ଼ିଶା ସରକାର କୌଣସି ପ୍ରକାର ରାଜନୈତିକ ହିଂସାକୁ ବରଦାସ୍ତ କରନ୍ତି ନାହିଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା ଘଟଣାରେ ଯିଏ ବି ଦୋଷୀ ହୋଇଥାଉ ସେ ନିଶ୍ଚିତ ଦଣ୍ଡ ପାଇବ : ବିଜେଡି

ଭୁବନେଶ୍ୱର (ଶାସକ ପ୍ରଶାସକ): “ରାଜନୈତିକ ହିଂସା ପ୍ରତି ଓଡ଼ିଶା ସରକାରଙ୍କର ଶୁନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ମନୋଭାବ ରହିଛି।  କୌଣସି ପ୍ରକାର ରାଜନୈତିକ ହିଂସାକୁ ରାଜ୍ୟ ସରକାର ବରଦାସ୍ତ କରନ୍ତି ନାହିଁ | ଅନ୍ୟ ରାଜ୍ୟରେ ଶାସନ କରୁଥିବା ଦଳଗୁଡିକ ବ୍ୟାପକ ରାଜନୈତିକ ହିଂସାରେ ମାତି ଥିବାରୁ ସେମାନେ ଓଡିଶା ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।

ଶ୍ରୀ ସାହୁ କହିଛନ୍ତି ଯେ ଏନ୍‍ସିଆରବିର ‘କ୍ରାଇମ ଇନ୍‍ ଇଣ୍ଡିଆ ୨୦୧୯’ ରିପୋର୍ଟ ଅନୁଯାୟୀ ସେହିବର୍ଷ ଓଡିଶାରେ ଗୋଟିଏ ହେଲେ ରାଜନୈତକ ହିଂସା ଘଟିନାହିଁ । ୨୦୧୯ରେ ପଶ୍ଚିମବଙ୍ଗରେ ୧୨ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଥିବାବେଳେ ବିହାରରେ ୬ଟି ଏବଂ ଝାଡଖଣ୍ଡ, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି କରି ରାଜନୈତିକ ହତ୍ୟାକାଣ୍ଡ ଘଟିଯାଇଛି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳର ସରକାର ଶାସନ କରୁଛନ୍ତି  । ମାହାଙ୍ଗାରେ ଦୁଇ ଜଣଙ୍କ ହତ୍ୟା ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ଏବଂ ଅପରାଧିଙ୍କୁ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ଏସ୍‍.ପି ବି.ଯୁଗଳକିଶୋର କହିସାରିଛନ୍ତି ।  ଏହି ହତ୍ୟାକାଣ୍ଡ ପଛର ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତକୁ ଅପେକ୍ଷା କରାଯାଉଛି । ବିଜେଡି କୌଣସି ପ୍ରକାର ରାଜନୈତିକ ହିଂସାକାଣ୍ଡକୁ ପ୍ରଶୟ ଦିଏ ନାହିଁ ଏବଂ ମାହାଙ୍ଗା ଘଟଣାରେ ମଧ୍ୟ ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି । 

 

 

0
0
0
s2sdefault