ହେଡଲାଇନସ୍:

ଦୁର୍ନୀତି ବିରୁଦ୍ଧରେ ଏବଂ ଗରୀବଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତୋଳନ କଲେ ମଣିଷ ମାରୁଛି ବିଜେଡି : ସମୀର ମହାନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ  ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ରାଜନୀତିରେ ହିଂସାକାଣ୍ଡ ଆଦୈା ଗ୍ରହଣୀୟ ନୁହେଁ । ଅସାମାଜିକ ନେତୃତ୍ୱ କାରଣରୁ ଶାନ୍ତ ଅଂଚଳ ଭାବେ ପରିଚିତ ମାହାଙ୍ଗାରେ ଆଜି ରାଜନୈତିକ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ବରିଷ୍ଠ  ବିଜେପି ନେତା ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ସଂଘବଦ୍ଧ ଭାବେ ଅକ୍ରମଣ କରାଯାଇ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ଦୁର୍ନୀତି ଏବଂ ଗରୀବଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱତ ଉତୋଳନ କଲେ ହିଂସା ପରାୟଣ ହୋଇ ଶାସକ ବିଜେଡି ମଣିଷ ମାରୁଛି । ସ୍ୱର୍ଗତଃ ବରାଳଙ୍କ ହତ୍ୟା କାରଣରୁ ସ୍ଥାନୀୟ ଅଂଚଳରେ ଯେଉଁ ଭାବେ ଜନ ଅସନ୍ତୋଷ ପ୍ରକାଶ ପାଇଛି, ତାହା ସ୍ୱଭାବିକ । ଦିନରାତି ଏକା କରି ସ୍ୱର୍ଗତଃ ବରାଳ ସ୍ଥାନୀୟ ଗରୀବ, ଅବହେଳିତ, ବଂଚିତ ଲୋକମାନଙ୍କ ପାଇଁ ସେବା କାର୍ଯ୍ୟ କରୁଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରୁଥିଲେ । ରାଜନୈତିକ ଆକ୍ରୋଶମୁଳକ ଭାବେ ତାଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧ ଲଢେଇରେ ଜୀବନ ହରାଇଥିବା ୨ ଅମୁଲ୍ୟ ଜୀବନର ବଳିଦାନ କେବେହେଲେ ବ୍ୟର୍ଥ ଯିବନାହିଁ । ସ୍ୱର୍ଗତଃ ବରାଳଙ୍କ ଦୁର୍ନୀତି ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବ ବିଜେପି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି । ଆସନ୍ତା କାଲି ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ଥାନା ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବୀ କରାଯାଇ ବିକ୍ଷୋଭ ହେବା ସହ କୁଶ ପୁତଳିକା ଦାହ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢେଇ କରି ଜୀବନ ହରାଇଥିବା ସ୍ୱର୍ଗତଃ ବରାଳଙ୍କ ଅଧୁରା ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଭାରତୀୟ ଜନତା ପାର୍ଟୀ ଏହି ଲଢେଇ ଜାରି ରଖିବ । ସ୍ଥନୀୟ ପୋଲିସ ଓ ଏସପିଙ୍କୁ ସାକ୍ଷାତ କରି ଏଫଆଇଆର ଆଧାରରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ । ଏଫଆଇଆରରେ ୧୩ ଜଣଙ୍କ ନାମ ଅଛି ଏବଂ ଏହି ତାଲିକାରେ ସ୍ଥାନୀୟ ବିଧାୟକ ତଥା ଶାସକ ଦଳର ବରିଷ୍ଠ  ଓ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ଉଲ୍ଲେଖ ଅଛି । ତେଣୁ ମନ୍ତ୍ରୀ ଶ୍ରୀ ଜେନା ତୁରନ୍ତ ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ । ସ୍ୱର୍ଗତଃ ବରାଳ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ପାଇଁ ବହୁଥର ପୋଲିସ ପ୍ରଶାସନକୁ ନିବେଦନ କରିଥିଲେ । ମାତ୍ର ପୋଲିସ ପ୍ରଶାସନ ସୁରକ୍ଷା ଯୋଗାଇ ଦେବା ପରିବର୍ତେ ବାରମ୍ବାର ବେଖାତିର ମନୋଭାବ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ଶ୍ରୀ କୁଳମଣି ବରାଳଙ୍କୁ ହତ୍ୟା କରିଥିବାର ଅଭିଯୋଗ ଶୁଣିବାକୁ ପାଇଲୁ । ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଜିଲ୍ଲା ଏସପିଙ୍କୁ କହିଛନ୍ତି । 

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ସମେତ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ  ନେତା ନୟନ ମହାନ୍ତି, ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ୍, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ଦିଲୀପ ମଲ୍ଲିକ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ବିଧାନସଭା ପ୍ରାର୍ଥୀ ଓ ନେତୃବୃନ୍ଦଗଣ ଉପସ୍ଥିତ ରହି ସ୍ୱର୍ଗତଃ ବରାଳଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇ ଶେଷଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

0
0
0
s2sdefault