ହେଡଲାଇନସ୍:

ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିମାନ ବନ୍ଦର ଥୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: ଆଗକୁ ଅଛି ପିପିଲି ଉପନିର୍ବାଚନ । ସେଥିପାଇଁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ପୁରୀବାସୀଙ୍କୁ ଏକ ଆଗୁଆ ନିର୍ବାଚନୀ ଥୋପ ବୋଲି କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ମୁଖପତ୍ର  ବିଶ୍ୱନାଥ ଦାଶ । 

ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ତଥା ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିବା ଏକ ବ୍ୟବସ୍ଥିତ ରାଜନୈତିକ ପଦକ୍ଷେପ ।  ଯେଉଁଭଳି ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମାଳୟ କରିବା ପାଇଁ ଚିଠି ଲେଖାଯାଇଥିଲା । ପରେ କାର୍ଯ୍ୟ ଭାର କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ନେଇ କାମ ଆରମ୍ଭ କରିଥିବା ସ୍ଥଳେ ଯେଉଁଭଳି ଚଞ୍ଚକତା କରି  ରାଜ୍ୟ ସରକାର ଉକ୍ତ ଜମିକୁ ବେଆଇନ ଭାବେ ବିକ୍ରୀ କଲେ । ଠିକ ସେହିପରି ଦୋମୁହାଁ ନୀତି ଆପଣେଇବା ଗନ୍ଧ ଏ ସରକାରୀ ଚିଠିରୁ ବାରି ହେଉଛି । ତେଣୁ ଏହା ପିପିଲି ଉପନିର୍ବାଚନ ପାଇଁ ଏକ ସୁଚିନ୍ତିତ ଯୋଜନା କେବଳ ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ବିଶ୍ୱନାଥ। 

ସୂଚନା ଥାଉକି,  ପିପିଲି ବିଧାୟକଙ୍କ ଅକାଳ ବିୟୋଗ ପରେ ଏବେ ସେଠାରେ ବିଧାୟକ ପଦ ପାଇଁ ଅନେକ ଆଶାୟୀ ମୁଣ୍ଡ ଟେକିଲେଣି । ବିଜେପି ନେତା ସମ୍ବିତ ପାତ୍ର ଅନେକ ଦିନରୁ ଲୋକ ସମ୍ପର୍କ ଆଳରେ ଦଳୀୟ  ପ୍ରଚାର ଆରମ୍ଭ କରିସାରିଥିବା ବେଳେ ନୂଆ ବର୍ଷ ଉପଲକ୍ଷେ  ଆଶାୟୀଙ୍କ ପୋଷ୍ଟର ୱାର ଚର୍ଚ୍ଚାର ଖୋରାଖ ଯୋଗାଇଛି । ଅନ୍ୟ ପଟେ ନୂଆ ବର୍ଷରେ ପୁରୀବାସୀଙ୍କୁ ନବୀନଙ୍କ ବିମାନ ବନ୍ଦର ଭେଟିରୁ  ସ୍ପଷ୍ଟ ଅନୁମେୟ କି ଖୁବ ଶିଘ୍ର ଉପନିର୍ବାଚନ ହୋଇପାରେ ।

0
0
0
s2sdefault