ହେଡଲାଇନସ୍:

ମୂଖ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ମାମଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଞ୍ଚକତା ଅଭିଯୋଗ:  ଥାନାରେ ମାମଲା ରୁଜୁ କଲେ ଝାରସୁଗୁଡ଼ା ବିଜେପି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଚଞ୍ଚକତା କରି ବିଜୁ ପକ୍କା ଘର ଯୋଜନାରେ ପରିଣତ କରିବା ଅଭିଯୋଗରେ ଆଜି ଝାରସୁଗୁଡ଼ା ବିଜେପି ଲଖନପୁର ଥାନାରେ ଏକ ମାମଲା ରୁଜୁ କରିଛି। ଏହାଦ୍ବାରା ରାଜ୍ୟ ସରକାର ରାଜ୍ୟବାସୀଙ୍କ ପ୍ରତି ଧୋକାବାଜି କରୁଛନ୍ତି ଏବଂ ତାଙ୍କ ନାମରେ ଭାରତୀୟ ପିଙ୍ଗଳ ଧାରା ୪୨୦ ଅନୁଯାୟୀ କେସ୍ ଦାୟର କରାଯାଉ ବୋଲି ବିଜେପି ଲଖନପୁର ଥାନାରେ ଦେଇଥିବା ଦାବୀପତ୍ରରେ ଉଲ୍ଲେଖ କରିଛି। 

ବିଜେପିର ଅଭିଯୋଗ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତା ୨୦୨୨ ମସିହା ସୁଦ୍ଧା ଦେଶର ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ଯୋଜନା କରିଛନ୍ତି। ଏଥିପାଇଁ ଏହାକୁ ମିଶନ ଭାବରେ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଦ୍ବାରା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଳରେ ଘର ଯୋଗାଇ ଦିଆଯାଉଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାକୁ  ହଡ଼ପ କରି ନିଆଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଆବାସମାନଙ୍କରେ ଥିବା ଫଳକରେ ଛୋଟ ଛୋଟ ଆକାରରେ ପ୍ର.ଆ.ଯୋ. (ଗ୍ରାମୀଣ) ଲେଖି ବିଜୁବାବୁଙ୍କ ବଡ଼ବଡ଼ ଫଟୋ ଥିବା ଷ୍ଟିକର ଲଗାଇ ସେଥିରେ ବିଜୁ ପକ୍କାଘର ଯୋଜନା ଲେଖାଯାଉଛି। ଏପରିକି ୧୦ ରୁ ୧୨ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ଇନ୍ଦିରା ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରେ ମଧ୍ୟ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ଲଗା ଯାଉଛି। ଏହା ସହିତ ବିଜେପି ଏହା ମଧ୍ୟ ଆରୋପ କରୁଛି ଯେ ୧୦୮ ଆମ୍ବୁଲାନ୍ସ ସେବା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବା ବେଳେ ତାକୁ ମଧ୍ୟ ରାଜ୍ୟ ସରକାର ହଡ଼ପ କରି ନେଇଥିଲେ। ବିଜେଡି ଦଳୀୟ କର୍ମୀ ମୂଖ୍ୟମନ୍ତ୍ରୀଙ୍କ ସ୍ବାକ୍ଷର ଥିବା ଏକ ପତ୍ର ବାଣ୍ଟୁଛନ୍ତି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ସବୁ ପକ୍କା ଘର ନବୀନ ପଟ୍ଟନାୟକ ସରକାର ଦେଇଛନ୍ତି। 

ବିଜେପି ଲେଖିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାରଙ୍କ କୌଣସି ଯୋଜନାକୁ ରାଜ୍ୟ ସରକାର ବଦଳାଇ ପାରିବେ ନାହିଁ ବା ଏ ବାବଦକୁ ଆସୁଥିବା ଅର୍ଥକୁ ଅନ୍ୟ କୌଣସି କାର୍ଯ୍ୟରେ ଲଗାଇ ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାରଙ୍କ ଯୋଜନାର ଷ୍ଟିକର ମାରି ନିଜର ଯୋଜନା କରିବା ସଂପୂର୍ଣ୍ଣ ବେଆଇନ, ପ୍ରବଞ୍ଚନା, ଠକାମୀ ଓ ବିଭ୍ରାନ୍ତିକର ବୋଲି ଅଭିଯୋଗ କରି ମୂଖ୍ୟମନ୍ତ୍ରୀଙ୍କ ନାମରେ ଭାରତୀୟ ପିଙ୍ଗଳ ଧାରା ୪୨୦ ଅନୁଯାୟୀ ଏକ ମାମଲା ରୁଜୁ କରିବା ପାଇଁ ଥାନାଧୀକାରୀଙ୍କ ଦାବୀ କରାଯାଇଛି। 

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ, ସୁଦାମ କୁମାର ପ୍ରଧାନ, ବିଶ୍ବଜିତ ମହାନ୍ତି, ଗୋବିନ୍ଦ ମେହେର, କେଶବ ନାୟକ, ରଘୁନନ୍ଦନ ପଣ୍ଡା, ଚକାନନ୍ଦ ସା, ପ୍ରମୋଦ ସେନାପତି, ବିଶ୍ବଜିତ ଷଡ଼ଙ୍ଗୀ, ଖିତିଭୂଷଣ ପ୍ରଧାନ, ରାଜକୁମାର ସାହୁ, ଟଙ୍କଧର ପ୍ରଧାନ, ସୁରେନ୍ଦ୍ର ଖମାରୀ, ନୀଳାଞ୍ଚଳ ସା,ନିରାକାର ଧୁରୁଆ, ରାଜେଶ ସାହୁ ପ୍ରଭୃତି ଉପସ୍ଥିତ ଥିଲେ।

0
0
0
s2sdefault