ହେଡଲାଇନସ୍:

ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

01-06-18-bjd.jpg - 72.32 kB

ଭୁବନେଶ୍ୱର,ମାନସୀ ମିଶ୍ର : ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜୁ ମହିଳା ଜନତା ଦଳ ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜମହଲ ଛକରେ ଏକତ୍ରିତ ହୋଇ ସବ୍‍ସିଡି ଯୁକ୍ତ ଓ ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‍ ଦେଇ ପ୍ରତିବାଦ ଜଣାଇଥିଲେ । ରାଜମହଲ ଛକରୁ ମହିଳା ବିଜେଡିର ରାଲି ମାଷ୍ଟର କ୍ୟାଣ୍ଟିନ୍‍ ଅଭିମୁଖେ ଯାଇ ସେଠାରେ ପହଞ୍ଚôବା ପରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା । ଦଳୀୟ ମହିଳା ସଦସ୍ୟାମାନେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ୍‍ ଦରବୃଦ୍ଧିର ନିନ୍ଦା କରି କହିଥିଲେ ଯେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟ ପ୍ରଥମେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବୃଦ୍ଧି କଲା । ପୁଣି ଏହାର ଦର କମାଇବାକୁ ଯାଇ ଉଭୟ ପେଟ୍ରୋଲ ଓ ଡିଜେଲ୍‍ ଲିଟର ପିଛା ବୁଧବାର ମାତ୍ର ୧ ପଇସା କମାଇଲା, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ଦରରେ ଜନସାଧାରଣ ସନ୍ତୁଳି ହେଉଥିବା ବେଳେ ଏବେ କେନ୍ଦ୍ର ସରକାର ହାଣ୍ଡିଶାଳକୁ ଆକ୍ରମଣ କରିଛନ୍ତି । ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ୪୮ ଟଙ୍କା ଓ ସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ୨ଟଙ୍କା ୩୪ ପଇସା ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ପଦକ୍ଷେପ । ବିଜେପି ନେତୃତ୍ୱରେ ଗଠିତ କେନ୍ଦ୍ର ସରକାର ଏ ଦେଶର ମହିଳାମାନଙ୍କ ପାଇଁ ରନ୍ଧନ ଗ୍ୟାସ୍‍ କ୍ଷେତ୍ରରେ ସୁବିଧା ଦେବାକୁ ଯାଇ ‘ଉଜ୍ଜ୍ୱଳା ଯୋଜନା’ କରିବା ପରେ ସବ୍‍ସିଡି ଯୁକ୍ତ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବଢ଼ାଇବା ଦ୍ୱାରା ଯୋଜନାର ହିତାଧିକାରୀଙ୍କୁ ଉପହାସ କରିଛି । ଏବେ ସେମାନେ ରନ୍ଧନ ଗ୍ୟାସ୍‍ ପାଇଁ ହନ୍ତସନ୍ତ ହେବେ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ସମସ୍ୟା, ବିଶେଷତଃ ମହିଳାମାନଙ୍କ ରୋଷେଇ ସମସ୍ୟାକୁ ବୁଝିବା ପରିବର୍ତ୍ତେ ପ୍ରଥମେ ଲଗାତାର ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି କରି ଚାଲିବା ପରେ ଏବେ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ରୋଷେଇ ଘରକୁ ଲାତ ମାରିଛନ୍ତି । ରନ୍ଧନ ଗ୍ୟାସ୍‍ ଦରବୃଦ୍ଧିକୁ ଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗକୁ ଏହାର ପ୍ରତିବାଦରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଆଜି ରାଲିରେ ଉପସ୍ଥିତ ମହିଳା ବିଜେଡିର ସଦସ୍ୟମାନେ କହିଛନ୍ତି । ଏହି ଶୋଭାଯାତ୍ରାରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ, ସଂଯୁକ୍ତା ମହଲ, ସୁନନ୍ଦା ଶତପଥୀ, ମହାମାୟା ସ୍ୱାଇଁ, ପ୍ରୀତିନନ୍ଦା ରାଉତରାୟ, ଦଳର ମୁଖପାତ୍ର ସୁଲୋଚନା ଦାସ, ମେୟର ଅନନ୍ତ ନାରାୟଣ ଜେନା, ସାଧାରଣ ସଂପାଦକ ସରଳା ସ୍ୱାଇଁ, ଡେପୁଟି ମେୟର କେ. ଶାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ସଂଯୁକ୍ତା ମହାନ୍ତି, କର୍ପୋରେଟର୍‍ ମାନସୀ ସୁନ୍ଦରାୟ, ଝୁନୁବାଳା ଦେଇ, ବାସନ୍ତୀ ସିଂହ, ପ୍ରଣତି ନାୟକ, ମମତା ସାହୁ, ବିନୟିନୀ ଜେନା, ବନ୍ଦନା ସାହୁ, ରାଜଲକ୍ଷ୍ମୀ ନାୟକ, ପୁଷ୍ପାଞ୍ଜଳି ସେଠୀ, ସୁସ୍ମିତା ଦାସ, ଭାନୁପ୍ରିୟା ଦାସ, ଗାୟତ୍ରୀ ଲେଙ୍କା, ରଞ୍ଜୁଲତା ରାୟ, ପୁଷ୍ପା ଦାସ, ମୋନାଲିସା ସାହୁଙ୍କ ସମେତ ଶତାଧିକ ମହିଳା କର୍ମୀ, ଗୃହିଣୀ, ମହିଳା ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

0
0
0
s2sdefault