ହେଡଲାଇନସ୍:

ଆରେ ରଣା, ବୁଲି ବୁଲି ସେଇ ଅଗଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଳମ୍ବରେ ହେଜି  ନୀରବ ଧର୍ମେନ୍ଦ୍ର ମୁହଁ ଖୋଲିଲେ, କହିଲେ ରମଣଙ୍କ ମନ୍ତବ୍ୟ ନିନ୍ଦନୀୟ

 

01-06-18-dharmendra-w.jpg - 21.85 kB
ଭୁବନେଶ୍ୱର/Manasi Misra  : ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା କରାଯିବ ନାହିଁ  | ମହାନଦୀ ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଦେଇଥିବା ମନ୍ତବ୍ୟକୁ ଭୁଲ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  | ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ବିରୋଧରେ କେବେ ବି ପଦୁଟିଏ କହିନଥିବା ବା ଛତିଶଗଡର ବେଆଇନ କାମ ଉପରେ  ଆଜି ଆଜି  ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ନିରବ ଥିବା ଧର୍ମେଦ୍ର ବାବୁ ନୀରବତା ଭାଙ୍ଗିଛନ୍ତି  ଆଉ ରମଣଙ୍କ ବିବୃତିକୁ ନାପସନ୍ଦ କରିଛନ୍ତି | ମହାନଦୀ ପ୍ରସଙ୍ଗରେ ଛତିଶଗଡକୁ ନିରବ ସମର୍ଥନ ଦେଇ ଦଳ ପୁରା ଅପଦସ୍ତ ହେଉଥିବା ବେଳେ ଏଭଳି ମନ୍ତବ୍ୟ ଦେଇ ଦଳକୁ ଫ୍ରଣ୍ଟ ଫୁଟ କୁ ଆଣିବାକୁ ଚେଷ୍ଟା କରିଛନ୍ତି ଧର୍ମେନ୍ଦ୍ର |
ଓଡିଶା ବାସୀଙ୍କ ଭାବପ୍ରବଣତା ସହ ଯୋଡି ହୋଇଥିବା ମହାନଦୀକୁ ନେଇ ଆଂଦୋଳନ ତୀବ୍ର ରୂପ ଧାରଣା କରୁଥିବା ଓ ଲୋକଙ୍କ ମନରେ ବାସ୍ତବିକ କ୍ଷୋଭ ବୃଢ଼ହି ପାଉଥିବା ବେଳେ ବିଜେଡି ଆଉ କଂଗ୍ରେସ ଆନ୍ଦୋଳନ ଜୋରଦ୍ଵାର କଲେଣି | ତେଣୁ ପଛରେ ପଡ଼ିଯାଇଥିବା ବିଜେପି   ବୋଧ ହୁଏ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଔଦ୍ଧତପୂର୍ଣ୍ଣ ଢ଼ଙ୍ଗରେ ମହାନଦୀ ପାଣି ବ୍ୟବହାର କରିବାରେ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ ବୋଲି କହିବା ପରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦନୀୟ ବୋଲି  ଧର୍ମେନ୍ଦ୍ର କହିବା ମହାନଦୀ ରାଜନୀତିକୁ ଭିନ୍ନ ମୋଡ ଦେଇ ପରେ । ଏହି ମନ୍ତବ୍ୟ ପରେ ବିଜେପିର ମହାନଦୀ ଆଭିମୁଖ୍ୟ ନୂଆ ମୋଡ ନେଇପାରେ | ମନେ ପକାଇ  ଦିଆଯାଇ ପରେ ଯେ  ରାଜୟ ବିଜେପି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେବଳ ଆକ୍ରମଣ କରି ଆସିଥିଲା | ଛତିଶଗଡ ସମ୍ପର୍କରେ ପଦେ ବି କହିଁନଥଲା | ଏପରିକି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାନଦୀ ମାମଲାରେ ଛତିଶଗଡ଼କୁ ପଦେ ନକହି  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ `| ଯେତେବେଳେ ବିଜେପି ଅନୁଭବ କଲା ଯେ ନେଡ଼ିଗୁଡ଼ କହୁଣିକୁ ବୋହି ଯାଉଛି, ତେଣୁ ଏବେ ଧର୍ମେଦ୍ର ବାଧ୍ୟ ହୋଇ ଛତିଶଗଡ଼ ଭୁଲ କରିଛି ବୋଲି କହିଛନ୍ତି ରମଣ ସିଂଙ୍କ ମତବ୍ୟର କିଛି ତିନିଦିନ ପରେ । ଏହା ପଛରେ ଜାତୀୟ ସ୍ତରରେ ବିଜେପିକୁ ମିଳିଥିବା ଝଟକା ଆଉ ଏକ କାରଣ ହୋଇଥାଇପାରେ |

0
0
0
s2sdefault