ହେଡଲାଇନସ୍:

 "ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ ସରକାର ଧୁତରାଷ୍ଟ୍ର "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

01-06-18-BAUD.jpg - 74.04 kB

କଣ୍ଟାମାଳରେ ଭାଜପା ମହିଳା ସୁରକ୍ଷାର ବିରାଟ ସାଧାରଣ ସଭା

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ରାଜ୍ୟରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବ୍ୟଭିଚାର ବୃଦ୍ଧି ପାଉଥିବା ବେଳେ ମହିଳା ମାନଙ୍କ ସୁରକ୍ଷା ବିପନ୍ନ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ବାଳିକା ନାବାଳିକା ପ୍ରତି ବଳାକ୍ରାର,ବ୍ୟଭିଚାର,ଗଣଦୁଷ୍କର୍ମ ,ଯୌନନିର୍ଯ୍ୟାତନା ଓ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନର ସରକାର ଧୃତରାଷ୍ଟ୍ର ସାଜିଥିବା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପିର baristha ନେତ୍ରୀ ଶ୍ରୀମତି ସୁରମା ପାଢୀ ଗୁରୁବାର ମହିଳା ସୁରକ୍ଷା ଯାତ୍ରା ରେ ଆସି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ବ୍ଲକ ଛକ ଠାରେ ଆୟୋଜିତ ବିରାଟ ମହିଳା ସୁରକ୍ଷା ସମାବେଶ ରେ ଯୋଗଦେଇ ବିଜେଡି ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ । 

ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ନମିତାରାଣୀ ଦାସଙ୍କ ସବାପତିତ୍ୱରେଅନୁଷ୍ଠିତ  ସାଧାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା କର୍ଣ୍ଣ,ଯାଗ୍ୟେନଶ୍ୱରୀ  ବାରିକ,ପଦ୍ମାଳୟା ପ୍ରଧାନ,ଭୂବନେଶ୍ୱରୀ ସାହୁ,ସୁବାସିନୀ ପୃଷ୍ଟି,ଜିଲ୍ଲା ସଂଯୋଜକ ବିଜୟଲକ୍ଷ୍ମୀ ଆଦି ଯୋଗଦେଇ ବିଜେଡିର ୧୮ବର୍ଷ ଶାସନରେ ଗାଁ କୁ କାମ ମାଆ କୁ ସମ୍ମାନ ଭଳି ଫମ୍ପା ସ୍ଲୋଗାନ ଦେଉଥିବା ବିଜେଡି ସରକାର ଅମଳରେ ନାରୀ  ମାନଙ୍କ ସୁରକ୍ଷା ବିପନ୍ନ ହୋଇପଡିଥିବା ବେଳେ ପୋଲିସ ବିଜେଡିର ହାତବାରିସୀ ସାଜି ଦୁର୍ନିତି, ବ୍ୟଭିଚାର,ଭ୍ରଷ୍ଟାଚାରକୁ ପୋ୍ରତ୍ସାହନ ଦେଉଥିବାରୁ ଛବିରାଣୀ,ବିଳାସିନୀ,ଅଞ୍ଜନା,ଅର୍ଚ୍ଚନା,ଇତିଶ୍ରୀ,ବବିନା,ମାଧବୀ,କୁନ୍ଦୁଲି ଆଦି ଗଣବଳାକ୍ରାର ଓ ନାରୀନିର୍ଯ୍ୟାତନା ଭଳି ଘଟଣା ଦିନକୁ ଦିନ ବଢି ଚାଲିଥିବା ନେଇ ବକ୍ତାମାନେ କହିଥିଲେ  । ଅପରପକ୍ଷରେ କେନ୍ଦ୍ରରେ ବାଜପେୟୀ ଓ ମୋଦି ସରକାର ସମୟରେ ମହିଳାମାନଙ୍କ ପାଇଁ ବାଳିକା ସମୃଦ୍ଧି ଯୋଜନା,ମାତୃମଙ୍ଗଳ ଯୋଜନା,ବେଟି ବଚାଓ ବେଟି ପଢାଓ ସହ ବିଭିନ୍ନ ଜନହୀତକର ଯୋଜନା ସଂପର୍କରେ କହିଥିଲେ । ବିଜେପି ର ସୁଭଦ୍ରା ନାଏକ ସଭାକାର୍ଯ୍ୟ  ସଂଯୋଜନା କରିଥିଲେ । ଆଜି  ସକାଳୁ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀଙ୍କ ନେତୃତ୍ୱରେ ପଡୋଶୀ  କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଏକ ମହିଳା ସୁରକ୍ଷା ଶୋଭାଯାତ୍ରା ରେ ବାହାରି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସକାଳ ୧୦ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ସୀମାନ୍ତ ଖୁଣ୍ଟିଗୋରା ଠାରେ ପହଞ୍ଚି ବାପରେ  ସେଠାରେ କଣ୍ଟାମାଳ ବିଜେପି ପକ୍ଷରୁ  ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା  । ପରେ ଏକ ବିରାଟ ପଟୁଆରରେ ମହିଳା ସୁରକ୍ଷା ଶୋଭାଯାତ୍ରା ଖୁଣ୍ଟିଗୋରାରୁ ବାହାରି ଆମ୍ବଗାଁ , ଘଣ୍ଟାପଡା ଆଦି ସ୍ଥାନରେ ପଥପ୍ରାନ୍ତ ସଭା ରେ ଜନସାଧାରଣଙ୍କୁ ଉବୋଧନ ଦେଇ କଣ୍ଟାମାଳରେ ଆୟୋଜିତ ସାଧାରଣ ସଭାକୁ ପହଞ୍ଚିଥିଲେ ।  ପରେ ପଲସାଗୋରା,ଖଟଖଟିଆ,ମନମୁଣ୍ଡା ଓ ଦହ୍ୟା ରେ ପଥପ୍ରାନ୍ତ ସଭା ଅନୁଷ୍ଠିତ  ହୋଇଥିଲା । ସମାବେଶରେ  ବରିଷ୍ଠ ବରିଷ୍ଠ  ନେତା କହ୍ନେଇ ଚରଣ ଡାଙ୍ଗ,ବିଜେପି ମହିଳା ସୁରକ୍ଷା ଯାତ୍ରାର ଜିଲ୍ଲା ସଂଯୋଜକ ସୁଧାଂଶୁ ଡାଙ୍ଗ,ରାଜ୍ୟ ଯୁବ ମୋର୍ଚ୍ଚା ସଭ୍ୟ ଦିପକ ବାରିକ,ବିଭିନ୍ନ ମଣ୍ଡଳ ର ସଭାପତିଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ । 

0
0
0
s2sdefault