ହେଡଲାଇନସ୍:

ସ୍ୱାଭିମାନ କଥା ବାହାନା : ଅରୁଣଙ୍କୁ ବଦ୍ନାମ କରିବା ଥିଲା ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଅରୁଣଙ୍କ ବିରୋଧରେ ଥିଲା ଯୋଜନାବଦ୍ଧ ଷଡଯନ୍ତ୍ର : ଧୀରେ ଧୀରେ ଖୋଲୁଛି ରାଜ 

01-06-18-arun.jpg - 70.25 kB

ବାରିପଦା(ଗିରିଜା ଦାଶ )- ଉତ୍ତର ଓଡ଼ିଶା ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ ଅରୁଣ ସାହୁଙ୍କ ବିରୋଧରେ ମଇ ୨୯ ମଙ୍ଗଳବାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟିଂକୁ ନେଇ ମୟୂରଭଞ୍ଜ ଜିଲ୍ଲା ରାଜନୀତି ସରଗରମ ହୋଇପଡ଼ିଛି । ଏହି ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ପଛାଇ ନାହାନ୍ତି କଂଗ୍ରେସ ଓ ବିଜେପି । ଆଉ ସେମାନଙ୍କ ସହ ପରୋକ୍ଷରେ  ହାତ ମିଶାଇଛନ୍ତି ବିଜେଡିର କିଛି ଅସନ୍ତୁଷ୍ଟ ନେତା |  ବୁଧବାର କଂଗ୍ରେସ ଓ ବିଜେପି ପକ୍ଷରୁ ଅଲଗା ଅଲଗା ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡ଼ିକୁ ଘେରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଦେଇଛି । ସୋସିଆଲ ମିଡ଼ିଆରେ ବିଜେଡ଼ିର ନେତାମାନଙ୍କୁ ସମାଲୋଚନା ଆରମ୍ଭ ହୋଇସାରିଛି । ହେଲେ ଏହା ବିଜେଡି ଭିତରର ଅନ୍ତର୍ଦ୍ବନ୍ଦ୍ବ ବୋଲି ମଧ୍ୟ କେତେକ ଆଲୋଚନା କରୁଛନ୍ତି | ଆଉ ନିଜ ଦଳର ଖଳ ପ୍ରକୃତିର ଲୋକଙ୍କ ଦ୍ୱାରା ତୁଷାର ପ୍ରଭାବିତ ହୋଇ ଫେସବୁକ ରେ ଏପରି ବୟାନ ଦେଇ ପରେ ଏକ ନିର୍ଦ୍ଦିଷ୍ଟ ଘରୋଇ ଚାନେଲ ବୁମ ଆଗରେ ତା ଚାନେଲ କୁ ସୁହାଇବା ଭଳି ବକ୍ତବ୍ୟ ଦେଇ ତୁଷାର କେଇ ଘଣ୍ଟା ପାଇଁ ହିରୋ ହେବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ସେ ଭ୍ରମ ତୁଟାଇବା ପରେ ସେ ବୁଝି ଯାଇଥିଲେ ଯେ ସେ ଗୋଟାଏ ମସ୍ତବଡ ବ୍ଳଣ୍ଡର କରି ଦେଇଛନ୍ତି | ଆଉ ତାପରେ ସିଧା ଭୁବନେଶ୍ୱର ଆସି ତାଳି ପକାଇବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ, ଏପରିକି ନବୀନ ନିବାସ ପର୍ଯ୍ୟ୍ତ ଯାଇ ନିରାଶ ହୋଇଥିବା ଏବେ ଚର୍ଚ୍ଚା ହେଉଛି | 

ହଁ....ଏହା ସତ୍ୟ ଯେ ତୁଷାରଙ୍କ ଅଭିଯୋଗରେ ଯଦି କିଛି ସତ୍ୟତା ଥାଏ ତେବେ ଏହା ନିହାତି ଗର୍ହିତ | ମାନି ନେବାକୁ ପଡିବ ଅରୁଣ ଗର୍ହିତ ଅପରାଧ କରିଛନ୍ତି | ଜଣେ ଛାତ୍ରନେତା ନିସ୍ଵାର୍ଥପର ଭାବେ ବିଶ୍ୱବିଦ୍ୟାଳୟର ସମୂହ ସ୍ୱାର୍ଥ ବା ମୟୁରଭଞ୍ଜ ଜିଲ୍ଲାର ସ୍ୱାର୍ଥ ପାଇଁ ବିଜେଡି ନେତା ଅରୁଣ ସାହୁଙ୍କୁ ଭେଟିବାକୁ ଯାଇଥିଲେ | ତୁଷାରଙ୍କ କହିବା ଅନୁଯାୟୀ ସେ ବିଶ୍ୱବିଦ୍ୟାଳୟ କଥା କହିଲେ, ଆଉ ତାହା ନଶୁଣି ତାଙ୍କୁ ଅରୁଣ ଖରାପ ବ୍ୟବହାର କଲେ | ସିଧାସଳଖ ବସଉଠ କରାଇଲେ | ହେଲେ ତୁଷାର ଏହାର ପ୍ରତିବାଦ କଲେନି କାହିଁକି ? ସେ ତ ପ୍ରାଥମିକ ଶ୍ରେଣୀ ଛାତ୍ର ନୁହନ୍ତି !  ସେ ତୂରନ୍ତ ଅରୁଣଙ୍କୁ ଦିପଦ ଶୁଣାଇ ଦେଇ ସେଠାରୁ ଚାଲିଆସିଥାନ୍ତେ ! ଯଦି ସେ ସ୍ୱାଭିମାନୀ ଆଉ ଯେଉଁ ସ୍ୱାଭିମାନର ଦ୍ୱାହି ଦେଇ  ସେ ଫେସବୁକରେ  ମନ୍ତବ୍ୟ ଦେଲେ ଓ  ବୈଜୟନ୍ତ ପଣ୍ଡାଙ୍କ ଚାନେଲକୁ ବାଇଟ ଦେଲେ...ସେଇ ସ୍ୱାଭିମାନ ଦେଖାଇ ଅରୁଣଙ୍କୁ ମୁହଁରେ ଜବାବ ଦେଇ ଆସି ଯାଇଥାନ୍ତେ ! ଯେଉଁ ଛାତ୍ର ନେତା  ଦଳ ଛାଡିବାକୁ ନିଷ୍ପତ୍ତି ନେଇ ପାରୁଛି, ସେ ଅରୁଣ ବସଉଠ ହେବାକୁ କହିବାରୁ ବସଉଠ ହେଲେ କେମିତି ? ପୁଣି ଅରୁଣ ୫୦ କହିଥିବା ଜାଗାରେ ୭୦ ହେଲେ କେମିତି !!! ତେଣୁ ସେତେବେଳେ ସ୍ୱାଭିମାନ କୁଆଡେ ଗଲା ? ଆଉ ଗୋଟେ କଥା, ସେଠାରେ ଉପସ୍ଥିତ ଥିଲେ ଜିଲ୍ଲାର ବହୁ ବିଜେଡି ନେତା | ତୁଷାରଙ୍କ ଫେସବୁକ ପୋଷ୍ଟ ଅନୁସାରେ ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଦେବାଶିଷ ମାରାଣ୍ଡିଙ୍କ ସମେତ ବହୁ ନେତା | ସେମାନେ କଣ ସ୍ୱାଭିମାନ ହୀନ ଥିଲେ ? ଯଦି ଜିଲ୍ଲାର ଜଣେ ଛାତ୍ର ନେତା  ବସଉଠ ହେଲେ ଅରୁଣ ବାବୁ ଅପମାନିତ କଲେ, ସେମାନେ ଜିଲ୍ଲାର ସ୍ୱାଭିମାନ ମାଟିରେ ଲୋଟାଉଥିବା ବେଳେ ଚୁପ ରହିଲେ କେମିତି ? ଅତି କମରେ ତୁଷାରଙ୍କୁ ଡକାଇ ଥିବା ଜିତେନ୍ଦ୍ର ମହାନ୍ତି (ନଛି) ତ ସେଠି ଉପସ୍ଥିତ ଥିଲେ, ସେ ଅତି କମରେ ତୁଷାରଙ୍କ ପାଇଁ ପଦେ କହିଥାନ୍ତେ  ! ହୁଏତ ସେମାନଙ୍କ ସ୍ୱାଭିମାନ ନାହିଁ, ଜିଲ୍ଲାର ଛାତ୍ର ନେତା ଅପମାନିତ ହେଉଥିବା ବେଳେ ସେମାନେ ନିରବ ରହିଲେ କେମିତି ? ଏଇଥିରୁ ଦୁଇଟି କଥା ଆସୁଛି ଯେ ତୁଷାର ଅସତ୍ୟ କହୁଛନ୍ତି ନଚେତ  ଘଟଣା ସମୟରେ ଉପସ୍ଥିତ ଥିବା ନେତା ମାନଙ୍କ ସ୍ୱାଭିମାନ ନାହିଁ !!! ଘଟଣା ବେଳେ ଉପସ୍ଥିତ ଥିବା ନେତା ମାନେ ମୁହଁ ଖୋଲି ନକହିବା ପର୍ଯ୍ୟନ୍ତ ସତ କଣ ଜଣାପଡିବନି | ଅନ୍ୟପକ୍ଷରେ ଘଟଣା ପରେ ତୁଷାର ତ ଗାଏବ, ହେଲେ ଦେବାଶିଷ ମାରାଣ୍ଡି, ଜିତେନ୍ଦ୍ର ମହାନ୍ତିଙ୍କୁ ଫୋନ କଲେ ସେମାନଙ୍କ ଫୋନ ଲାଗୁନି | ହେଲେ ଦେବାଶିଷ ମହାନ୍ତିଙ୍କୁ ଫୋନ  କରିବାରୁ " ସେମିତି କିଛି ହୋଇନି " ବୋଲି କହିଛନ୍ତି | ବିରୋଧୀ ଦଳ ଏହାକୁ ନେଇ ପ୍ରସଙ୍ଗ କରୁଥିବା ବେଳେ ହେଲେ ଏ ନେତା ମାନଙ୍କ ନୀରବତା ଦଳକୁ ବଦ୍ନାମ କଲା  | ତେଣୁ ଏମାନଙ୍କ ନୀରବତା ପଛରେ ଦଳର ଅନ୍ୟ କୌଣସି ପ୍ରଭାବଶାଳୀ ଗୋଷ୍ଠୀର ଚାପ ନାହିଁ ତ ! 

ଜଣେ ବିଜେଡି ନେତାଙ୍କ କହିବା ଅନୁଯାୟୀ ମୟୁରଭଞ୍ଜରେ ବିଜେଡି ୪ ଫାଳ | ଦଳେ ରାଜାଙ୍କର , ଦଳେ ସୁଦାମଙ୍କର, ଦଳେ ସଂସଦ ସରୋଜିନୀ ହେମ୍ବ୍ରମଙ୍କ ପଛରେ ତା ଆଉ ଗୋଟିଏ  ଗୋଷ୍ଠୀ  ଉପବାଚସ୍ପତି ସନନ୍ଦ ମାରାଣ୍ଡିଙ୍କ ପଛରେ | ଅରୁଣ  ସାହୁ ଦାଇତ୍ୱ ନେବା ପରେ ପଂଚାୟତ ନିର୍ବାଚନରେ ବିଗିଡି ଯାଇଥିବା ସ୍ଥିତିରେ କିଛିଟା ଆଖିଦୃଶିଆ ପରିବର୍ତ୍ତନ ହୋଇଛି | ହେଲେ ଘଟଣା କ୍ରମରେ ବାରିପଦା ବିଜେଡିର ଗୋଟିଏ ଗୋଷ୍ଠୀ ଅରୁଣଙ୍କ ଉପରେ ଅସନ୍ତୁଷ୍ଟ ହେବାରେ ଲାଗିଲେ, କାଳେ ଅରୁଣଙ୍କ କାରଣରୁ ସେମାନଙ୍କ ଅସ୍ତିତ୍ବ ସଂକଟରେ ନପଡିଯାଉ | ଆଉ ସେମାନଙ୍କୁ ଇନ୍ଧନ ଯୋଗାଇଲେ ଭୁବନେଶ୍ୱରର ଯୁବନେତା | ସବୁଠାରୁ ବଡ଼କଥା ହେଲା ଅନ୍ୟଦଳର କିଛି ନେତାଙ୍କୁ ବିଜେଡିରେ ମିଶାଇବା | ଆଉ ନବୀନ ନିବାସରେ ଅରୁଣ ସାହୁଙ୍କ ସ୍କିମ ଅନୁଯାଇ ହେଲା ମୟୁରଭଞ୍ଜ  ମହାମିଶ୍ରଣ | ଆଉ ଏହି ଘଟଣା ଘଟିଲା ତା ଦିନେ ପରେ | ଏହା କାକତାଳୀୟ  ଭଳି ଲାଗୁଥାଇ ପାରେ ହେଲେ, ଏହା ପଛରେ ଯେ ବିଜେଡି ଭିତରର ଗୋଟାଏ ବଡଧରଣର ଷଡଯନ୍ତ୍ର ନଥିବ ବୋଲି କହି ହେବନି | ଗତ କିଛି ବର୍ଷ ଧରି ଚାଲିଥିବା ମଯୁରଭଞ୍ଜ ବିଜେଡିର ବିଭାଜିତ ରାଜନୀତିକୁ ସଜାଡୁ ସଜାଡୁ ପର୍ଯ୍ୟବେକ୍ଷକ ଅରୁଣ ଆକ୍ରୋଶର ଶିକାର ହୋଇ ଥିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆ ଯାଇ ପାରିବନି | କାରଣ ଏନଓୟୁର ଛାତ୍ର ସଂସଦ ସଭାପତି ବିଜେଡ଼ି ସମର୍ଥନରେ ସଭାପତି ଭାବେ ନିର୍ବାଚନରେ ଜିତିଥିଲେ । ଏପରିକି ଅରୁଣ ସାହୁଙ୍କ ସହ ସେ ଅନେକ ବାର ଆଗରୁ ଅନେକବାର ମିଶିଛନ୍ତି  ଓ ଛାତ୍ର ସଂଗଠନର ରାଜ୍ୟ  ଦାୟିତ୍ୱରେ ଥିବା ଯୋଗୁ ଅରୁଣଙ୍କ ସହ ତାଙ୍କର ଅନେକବାର ସାକ୍ଷାତ ହୋଇଛି | ଅନେକ ସମୟରେ ଥଟ୍ଟାମଜା ହେବା  ଆମେ ଦେଖିଛୁ ବୋଲି କହିଛନ୍ତି ଜଣେ ବିଜେଡି ନେତା | ତାଙ୍କ ବିଶ୍ବବିଦ୍ୟାଳୟକୁ ଅତିଥି କରି ବି ନେଇଛନ୍ତି ତୁଷାର |  ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଅନେକ ସମୟରେ ସକ୍ରିୟ ଭାବେ ଯୋଗ ଦେଇଆସୁଥିବାର ଦେଖିବାକୁ ମିଳିଥିଲା । ହେଲେ ଏବେ ଏମିତି କଣ ପାନରୁ ଚୁନା ଖସିଗଲା ଯେ ତୁଷାର ତାଙ୍କ ବିରୋଧରେ ସୋସିଆଲ ମେଡିଆରେ ପୋଷ୍ଟ କଲେ ? ଯଦି ସେମିତି କିଛି ଘଟିଥିଲା ତେବେ ଜିଲ୍ଲାର ଅନ୍ୟ ନେତାଙ୍କୁ ଏ ବିଷୟରେ ଜଣାଇ କିଛି ପ୍ରତିକାର କରିଥାଇପାରିଥାନ୍ତେ ! ଦଳର ନେତାଙ୍କ ନିକଟରେ ଅରୁଣ କରିଥିଲା ଅସଦାଚରଣ(!) ବିଷୟରେ ଅବଗତ କରାଯାଇପାରିଥାନ୍ତା ! ହେଲେ ଦଳର ଜଣେ ପୁରୁଣା  ଛାତ୍ରନେତା  ହୋଇ ଦଳକୁ ବଦ୍ନାମ କରିବା ପାଇଁ ସୋସିଆଲ ମେଡିଆକୁ କେମିତି ଚାଲିଗଲେ ? -  

ଦଳର ନେତାଙ୍କୁ ନଜଣାଇ ସମୟରେ ମଇ ୨୯ ମଙ୍ଗଳବାର ଅପରାହ୍ନ ୧.୧୬ ମିନିଟରେ ତୁଷାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କରିଥିବା ପୋଷ୍ଟିଂ ଅନୁସାରେ " ଆଜି ସକାଳୁ ବିଜୁ ଜନତାଦଳର ଯୁବ ସଭାପତି ତଥା ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି ବିଶ୍ୱବିଦ୍ୟାଳୟର ସମସ୍ତ ସ୍ୱୟଂ ବିତ୍ତୀୟ(ସେଲ୍ଫ ଫାଇନାନ୍ସ)  ବିଭାଗଗୁଡ଼ିକୁ ନିୟମିତ କରାଇବା ନିମନ୍ତେ ଏକ ଜରୁରୀ ବୈଠକ ବାରିପଦା ସର୍କିଟ ହାଉସକୁ ଡ଼କାଇଥିଲେ । ଏହି ସମୟରେ ସେଠାରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବିଜେଡ଼ିର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମାର୍ଣ୍ଡି ଓ ଦେବାଶିଷ ମହାନ୍ତି ଓ ପର୍ଯ୍ୟବେକ୍ଷକ ଡ଼ଃ ସାହୁ ଉପସ୍ଥିତ ରହିଥିବା ସମୟରେ ତୁଷାର ନାୟକ ଓ ପୂର୍ବତନ ଛାତ୍ର ସଂସଦ ସଭାପତି ଦୁର୍ଯ୍ୟୋଧନ ବାବୁ ବି  ପହଁଞ୍ଚି ବିଶ୍ୱବିଦ୍ୟାଳୟର ସମସ୍ୟା , ସୁବିଧାଅସୁବିଧା ସମ୍ପର୍କରେ ପର୍ଯ୍ୟବେକ୍ଷକ ପୂର୍ବତନମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ଅବଗତ କରାଇଥିଲୁ । ମାତ୍ର ଡ଼ଃ. ସାହୁ କୌଣସି କଥା ନଶୁଣି ତୁଷାର ନାୟକଙ୍କୁ ଭତ୍ସନା କରିବା ସଂଗେସଂଗେ ଦୁର୍ବ୍ୟବାହାର ପ୍ରଦର୍ଶନ କରିଥିବା କାରଣରୁ ବିଜୁ ଜନତାଦଳକୁ ପରିତ୍ୟାଗ କରିବାର ନିଷ୍ପତ୍ତି ନେବେ ବୋଲି ଭାବୁଛନ୍ତି ବୋଲି ପୋଷ୍ଟିଂ କରିଥିଲେ । ଏହାପରେ ସେହି ଅପରାହ୍ନ ୧.୫୬ ମିନିଟରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ା ଅରୁଣ ସାହୁ ଆଜି ସକାଳୁ ଖରାପ ବ୍ୟବହାର କରିବା ହେତୁ ବିଜୁ ଜନତାଦଳକୁ ଛାଡ଼ିବି ଭାବୁଛି ଓ ଅପରାହ୍ନ ୨.୨୪ ମିନିଟରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମ୍ମାନ ପାଇଁ ଯଦି ଜୀବନ ବି ଦେବାକୁ ପଡ଼ିବ ତେବେ ମଧ୍ୟ ପଛେଇବି ନାହିଁ ବୋଲି ୩ଟି ପୋଷ୍ଟି କରିଥିବାର ଦେଖିବାକୁ ମିଳିଥିଲା । ଏହାପରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ତୁଷାରକୁ ସାକ୍ଷାତ କରି ତାଙ୍କର ପ୍ରତିକ୍ରିୟା ନେଉଥିବା ବେଳେ ମୋତେ ୫୦ ଥର ଉଠାବସା ହେବାକୁ କହିଥିଲେ ମଧ୍ୟ ଶେଷରେ ୭୦ଥର ଉଠାବସା କରାଇଥିଲେ ବୋଲି ତୁଷାର ପ୍ରକାଶ କରିଥିଲେ । ଏଥି ସହିତ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ଚର୍ଚ୍ଚା  ପରିସରକୁ ଆସିଯାଇଥିଲା । 

ପ୍ରକାଶ ଥାଉକି, ତୁଷାର ବିଜୁ ଜନତାଦଳ ସମର୍ଥନରେ ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିବା ସମୟରେ ଅଳ୍ପ ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ବାର୍ଷିକ ଉତ୍ସବରେ ତୁଷାର ଡ଼ଃ ସାହୁଙ୍କୁ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ କରାଇଥିଲେ । ତେବେ ହଠାତ୍ ତୁଷାରଙ୍କ ଏହି ଫେସବୁକ ପୋଷ୍ଟିଂ ସମସ୍ତ ଅଙ୍କକୁ ଅଡ଼ୁଆ ମଧ୍ୟକୁ ଟାଣି ନେଇଗଲା । ଏହାକୁ କେହିକେହି ଦଳୀୟ  ଗୋଷ୍ଠୀ କନ୍ଦଳ ବୋଲି ମତ ଦେଉଛନ୍ତି । ଏ ବିଷୟରେ ଡ଼ଃ. ଅରୁଣ ସାହୁ ଦେଇଥିବା ସୂଚନା ଅନୁସାରେ ତୁଷାର ତାଙ୍କର ଜଣେ ସମର୍ଥକ ଅଟନ୍ତି ଏବଂ ତାଙ୍କୁ ନିଜର ସାନ ଭାଇ ଭଳି । ସେ ଛାତ୍ର ନେତା ମାନଙ୍କ ସହ ଫ୍ରେନ୍ଡଲି ମିଶନ୍ତି |  ବିଭିନ୍ନ ସମୟରେ ତୁଷାର ନିଜର ଭଲମନ୍ଦ ସମ୍ପର୍କରେ ଡ଼ଃ ସାହୁଙ୍କୁ ଅବଗତ କରାଇଆସୁଥିଲେ । ଏହିଭଳି ପରିସ୍ଥିତିରେ  ତୁଷାର ଗତ ମଙ୍ଗଳବାର ସାକ୍ଷାତ କରି ବିଶ୍ୱବିଦ୍ୟାଳୟର ସମସ୍ୟାକୁ ନେଇ ଆଲୋଚନା କରିବା ସହ ଦାବି ପୁରଣ ନହେଲେ ଆନ୍ଦୋଳନ କରିବେ ବୋଲି କହିଥିଲେ | ଅରୁଣ ବାବୁ ତାଙ୍କୁ କହିଲେ  ଛାତ୍ର ଆନ୍ଦୋଳନ କରିବାକୁ ହେଲେ ପ୍ରଥମେ ନିଜର ଶରୀରକୁ ଫିଟ ରଖିବାକୁ ହେବ । ସେଥି ନିମନ୍ତେ ତୁଷାରକୁ ଯୋଗ ଓ ବ୍ୟାୟମ କରିବାକୁ ପରାମର୍ଶ ଦେଇଥିଲେ  । ଆଗ ଫିଟ ହୁଅ ତାପରେ ଆନ୍ଦୋଳନ କରିବ ବୋଲି କହିଥିଲେ | ଶ୍ରୀ ସାହୁ କହିଥିଲେ ଯେ  ତୁଷାର ଛୋଟ ପିଲା ନୁହେଁ ଯେ, ତାଙ୍କ କହିବା ଅନୁସାରେ ଉଠବସ ହୋଇଥିଲେ । ତେବେ କାହିଁକି ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଲେ ତାହାକୁ ଅନୁଧ୍ୟାନ କରୁଛନ୍ତି ବୋଲି ଅରୁଣ କହିଥିଲେ | 

ଏହି ପ୍ରସଙ୍ଗ ଉପରେ ତୁଷାରଙ୍କ ପ୍ରତିକ୍ରିୟା କଣ ରହିଛି ସେଥି ନିମନ୍ତେ ତାଙ୍କୁ ସାକ୍ଷାତ କରିବା ନିମନ୍ତେ ସମସ୍ତ ପ୍ରଚେଷ୍ଟା ବିଫଳ ହେବାରୁ ତୁଷାର ବ୍ୟବହାର କରୁଥିବା ସେଲ ନମ୍ବର ୯୦୪୦୩୬୪୬୬୫ରେ ବାରମ୍ବାର ଯୋଗାଯୋଗର ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ଏବେ ସେ ନମ୍ବର କଲ ଡାଇଭର୍ଟ ହୋଇଯାଇଛି | ଯାହା ଶୁଣିବାକୁ ମିଳୁଛି ସେ ନେତାଙ୍କ ସରଣରେ |  ଜଣେ ନେତାଙ୍କ କହିବା ଅନୁଯାୟୀ ତୁଷାର ସେହିଦିନ ହିଁ ଭୁବନେଶ୍ୱର ଚାଲିଆସିଥିଲେ |  ସୋସିଆଲ ମିଡ଼ିଆ ପୋଷ୍ଟିଂ ଅନୁସାରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କୁ ତାଙ୍କର ସେଲ ନଂ ୯୮୬୧୧୩୨୦୮୨ ସେ ଫୋନ ଉଠାଇ ନଥିଲେ   ଓ  କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତିଙ୍କୁ ସେଲନଂ ୯୪୩୮୦୩୧୯୭୦ରେ ସମ୍ପର୍କ ସ୍ଥାପନ ନିମନ୍ତେ ବାରମ୍ବାର ଉଦ୍ୟମ କରାଯାଇଥିଲେ ସେ ଫୋନ  ଉଠାଇ ସେମିତି କିଛି ଜମା ହୋଇନି ବୋଲି କହିଛନ୍ତି ।  ସେହିପରି ଦେବାଶିଷ ମାର୍ଣ୍ଡିଙ୍କୁ ସେଲ ନଂ ୯୪୩୭୮୭୩୧୩୨ରେ ଯୋଗାଯୋଗ କରିବାରୁ " ମୁ ରାଇରଙ୍ଗପୁର ରେ ଏକ ମିଟିଙ୍ଗ ଭିତରେ ଅଛି, ସନ୍ଧ୍ୟାବେଳେ କଲ କରିବି ବୋଲି କହିଛନ୍ତି | 

ଜଣେ ସାଧାରଣ ସାମ୍ବାଦିକର ନଜରରେ ବି ଦେଖିଲେ ତୁଷାର ଯାହା କହିଛନ୍ତି ସେଥିରେ ଲିଙ୍କ ଫେଲ ହେବାଭଳି ଲାଗୁଛି | ସିନେମାରେ କିଛି ଅବାଂଚ୍ଛିତ ଦୃଶ୍ୟକୁ ଜୋର ଜବରଦସ୍ତ ପୂର୍ବାପର ସମ୍ପର୍କ ନଥାଇ ପୁରାଇ ଦେଲେ ଯେମିତି ଅଖାଡୁଆ ଲାଗେ ସେମିତି ଲାଗୁଛି | " ମୁ ତାଙ୍କୁ ବିଶ୍ୱବିଦ୍ୟାଳୟର ଦାବି ବିଷୟରେ ଜଣାଇଲି, ସେ ମୋ କଥା ଶୁଣିଲେ ନାହିଁ...............କାନ  ଧରି ବସଉଠ ହେବାକୁ କହିଲେ | ୫୦ କହିଲେ, ହେଲେ ମତେ ୭୦ ପର୍ଯ୍ୟନ୍ତ କରିବାକୁ ପଡିଲା"  ହଠାତ ଜଣେ ଅଜଣା ନେତା ବା ରୁକ୍ଷ ନେତା ବି ଏଭଳି କହିବ ନାହିଁ | ଖାସ କରି ଛାତ୍ର ରାଜନୀତିକୁ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପାଖରୁ ଅନୁଭବ କରିଥିବା ବା ନିୟନ୍ତ୍ରଣ କରୁଥିବା ବା ବୁଝିଥିବା ଅରୁଣ ଜଣେ ବିଶ୍ୱବିଦ୍ୟାଲୟ ସଭାପତି ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବା, ମାନେ ନିଜ ପାଦରେ କୁରାଢ଼ୀ ମାରିବା ଭଳି | 

 ଏଭଳି ଅସ୍ୱାଭାବିକ ଘଟଣା ଯଦି ଘଟିଲା *(ଯାହା ତୁଷର କହୁଛନ୍ତି ) ସେତେବେଳେ ସେଠାରେ ଉପସ୍ଥିତ ଥିବା ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି ଆଉ ଦେବାଶିଷ ମାରାଣ୍ଡି ତଥା ଅନ୍ୟ ନେତା ମାନେ ଆପତ୍ତି ଉଠାଇଲେନି ବା ଅରୁଣଙ୍କୁ ନକରିବାକୁ ଅନୁରୋଧ କଲେନି କାହିଁକି ??? ଯଦି ଘଟଣା ସତ୍ୟ, ଆଉ ଏହି ନେତା ମାନେ ଘଟଣା ଘଟିଥିବା ବେଳେ ନିରବ ରହିଲେ , ତେବେ ଏମାନେ କ୍ଳୀବ ????  ଆଉ ଗୋଟିଏ କଥା ହେଉଛି ଯେଉଁ ଛାତ୍ର ନେତା ଏତେ ସ୍ୱାଭିମାନୀ ବୋଲି ନିଜକୁ କହୁଛନ୍ତି ଆଉ ସରକାରୀ ଦଳ ଛାଡିବା ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରନ୍ତି, ସେ ଅରୁଣ ତାଙ୍କୁ କାନ ଧରି ବସଉଠ ହେବାକୁ କହିବା ବେଳେ ତାଙ୍କ ସ୍ୱାଭିମାନ କୋଉଠି ଥିଲା ? ଅରୁଣଙ୍କ ମୁହଁରେ ଜବାବ ଦେଇ ଏଭଳି ଅନ୍ୟାୟର ପ୍ରତିବାଦ କରି ଘଟଣା ସ୍ଥଳ ଛାଡି ଆସିଲେନି କାହିଁକି ? ସେ ତା ଛୋଟ ପିଲା ନୁହନ୍ତି ବା ତାହତ କୌଣସି ହିନ୍ଦୀ ସିନେମାର ଗୁଣ୍ଡାଙ୍କ ଆଡ୍ଡା ନୁହେ ଯେ ଖଳନାୟକ କହିଲେ, ଆଉ ସେଠାରେ ଥିବା ଗୁଣ୍ଡାଙ୍କୁ ଡରି ସେ ଭୟରେ ବସଉଠ ହୋଇଗଲେ ?? ସେଠାରେ ଉପସ୍ଥିତ ଥିବା ଲୋକମାନେ ଥିଲେ ତାଙ୍କ ଜିଲ୍ଲାର ନେତା, ତାଙ୍କୁ ଡକାଇଥିବା ଜିତେନ୍ଦ୍ର ମହାନ୍ତି ବି ବାରିପଦା ମୁନିସିପାଲିଟି ଉପନଗରପାଳ ଆଉ ବିଜେଡ଼ର ଏକ ଟାଣୁଆ ନେତା, ଦେବାଶିଷ ମହାନ୍ତି ମଧ୍ୟ ଅନୁରୂପ, ତୁଷାର ମଧ୍ୟ ଏକ ବିଶ୍ୱବିଦ୍ୟାଳୟର ସଭାପତି, ସେତେବେଳେ ତୁଷାର ଆଉ ମୟୁରଭଞ୍ଜିଆ ଯୁବନେତା ମାନଙ୍କର ସଭିମାନ କୁଆଡେ ଚାଲିଯାଇଥିଲା ? ସେମାନେ କେମିତି ପ୍ରତିବାଦ ବା ଆପତ୍ତି କଲେନି ? .ଯେତେବେଳେ ଏହା ମୟୁରଭଞ୍ଜ ସ୍ୱଭାଇମାନର ପ୍ରଶ୍ନ , ସତ ପଦାକୁ ଆସିବା ନିହାତି ଆବଶ୍ୟକ | 

ସ୍ଥାନ କାଳ ଚରିତ୍ର କୁ ନେଇ ମଧ୍ୟ ଅନେକ ଅଭିଯୋଗ ଉପରେ ଅନେକ ସନ୍ଦେହ ଆସିବା ସ୍ୱାଭାବିକ ? ଅରୁଣ କିଏ ? ସେ ତ ଉଚ୍ଚ ଶିକ୍ଷା ମନ୍ତ୍ରୀ ନୁହନ୍ତି କି  ଭିସି ନୁହନ୍ତି, ଯେ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଜରୁରୀ ବୈଠକ ଡ଼କାଇଥିଲେ | ଅରୁଣ ଡାକିଥିଲେ, ନ ତୁଷାର ଉପରେ ପଡି ଆଡିଥିଲେ ନ ନାଛି ବାବୁ ସେମାନଙ୍କୁ ଡକାଇ ଥିଲେ ?  ଜିଲ୍ଲାର ଏତେ ବଡ ମହା ମିଶରଣ ପରଦିନ ଘଟିବା ପଛରେ ମହାମିଶ୍ରଣ ପଛରେ ଅସନ୍ତୁଷ୍ଟ ଥିବା ବା ଅସହିଷ୍ଣୁ ଥିବା କିଛି ନେତାଙ୍କ ଯୋଜନା ବଦ୍ଧ ଉଦ୍ୟମ ନୁଁହେ ତ !!!! 

ଆଉ ଏହା ବିପକ୍ଷ ଦଳ ଆଉ ଏକ ନିର୍ଦ୍ଦିଷ୍ଟ ମେଡିଆର କିଛି ଉଦ୍ୟମ ନୁହେଁ ତ, ମହାମିଶ୍ରଣର ସାଇଡ ଇଫେକ୍ଟ ଭାବେ !!!! କୌଣସି ଆଶଙ୍କାକୁ ନଜର ଆନ୍ଦାଜ କରାଯାଇ ନପାରେ |

 

0
0
0
s2sdefault