ସେପଟେ ନିଜ ପାଦ ତଳୁ ମାଟି ଖସିବାକୁ ବସିଲାଣି, ଏଠି ନେତାଙ୍କ ବାହାସ୍ପଷ୍ଟ ସରୁନି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବିଜେପିକୁ ଲୋକ ତାର କର୍ମର ଉଚିତ ଜବାବ ଦେବେ : ବିଜୟ 

ଭୁବନେଶ୍ୱର,: ଦେଶର ୧୦ଟି ରାଜ୍ୟର ୧୪ଟି ବିଧାନସଭା ଓ ଲୋକସଭା ଆସନ ଲାଗି ହୋଇଥିବା ଉପ-ନିର୍ବାଚନ ଫଳାଫଳରେ ବିଜେପି ଧରାଶାୟୀ ହୋଇଛି । ସଦାସର୍ବଦା ନିଜ ଢୋଲ ନିଜେ ପିଟିଆସୁଥିବା ବିଜେପିକୁ ଉପ-ନିର୍ବାଚନରେ ବଡ଼ ଝଟ୍‍କା ଲାଗିଛି । ବିଜେପି ଯେଭଳି ଭାବରେ ଗତ ୪ବର୍ଷରେ ଭାରତର ଅର୍ଥନୀତି, ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ସମ୍ପ୍ରଦାୟିକ ସଦ୍‍ଭାବକୁ ଧ୍ୱସ୍ତ ବିଧ୍ୱସ୍ତ କରିଚାଲିଛି, ଏହି ଦଳ ଭାରତ ଭଳି ଏକ ମହାନ ଧର୍ମ ନିରପେକ୍ଷ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଲୋକେ ସେମାନଙ୍କର ମତ ପ୍ରକାଶ କରିଛନ୍ତି । ବିଜେପିର ସବ୍‍କା ସାଥ, ସବ୍‍କା ବିକାଶ ନାରାର ତୃଣମୂଳ ସ୍ତରରେ କି ପ୍ରଭାବ ଅଛି ଉପ-ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ସଂକେତ ମିଳିବାରେ ଲାଗିଛି । ଏହା ପୂର୍ବରୁ ଓଡ଼ିଶାର ବିଜେପୁର ଉପ ନିର୍ବାଚନରେ ବିଜେପି କେବଳ ହାରିନଥିଲା, ବିପୁଳ ଭୋଟ ବ୍ୟବଧାନରେ ଚିତ୍‍ପଟାଙ୍ଗ ମାରିଥିଲା । ସେପଟେ ନିଜ ପାଦ ତଳୁ ମାଟି ଖସିବାକୁ ବସିଲାଣି, ଏଠି ନେତାଙ୍କ ବାହାସ୍ପଷ୍ଟ ସରୁନି |   ଏହି ଦଳର ରାଷ୍ଟ୍ରୀୟ ସଭାପତି ଓଡ଼ିଶାରେ ୧୨୦ ମିଶନ୍‍ର ଦିବାସ୍ୱପ୍ନ ଦେଖୁଥିବା ବିଷୟ ଘୋଷଣା କରିଥିଲା ବେଳେ ରାଜ୍ୟର ବିଜେପି ନେତାମାନେ ଏହାକୁ ଜପାମାଳି କରି ଘୋଷିବାରେ ଲାଗିଛନ୍ତି । ସେପଟେ ଘର ବୁଡି ପାଣି ଆଣ୍ଠିଏ ହେଲାଣି, ଏଠି ପୁଅ କହୁଛି ଆକାଶରେ ମେଘ ଦୁଲୁକଉଛି |  ଗୁରୁବାର ଉପ ନିର୍ବାଚନ ଫଳାଫଳ ଜଣାପଡିବା ପରେ ଓଡ଼ିଶାରେ ବିଜେପିର ମିଶନ ୧୨୦ ଘୋଷଣା କେବଳ ଗାଲୁଆମି ବ୍ୟତୀତ ଅନ୍ୟ କିଛି ହୋଇନପାରେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ଲୋକମାନେ ଉଚିତ୍‍ ଶିକ୍ଷା ଦେବେ ଏବଂ ଏହି ଦଳ ତା’ର ଅତୀତ କର୍ମର ଫଳ ଭୋଗିବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

 

0
0
0
s2sdefault